ହଜି ଯାଉଛି କି ଦାନ୍ତର ସୌନ୍ଦର୍ଯ୍ୟ? ଖାଆନ୍ତୁ ଏ ସବୁ ଜିନିଷ; ସବୁବେଳେ ଚିକ୍‌ଚିକ୍‌ କରିବ

ଦାନ୍ତ  ଧଳା ଓ ଚିକ୍‌ଚିକ୍‌ କରୁ ବୋଲି ସମସ୍ତେ ଚାହାଁନ୍ତି। ନିୟମିତ ବ୍ରସ୍ କରିବା ସତ୍ତ୍ୱେ ସମୟ କ୍ରମେ ଦାନ୍ତର ଚମକ ଧୀରେ ଧୀରେ ହ୍ରାସ ପାଏ। ପାଟିରେ ଥିବା ବ୍ୟାକ୍ଟେରିଆ ଓ କିଛି ଖାଇବା ପଦାର୍ଥରୁ ଆସୁଥିବା ବ୍ୟାକ୍ଟେରିଆ ଦାନ୍ତକୁ ମଳିନ କରି ଦିଅନ୍ତି। ଡାକ୍ତର ପି.ଏସ୍ ଫାଡକେଙ୍କ ଦ୍ୱାରା ଲିଖିତ ‘ହୋମ୍‌ ଡକ୍ଟର- ନାଚୁରାଲ ହିଲିଂ ୱିଥ୍ ହର୍ବସ, କଣ୍ଡିମେଣ୍ଟସ୍‌ ଆଣ୍ଡ ସ୍ପାଇସେସ୍‌’ ପୁସ୍ତକରେ ଦର୍ଶାଯାଇଛି ଅତ୍ୟଧିକ ଜଙ୍କ୍ ଫୁଡ୍, ଚକୋଲେଟ୍‌, କେକ୍‌ ଓ […]

teeth

teeth

Rakesh Mallick
  • Published: Wednesday, 07 June 2017
  • Updated: 07 June 2017, 09:45 AM IST

Sports

Latest News

ଦାନ୍ତ  ଧଳା ଓ ଚିକ୍‌ଚିକ୍‌ କରୁ ବୋଲି ସମସ୍ତେ ଚାହାଁନ୍ତି। ନିୟମିତ ବ୍ରସ୍ କରିବା ସତ୍ତ୍ୱେ ସମୟ କ୍ରମେ ଦାନ୍ତର ଚମକ ଧୀରେ ଧୀରେ ହ୍ରାସ ପାଏ। ପାଟିରେ ଥିବା ବ୍ୟାକ୍ଟେରିଆ ଓ କିଛି ଖାଇବା ପଦାର୍ଥରୁ ଆସୁଥିବା ବ୍ୟାକ୍ଟେରିଆ ଦାନ୍ତକୁ ମଳିନ କରି ଦିଅନ୍ତି। ଡାକ୍ତର ପି.ଏସ୍ ଫାଡକେଙ୍କ ଦ୍ୱାରା ଲିଖିତ ‘ହୋମ୍‌ ଡକ୍ଟର- ନାଚୁରାଲ ହିଲିଂ ୱିଥ୍ ହର୍ବସ, କଣ୍ଡିମେଣ୍ଟସ୍‌ ଆଣ୍ଡ ସ୍ପାଇସେସ୍‌’ ପୁସ୍ତକରେ ଦର୍ଶାଯାଇଛି ଅତ୍ୟଧିକ ଜଙ୍କ୍ ଫୁଡ୍, ଚକୋଲେଟ୍‌, କେକ୍‌ ଓ ପାଷ୍ଟ୍ରିଜ୍‌ ଆଦି ଖାଇବା ଦ୍ୱାରା ଦାନ୍ତକୁ କ୍ଷତି ପହଞ୍ଚି ଥାଏ। ଏହି ସବୁ ଖାଦ୍ୟ ଖାଇବା ଦ୍ୱାରା ଦାନ୍ତର ଏନାମେଲ ନଷ୍ଟ ହୁଏ ଓ ଧୀରେ ଧୀରେ ଦାନ୍ତ ହଳଦିଆ ଦେଖାଯିବା ସହ ଅନ୍ୟାନ୍ୟ ସମସ୍ୟା ଦେଖାଯାଏ।

ତେବେ ଏମିତି କିଛି ଖାଦ୍ୟ ଅଛି ଯାହା ଆପଣଙ୍କ ଦାନ୍ତକୁ ସର୍ବଦା ଚିକ୍‌ଚିକ୍‌ ରଖିବାରେ ସାହାଯ୍ୟ କରେ। ସେଗୁଡ଼ିକ ମଧ୍ୟରେ ଅଛି ଗାଜର, ବ୍ରୋକୋଲି, କମଳା, ସେଓ ଓ ବାଦାମ। ଏଗୁଡ଼ିକୁ କଞ୍ଚା (ନ ରାନ୍ଧି) ଖାଇବା ସବୁଠୁ ଭଲ। ଯେତେବେଳେ ଆପଣ ଏଗୁଡ଼ିକୁ କଞ୍ଚା ଚୋବାଇବେ ତାହା ଆପଣଙ୍କ ଦାନ୍ତ ଓ ମାଢ଼ିକୁ ମାସାଜ୍‌ କରିବ, ସଫା କରିବ, ଦୃଢ଼ କରିବ ଓ ତା’ ସହିତ ଚିକ୍‌ଚିକ୍ କରିବାରେ ସାହାଯ୍ୟ କରିବ।

ସେଓ

ଏଥିରେ ପ୍ରଚୁର ପରିମାଣରେ ଜଳ ଓ ଫାଇବର ରହିଛି ଯାହା ଦାନ୍ତକୁ ସଫା କରିବାରେ ସାହାଯ୍ୟ କରେ। ଏଥିରେ ମାଲିକ୍ ଏସିଡ୍ ନାମକ ଏକ ପଦାର୍ଥ ରହିଛି ଯାହା ଲାଳ ଉତ୍ପାଦନକୁ ଅଧିକ କରେ। ଆଉ ଏହା ପାଟିରୁ ବ୍ୟାକ୍ଟେରିଆ ଦୂର କରିବାରେ ସାହାଯ୍ୟ କରେ। ସେଓରେ ଥିବା ଫାଇବର ଉଭୟ ଦାନ୍ତ ଓ ମାଢ଼ିକୁ ଦୃଢ଼ ରଖେ।

ଗାଜର

ଗାଜର ଭଳି ଖାଦ୍ୟପଦାର୍ଥଗୁଡ଼ିକ କଡ଼ମଡ଼ିଆ ହୋଇଥାଏ। ଏଗୁଡ଼ିକୁ ଜୋରରେ ଚୋବାଇ ଖାଇବାକୁ ହୁଏ। ଏହା ଦ୍ୱାରା ଲାଳର ଉତ୍ପାଦନ ହୁଏ। ଏହା ପାଟିରେ ଥିବା ଏସିଡ୍ ଓ ଏନ୍‌ଜାଇମ୍‌କୁ ଅକାମୀ କରି ଦିଏ ଯାହା ଦାନ୍ତର ଏନାମେଲକୁ ନଷ୍ଟ କରିଥାଏ।

ଛେନା

ଛେନାରେ ପୂରି ରହିଛି କ୍ୟାଲ୍‌ସିୟମ. ଫସ୍‌ଫରସ ଓ ପ୍ରୋଟିନ୍। ଏହା ଦାନ୍ତକୁ ଦୃଢ଼ ରଖିବା ସହିତ ଧଳା ରଖେ ଏବଂ କ୍ଷୟ ହେବାରୁ ରକ୍ଷା କରେ। ବୟସ ଗଡ଼ିବା ସହିତ ଦାନ୍ତର ଏନାମେଲର ଅବକ୍ଷୟ ଘଟେ। ତେବେ ଛେନା ଖାଇବା ଦ୍ୱାରା ଏନାମେଲ ପୁନଃଗଠିତ ହୋଇଥାଏ।

ଷ୍ଟ୍ରବେରୀ

ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ରହିଛି ଯାହା ଦାନ୍ତକୁ ସୁସ୍ଥ ରଖିବା ସହ ଓରାଲ୍ ହାଇଜିନ୍‌କୁ ବଜାୟ ରଖେ।

ପାଳଙ୍ଗ

ପାଳଙ୍ଗ ଶାଗରେ ପ୍ରଚୁର ପରିମାଣେ ମ୍ୟାଗ୍ନେସିୟମ ରହିଛି ଯାହା ଏନାମେଲ୍ ଗଠନ କରେ ଓ ଦାନ୍ତକୁ ସୁସ୍ଥ ରଖେ। ପାଳଙ୍ଗ ଭଳି ସବୁଜ ଶାଗରେ ଥିବା ଆଇରନ ଦାନ୍ତକୁ ପାଲିସ୍‌ କରିବାରେ ସାହାଯ୍ୟ କରେ।

କିସ୍‌ମିସ୍‌

ପ୍ରତିଦିନ କିସ୍‌ମିସ୍ ଖାଇଲେ ଦାନ୍ତ ଚିକ୍‌ଚିକ୍‌ କରିବ।

ବାଦାମ ଓ ମଞ୍ଜି ଜାତୀୟ ଖାଦ୍ୟ

ଏଗୁଡ଼ିକୁ ଚୋବାଇ ଖାଇବା ଦ୍ୱାରା ଦାନ୍ତର ଜମା ହେଉଥିବା ଜୀବାଣୁ ସହାୟକ ପଦାର୍ଥ ବା ପ୍ଲାକ୍‌ଗୁଡ଼ିକ ଦୂରେଇ ଯାଆନ୍ତି। ଏଗୁଡ଼ିକରେ ଥିବା ତୈଳ ଅଂଶ ଦାନ୍ତକୁ ସଫା ରଖେ ଓ ଚିକ୍‌ଚିକ୍‌ କରିବାରେ ସାହାଯ୍ୟ କରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story