ସବୁବେଳେ ଇୟରଫୋନ୍‌ ବ୍ୟବହାର କରୁଛନ୍ତି କି? ସାବଧାନ୍‌ ଭୋଗିପାରନ୍ତି ଗମ୍ଭୀର ସମସ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମୟ ବଦଳିବା ସହିତ ଲୋକଙ୍କ ଚାଲିଚଳନରେ ମଧ୍ୟ ବହୁତ୍ ପରିବର୍ତ୍ତନ ଦେଖାଦେଉଛି। ତେବେ ଆଜିର ସମୟରେ ଲୋକଙ୍କ ଜୀବନରେ ମୋବାଇଲ ଫୋନର ବହୁତ ମହତ୍ତ୍ୱ ରହିଛି। ଛୋଟ ପିଲାଙ୍କଠୁ ଆରମ୍ଭ କରି ବୟସ୍କ ଲୋକ ସମସ୍ତଙ୍କ ହାତରେ ଆପଣ ଏହି ଗ୍ୟାଜେଟ୍‌ ଦେଖିବାକୁ ପାଇବେ। ମୋବାଇଲ୍‌ର ବ୍ୟବହାର କେବଳ କଥାବାର୍ତ୍ତାରେ ସୀମିତ ନାହିଁ। ଗେମ୍ ଖେଳିବା, ଭିଡିଓ ଦେଖିବା, ଗୀତ ଶୁଣିବା ଇତ୍ୟାଦି ବହୁ କାମ ଏଥିରେ କରାଯାଉଛି। ଏହା ଏକ ନୀତିଦିନିଆ ଅଭ୍ୟାସରେ […]

earphone1

earphone1

Chinmayee Roy
  • Published: Thursday, 11 April 2019
  • Updated: 11 April 2019, 07:48 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମୟ ବଦଳିବା ସହିତ ଲୋକଙ୍କ ଚାଲିଚଳନରେ ମଧ୍ୟ ବହୁତ୍ ପରିବର୍ତ୍ତନ ଦେଖାଦେଉଛି। ତେବେ ଆଜିର ସମୟରେ ଲୋକଙ୍କ ଜୀବନରେ ମୋବାଇଲ ଫୋନର ବହୁତ ମହତ୍ତ୍ୱ ରହିଛି। ଛୋଟ ପିଲାଙ୍କଠୁ ଆରମ୍ଭ କରି ବୟସ୍କ ଲୋକ ସମସ୍ତଙ୍କ ହାତରେ ଆପଣ ଏହି ଗ୍ୟାଜେଟ୍‌ ଦେଖିବାକୁ ପାଇବେ।

ମୋବାଇଲ୍‌ର ବ୍ୟବହାର କେବଳ କଥାବାର୍ତ୍ତାରେ ସୀମିତ ନାହିଁ। ଗେମ୍ ଖେଳିବା, ଭିଡିଓ ଦେଖିବା, ଗୀତ ଶୁଣିବା ଇତ୍ୟାଦି ବହୁ କାମ ଏଥିରେ କରାଯାଉଛି। ଏହା ଏକ ନୀତିଦିନିଆ ଅଭ୍ୟାସରେ ପରିଣତ ହୋଇଛି। ବିଶେଷ କରି ଯୁବପିଢ଼ି ଗୀତ ଶୁଣିବା ପାଇଁ ଇୟରଫୋନ୍ ବହୁଳ ପରିମାଣରେ ବ୍ୟବହାର କରୁଛନ୍ତି। ହେଲେ ଆପଣ ଜାଣନ୍ତି କି ଇୟରଫୋନ୍‌ର ଅଧିକ ବ୍ୟବହାର ଆପଣଙ୍କ ପାଇଁ କେତେ କ୍ଷତିକାରକ ହୋଇପାରେ?

ଲଗାତାର ଭାବରେ ଇୟରଫୋନ୍‌ ବ୍ୟବହାର କଲେ କାନ ବିନ୍ଧିବା ଭଳି ସମସ୍ୟା ଦେଖାଯାଏ। ଯଦି ଉଚିତ୍ ସମୟରେ ଏହାର ଉପଚାର କରାନଯାଏ ତେବେ ଏହା ଗଭୀର ସମସ୍ୟା ସୃଷ୍ଠି କରିଥାଏ। କାନ କେବଳ ୬୫ ଡେସିବଲ୍ ପର୍ଯ୍ୟନ୍ତ ଶବ୍ଦ ସହିପାରେ। ଏହାଠୁ ଅଧିକ ଶବ୍ଦ ହେଲେ ତାହା କାନ ପାଇ କ୍ଷତିକାରକ ହୋଇଥାଏ। ଯଦି ଲଗାତାର ଭାବେ ୧୦ ଘଣ୍ଟା କାନରେ ଇୟରଫୋନ୍‌ ଲଗାଯାଏ, ତେବେ ବ୍ୟକ୍ତିଜଣକ କାଲା ହେବାର ଆଶଙ୍କା ସୃଷ୍ଟି ହୋଇଥାଏ। ଏହାବ୍ୟତୀତ ନିଦ ନ ହେବା, ଲଗାତାର ମୁଣ୍ଡ ବିନ୍ଧା ପରି ମଧ୍ୟ ସମସ୍ୟା ଦେଖାଯାଏ। ତେଣୁ ଏଥିରୁ ଦୂରେଇ ରହିବା ଉଚିତ୍।

୧୦ ମିନିଟ୍ ଇୟରଫୋନ୍‌ ବ୍ୟବହାର ଦ୍ୱାରା କାନ ମଧ୍ୟର କୋଷିକା ମରି ଯାଇଥାଏ। ଯାହା ଦ୍ୱାରା ବ୍ୟାକ୍ଟେରିଆ ଅଧିକ ମାତ୍ରାରେ ବଢ଼ିଯାଏ ଓ କାନରେ ମଇଳା ଜମିଯାଏ। ତେଣୁ ୧୦ ରୁ ୧୫ ମିନିଟ୍ ଗୀତ ଶୁଣିବା ପରେ କାନକୁ ସଫା କରିବା ଉଚିତ୍।
ଲଗାତାର ଇୟରଫୋନ୍‌ ବ୍ୟବହାର କଲେ ମସ୍ତିଷ୍କ ସମସ୍ୟା ମଧ୍ୟ ଦେଖାଯାଏ। କିଛି ଲୋକଙ୍କୁ ରାତିରେ ଗୀତ ଶୁଣିଲା ଭଳି ଶବ୍ଦ ଶୁଣା ଯାଇଥାଏ। ତେଣୁ ଯଥା ସମ୍ଭବ ଏଥିରୁ ଦୂରେଇ ରୁହନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos