‘ପାଦ’ରୁ ଜାଣନ୍ତୁ ମଣିଷର ସ୍ୱଭାବ

ହାତ ରେଖା, କପାଳ ରେଖା ଭଳି ପାଦରୁ ମଧ୍ୟ ଲୋକଙ୍କ ସ୍ୱଭାବ ଜାଣିହେବ। ପାଦର ଗଠନ ଆପଣଙ୍କ ଆପଣଙ୍କ ଭଲମନ୍ଦ ବିଷୟରେ ବହୁତ କିଛି କହିଥାଏ। ଆପଣ ଜଣଙ୍କ ପାଦ ଦେଖି ତା’ର ସ୍ୱଭାବ ବିଷୟରେ ଧାରଣା ଲଗାଇପାରିବେ। ଆସନ୍ତୁ ଜାଣିବା ପାଦର ଗଠନ କିପରି ଥିଲେ ବ୍ୟକ୍ତିର ସ୍ୱଭାବ କେଉଁପରି ହୋଇଥାଏ। ୧. ପାଦର ଆଙ୍ଗୁଠି ଛଡା ଛଡା ହୋଇଥିଲେ ବ୍ୟକ୍ତି ସ୍ୱାଭିମାନୀ ହୋଇଥାନ୍ତି। ନିଜ କ୍ୟାରିୟର ଓ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏମାନଙ୍କ […]

foot

foot

Rakesh Mallick
  • Published: Saturday, 15 July 2017
  • Updated: 15 July 2017, 11:02 AM IST

Sports

Latest News

ହାତ ରେଖା, କପାଳ ରେଖା ଭଳି ପାଦରୁ ମଧ୍ୟ ଲୋକଙ୍କ ସ୍ୱଭାବ ଜାଣିହେବ। ପାଦର ଗଠନ ଆପଣଙ୍କ ଆପଣଙ୍କ ଭଲମନ୍ଦ ବିଷୟରେ ବହୁତ କିଛି କହିଥାଏ। ଆପଣ ଜଣଙ୍କ ପାଦ ଦେଖି ତା’ର ସ୍ୱଭାବ ବିଷୟରେ ଧାରଣା ଲଗାଇପାରିବେ। ଆସନ୍ତୁ ଜାଣିବା ପାଦର ଗଠନ କିପରି ଥିଲେ ବ୍ୟକ୍ତିର ସ୍ୱଭାବ କେଉଁପରି ହୋଇଥାଏ।

foot୧. ପାଦର ଆଙ୍ଗୁଠି ଛଡା ଛଡା ହୋଇଥିଲେ ବ୍ୟକ୍ତି ସ୍ୱାଭିମାନୀ ହୋଇଥାନ୍ତି। ନିଜ କ୍ୟାରିୟର ଓ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏମାନଙ୍କ ଜୀବନ ସଂଘର୍ଷମୟ ହୋଇଥାଏ। କିଛି ପାଇବାକୁ ହେଲେ ଏମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ।

୨. ଯଦି ପାଦର ଆଙ୍ଗୁଠି ଯୋଡା ଯୋଡା  ରହିଥାଏ ତେବେ ସେହି ବ୍ୟକ୍ତି ଭଲ ସ୍ୱଭାବର ହେବା ସହ ବହୁତ ଗପୁଡା ହୋଇଥାନ୍ତି। ଏହି ବ୍ୟକ୍ତି ଧନୀ ହୋଇଥାନ୍ତି। ଯେଉଁ ସୁଖ ପାଇଁ ଇଚ୍ଛା କରିଥାନ୍ତି ତାହା ପୂରଣ ହୋଇଥାଏ।

୩. ପୁରୁଷର ବୁଢା ଆଙ୍ଗୁଠି ପାଖ ଆଙ୍ଗୁଠି ବଡ ହୋଇଥିଲେ ସେମାନେ ପତ୍ନୀଙ୍କୁ ଗୁଲାମ ଭଳି ରଖିଥାନ୍ତି। ଯଦି ମହିଳାଙ୍କ ଏହି ଆଙ୍ଗୁଠି ବଡ଼ ହୋଇଥାଏ ତେବେ ପତି ପତ୍ନୀର କଥାରେ ଚାଲିଥାଏ।

foot୪. ଗୋଲ ଆକୃତିର ପାଦ ଥିବା ବ୍ୟକ୍ତି ଭାବୁକ ସ୍ୱଭାବର ହୋଇଥାନ୍ତି। ପାଦର ଉପର ଭାଗ ସାମାନ୍ୟ ଗୋଲାକାର ଥିଲେ ସେ ବ୍ୟକ୍ତିଙ୍କ ପାଖରେ ଅର୍ଥର ଅଭାବ ରହି ନ ଥାଏ।

୫. ପାଦର ସବୁ ଆଙ୍ଗୁଠି ବାହାରକୁ ମେଲା ହୋଇଥିଲେ ଏହା ଆପଣଙ୍କ ପାଇଁ ଭଲ ନୁହେଁ। ଏହା ଭାଗ୍ୟହୀନତାର ସଂକେତ ଦେଇଥାଏ।

୬. ପାଦ ମାଂସାଳ ହୋଇଥିଲେ ଓ ଆଙ୍ଗୁଠି ସଠିକ ଭାବେ ଯୋଡି ହୋଇ ରହିଥିଲେ ବ୍ୟକ୍ତି ଶାନ୍ତ ସ୍ୱଭାବର ହୋଇଥାଏ। ଏହି ଶ୍ରେଣୀର ଲୋକେ ଗହଳିରୁ ଯଥା ସମ୍ଭବ ଦୂରେଇ ରହିବାକୁ ପସନ୍ଦ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos