Advertisment

ଜୀବନ ବଂଚାଉଛି କଞ୍ଚାମାଛ: ଦାମୀ ଔଷଧ ନୁହେଁ ଦେଶୀ ଉପାୟରେ ଚାଲିଛି ଚିକିତ୍ସା,ରୋଗ ଜାଣନ୍ତୁ, ଠିକଣା ବି ପଢନ୍ତୁ

ହାଇଦ୍ରାବାଦ: ପ୍ରତି ମଣିଷ ଶରୀରରେ କିଛି ରୋଗ ଥାଏ ଏବଂ ତାର ଉପଚାର ପାଇଁ ଉପାୟ ବି ଥାଏ। କିନ୍ତୁ ଏମିତି କିଛି ରୋଗ ଅଛି ଯାହାକୁ ଭଲ କରିବା ଏତେ ସହଜ ନଥାଏ। ସେମିତି ଏକ ରୋଗ ହେଉଛି ଆସ୍ଥମା। ଆସ୍ଥମା ରୋଗର ଉପଚାର ପାଇଁ ବିଭିନ୍ନ ପ୍ରକାର ଔଷଧ ମିଳୁଛି। କିନ୍ତୁ କଞ୍ଚାମାଛ ଦ୍ୱାରା ପ୍ରସ୍ତୁତ ଔଷଧରେ ଏହି ରୋଗକୁ ଭଲ କରି ହେବ ତାହା ଆପଣ ବୋଧହୁଏ ପ୍ରଥମଥର ଜାଣିବାକୁ ପାଉଥିବେ। ନାମପାଲିରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଜୀବନ ବଂଚାଉଛି କଞ୍ଚାମାଛ: ଦାମୀ ଔଷଧ ନୁହେଁ ଦେଶୀ ଉପାୟରେ ଚାଲିଛି ଚିକିତ୍ସା,ରୋଗ ଜାଣନ୍ତୁ, ଠିକଣା ବି ପଢନ୍ତୁ

fish

ହାଇଦ୍ରାବାଦ: ପ୍ରତି ମଣିଷ ଶରୀରରେ କିଛି ରୋଗ ଥାଏ ଏବଂ ତାର ଉପଚାର ପାଇଁ ଉପାୟ ବି ଥାଏ। କିନ୍ତୁ ଏମିତି କିଛି ରୋଗ ଅଛି ଯାହାକୁ ଭଲ କରିବା ଏତେ ସହଜ ନଥାଏ। ସେମିତି ଏକ ରୋଗ ହେଉଛି ଆସ୍ଥମା। ଆସ୍ଥମା ରୋଗର ଉପଚାର ପାଇଁ ବିଭିନ୍ନ ପ୍ରକାର ଔଷଧ ମିଳୁଛି। କିନ୍ତୁ କଞ୍ଚାମାଛ ଦ୍ୱାରା ପ୍ରସ୍ତୁତ ଔଷଧରେ ଏହି ରୋଗକୁ ଭଲ କରି ହେବ ତାହା ଆପଣ ବୋଧହୁଏ ପ୍ରଥମଥର ଜାଣିବାକୁ ପାଉଥିବେ।

Advertisment

ନାମପାଲିରେ ପ୍ରତି ବର୍ଷ ଜୁନ 8 ତାରିଖରୁ ଆରମ୍ଭ ହୁଏ ମ୍ରୀଗସିରା କର୍ଥି। ଯେଉଁଠି କଞ୍ଚାମାଛ ଦ୍ୱାରା ଆସ୍ଥମା ରୋଗୀଙ୍କ ଚିକିତ୍ସା କରାଯାଇଥାଏ। ଏହି ଔଷଧକୁ ପାଇବା ପାଇଁ ଦେଶ ବିଦେଶର କେଉଁ କୋଣ ଅନୁକୋଣରୁ ରୋଗୀ ଆସି ଏଠାରେ ପହଁଚିଥାନ୍ତି। ଏବଂ ଏହି ଚିକିତ୍ସା ସେଠାରେ ବାଥିନି ଗୌଡ ଭାଇମାନଙ୍କ ଦ୍ୱାରା ଯ଼ୋଗାଇ ଦିଆଯାଇଥାଏ।

ତେବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଏହି ମାଛ ଔଷଧକୁ ସାକାହାରୀ ରୋଗୀ କିପରି ଖାଉଥିବେ। ର୍ମୀଗସିରା କର୍ଥି  ମୁଖ୍ୟ ବାଥିନି ହରିନାଥ ଗୈାଡ଼ଙ୍କ କହିବା ଅନୁଯାୟୀ “ ସାକାହାରୀମାନେ ମଧ୍ୟ ଏହି  ମାଛକୁ ଔଷଧ ରୂପେ ଖାଇ ପାରିବେ। କିନ୍ତୁ ଶାକାହାରୀ ରୋଗୀଙ୍କ ପାଇଁ ଥିବା ମାଛକୁ ରୋଗୀଙ୍କୁ ଦିଆଯିବା ପୂର୍ବରୁ ସେ ମାଛକୁ ଭଲଭାବେ ଗୁଡ ପାଣିରେ ବୁଡ଼ା ଯାଇଥାଏ”।

Advertisment

ଏହି ମାଛଔଷଧ ପାଇବା ପାଇଁ ବିଦେଶରୁ ବି ରୋଗୀ ଆସି ଏଠାରେ ପହଁଚିଥାନ୍ତି। 45ଦିନ ପର୍ଯ୍ୟନ୍ତ ଏହି ଔଷଧ ପ୍ରଦାନ ପ୍ରକ୍ରିୟା ଚାଲେ। ସ୍ୱତନ୍ତ୍ର ଖାଦ୍ୟ ବ୍ୟବସ୍ଥା ସହ ରେଗୀଙ୍କ ପାଇଁ ଏଠାରେ କଞ୍ଚାମାଛରେ ପ୍ରସ୍ତୁତ ବଟିକା  ମଧ୍ୟ ରଖାଯାଇଥାଏ