ଏଠାରେ ମିଳେ ହୃଦୟ ଆକୃତିର ତରଭୂଜ ଓ ଚାରିକଣିଆ ସେଓ

ନୂଆଦିଲ୍ଲୀ: ଆପଣ ବିଭିନ୍ନ ପ୍ରକାରର ଫଳ ଖାଇଥିବେ ଓ ଦେଖିଥିବେ ନିଶ୍ଚୟ। ସାଧାରଣତଃ ଛୋଟରୁ ବଡ଼ ସମସ୍ତେ ଫଳ ଖାଇବାକୁ ଭଲ ପାଆନ୍ତି। ତେବେ କେବେ ଆପଣ ଚାରିକଣିଆ ଆକୃତିର ସେଓ କିମ୍ୱା ହୃଦୟ ଆକୃତିର ତରଭୂଜ ଖାଇଛନ୍ତି। ଆଜି ଆମେ ଏପରି କିଛି ଅଜବ ଆକୃତିର ଫଳ ଦେଖାଇବୁ ଦେଖିଲା ମାତ୍ରେ ଆପଣଙ୍କ ପାଟିରୁ ବାହାରିବ ପାଣି। ଚୀନର ଏକ କମ୍ପାନୀ ‘ଫୁଡ୍‌ ମଲ୍ଡ’ ପରିବା ଓ ଫଳକୁ ବିଭିନ୍ନ ପ୍ରକାର ଆକୃତି ଦେବାରେ ପ୍ରସିଦ୍ଧ। […]

fruit-mould_1498217715

fruit-mould_1498217715

Rakesh Mallick
  • Published: Saturday, 24 June 2017
  • Updated: 24 June 2017, 10:23 PM IST

Sports

Latest News

ନୂଆଦିଲ୍ଲୀ: ଆପଣ ବିଭିନ୍ନ ପ୍ରକାରର ଫଳ ଖାଇଥିବେ ଓ ଦେଖିଥିବେ ନିଶ୍ଚୟ। ସାଧାରଣତଃ ଛୋଟରୁ ବଡ଼ ସମସ୍ତେ ଫଳ ଖାଇବାକୁ ଭଲ ପାଆନ୍ତି। ତେବେ କେବେ ଆପଣ ଚାରିକଣିଆ ଆକୃତିର ସେଓ କିମ୍ୱା ହୃଦୟ ଆକୃତିର ତରଭୂଜ ଖାଇଛନ୍ତି। ଆଜି ଆମେ ଏପରି କିଛି ଅଜବ ଆକୃତିର ଫଳ ଦେଖାଇବୁ ଦେଖିଲା ମାତ୍ରେ ଆପଣଙ୍କ ପାଟିରୁ ବାହାରିବ ପାଣି।

ଚୀନର ଏକ କମ୍ପାନୀ ‘ଫୁଡ୍‌ ମଲ୍ଡ’ ପରିବା ଓ ଫଳକୁ ବିଭିନ୍ନ ପ୍ରକାର ଆକୃତି ଦେବାରେ ପ୍ରସିଦ୍ଧ। ଚାରିକଣିଆ ସେଓ ଠାରୁ ଆରମ୍ଭ କରି ହୃଦୟ ଆକୃତିର ତରଭୂଜ ଓ ଲାଫିଙ୍ଗ୍ ବୁଦ୍ଧ ପରି ନାସପତି ଦେଖିବାକୁ ମିଳିଥାଏ। ଏହି କମ୍ପାନୀ ଗ୍ରାହକଙ୍କ ଚାହିଦା ଅନୁସାରେ ପରିବା ଓ ଫଳର ଆକୃତି କରିଥାଏ।

ସେହିପରି କମ୍ପାନୀ ପକ୍ଷରୁ ଏକ କଖାରୁକୁ ଖପୁରୀ ଆକୃତି ଦିଆଯାଇଛି। ଏହାକୁ ଦେଖି ଯେ କେହି ଖସିବା ସହ ଏପରି ପ୍ରସ୍ତୁତ କରୁଥିବା କାରିଗରଙ୍କୁ ସାଲୁଟ୍ କରିବାକୁ ଆପଣଙ୍କ ମନ କହିବ। ୱେବସାଇଟ୍ ଜରିଆରେ କମ୍ପାନୀ ଗ୍ରାହକମାନଙ୍କ ଅଡର୍ ନେଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos