Advertisment

ଗ୍ୟାଷ୍ଟିକ ସମସ୍ୟା ଓ ଏହାର ଉପଶମ ଉପାୟ

ଭୁବନେଶ୍ୱର: ଆଜିକାଲି ଗ୍ୟାସ (ଗ୍ୟାଷ୍ଟିକ) ସମସ୍ୟା ଏକ ସାଧାରଣ ରୋଗ ପାଲଟିଗଲାଣି। ସାମାନ୍ୟ ଅସାବଧାନତା ଏପରି ସମସ୍ୟାକୁ ଡାକି ଆଣିଥାଏ। ସାନଠାରୁ ବଡ ପର୍ଯ୍ୟନ୍ତ ସମସ୍ତ ଏହି ସମସ୍ୟାରେ ପଡିଥାନ୍ତି। ସାମାନ୍ୟ ସାବଧାନତା ଅବଲମ୍ବନ କଲେ ଏଥିରୁ ମୁକ୍ତି ମିଳିପାରିବ। ଗ୍ୟାଷ୍ଟିକ କ’ଣ ଗ୍ୟାଷ୍ଟିକ୍ ହେଉଛି ଏକ ବାୟୁ ଜନିତ ସମସ୍ୟା। ଏହା ପାକସ୍ଥଳୀରେ ଦେଖାଦେଇଥାଏ। ପାକସ୍ଥଳୀରେ ଆବଶ୍ୟକତା ଠାରୁ ଅଧିକ ଏସିଡ୍ (ଅମ୍ଲ) କ୍ଷରିତ ହେଲେ ଗ୍ୟାଷ୍ଟିକ ଦେଖାଦେଇଥାଏ। ଗ୍ୟାଷ୍ଟିକ ଦୁଇ ପ୍ରକାର ଆକ୍ୟୁଟ୍ ଏବଂ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଗ୍ୟାଷ୍ଟିକ ସମସ୍ୟା ଓ ଏହାର ଉପଶମ ଉପାୟ

stomachpain

ଭୁବନେଶ୍ୱର: ଆଜିକାଲି ଗ୍ୟାସ (ଗ୍ୟାଷ୍ଟିକ) ସମସ୍ୟା ଏକ ସାଧାରଣ ରୋଗ ପାଲଟିଗଲାଣି। ସାମାନ୍ୟ ଅସାବଧାନତା ଏପରି ସମସ୍ୟାକୁ ଡାକି ଆଣିଥାଏ। ସାନଠାରୁ ବଡ ପର୍ଯ୍ୟନ୍ତ ସମସ୍ତ ଏହି ସମସ୍ୟାରେ ପଡିଥାନ୍ତି। ସାମାନ୍ୟ ସାବଧାନତା ଅବଲମ୍ବନ କଲେ ଏଥିରୁ ମୁକ୍ତି ମିଳିପାରିବ।

Advertisment

ଗ୍ୟାଷ୍ଟିକ କ’ଣ

ଗ୍ୟାଷ୍ଟିକ୍ ହେଉଛି ଏକ ବାୟୁ ଜନିତ ସମସ୍ୟା। ଏହା ପାକସ୍ଥଳୀରେ ଦେଖାଦେଇଥାଏ। ପାକସ୍ଥଳୀରେ ଆବଶ୍ୟକତା ଠାରୁ ଅଧିକ ଏସିଡ୍ (ଅମ୍ଲ) କ୍ଷରିତ ହେଲେ ଗ୍ୟାଷ୍ଟିକ ଦେଖାଦେଇଥାଏ। ଗ୍ୟାଷ୍ଟିକ ଦୁଇ ପ୍ରକାର ଆକ୍ୟୁଟ୍ ଏବଂ କ୍ରୋନିକ୍। ଆକ୍ୟୁଟ ଜନିତ ସମସ୍ୟା ଦେଖା ଦେଲେ କମ୍ ସମୟ ମଧ୍ୟରେ ରୋଗୀ ଯନ୍ତ୍ରଣାରୁ ଉପଶମ ହୋଇଯାଇଥାଏ। ମାତ୍ର କ୍ରନିକ୍ ଗ୍ୟାଷ୍ଟିକ ସମସ୍ୟା ହେଲେ ଏହା ପାକସ୍ଥଳୀରେ ‘ଘା’ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ଗ୍ୟାଷ୍ଟିକର କାରଣ

କେତେକ ଖାଦ୍ୟ ରହିଛି ଯାହା ପେଟରେ ଅଧିକ ଏସିଡ୍ ସୃଷ୍ଟି କରିଥାଏ। ଏହାବ୍ୟତୀତ ଅଧିକାଂଶ ସମୟ ଚାପଗ୍ରସ୍ତ କିମ୍ୱା ଅବସାଦଗ୍ରସ୍ତ ରହିଲେ ଏଭଳି ସମସ୍ୟା ଦେଖାଯିବା ଆଶଙ୍କା ଅଧିକ ରହିଛି। ଡ୍ରଗ୍ସ, ଧୂମପାନ, ମଦ୍ୟପାନ କରିଥବା ଲୋକେ ଅଧିକ ଏପରି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

Advertisment

ଗ୍ୟାଷ୍ଟିକର ଲକ୍ଷଣ

ଗ୍ୟାଷ୍ଟିକ ହେବାର କେତୋଟି  ପ୍ରାରମ୍ଭିକ ଲକ୍ଷଣ ରହିଛି । ଏପରି ସମସ୍ୟା ଦେଖାଦେଲେ ବାନ୍ତି ଲାଗେ, ବାନ୍ତି ହୁଏ, ହଜମ ଠିକ୍ ଭାବରେ ହୋଇ ନ ଥାଏ । ଏହାସହ ମୁଣ୍ଡ ବୁଲାଇବା ସହ ଦୁର୍ବଳ ଲାଗିଥାଏ ।

ଗ୍ୟାଷ୍ଟିକର ମୁକାବିଲା

ଗ୍ୟାଷ୍ଟିକରୁ ରକ୍ଷା କରିବା ପାଇଁ କେତୋଟି ବିଷୟ ପ୍ରତି ସ୍ୱତନ୍ତ୍ର ଭାବରେ ଧ୍ୟାନ ଦେବା ଜରୁରୀ। ମସଲା  ଜାତୀୟ ଖାଦ୍ୟ, ଫାଷ୍ଟଫୁଡ୍ ଜାତୀୟ ଖାଦ୍ୟ ଯେତେ କମ୍ ଖାଇବେ ସେତେ ଭଲ। କେତେକ ଲୋକ ଲୋଭରେ ଆବଶ୍ୟକଠାରୁ ଅଧିକ ପରିମାଣରେ ଖାଇଥାଆନ୍ତି । ଏହା ଗ୍ୟାଷ୍ଟିକ ସୃଷ୍ଟି କରିଥାଏ। ତେଣୁ ସବୁ ସମୟରେ ଖାଇବା ଉପରେ ସବୁବେଳେ ନିୟନ୍ତ୍ରଣ ରଖନ୍ତୁ। ରାତିରେ ଶୋଇବା ପୂର୍ବରୁ ଅଧିକ ଖାଆନ୍ତୁ ନାହିଁ। ନିଶା ଦ୍ରବ୍ୟ ସେବନଠାରୁ ନିଜକୁ ଦୂରେଇ ରଖନ୍ତୁ। ଫ୍ୟାଟ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ପ୍ରତିଦିନ ଆବଶ୍ୟକ ମୁତାବକ ପାଣି ପିଅନ୍ତୁ। ଯଦି ଏହି ସମସ୍ୟା ଅଧିକ ହେଲା ତେବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଆନ୍ତୁ। ଏହାସହ ଦିନକୁ ୮ରୁ ୧୦ ଗ୍ଲାସ ପାଣି ପିଇବାକୁ ଭୁଲନ୍ତୁ ନାହିଁ। ପ୍ରତିଦିନ ବ୍ୟାୟାମ କରିବା ଅଭ୍ୟାସ କରନ୍ତୁ। ସନ୍ଧ୍ୟାରେ ଭ୍ରମଣ କରିବାକୁ ଯାଆନ୍ତ। ଏହାସହିତ କିଛି ହାଲକା ପେଟ ପାଇଁ ବ୍ୟାୟାମ କରନ୍ତୁ। ପ୍ରଣାୟମ କରିବା ଦ୍ୱାରା ପେଟ ସମ୍ୱନ୍ଧୀୟ ଗ୍ୟାସ ଦୂର ହୋଇଥାଏ।