ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଜାରରେ ବିଭିନ୍ନ ପ୍ରକାରର ଘିଅ ମିଳୁଛି। ହେଲେ ଗାଈ ଘିଅ ଶରୀର ପାଇଁ ସବୁଠାରୁ ଅଧିକ ଲାଭଦାୟକ। ଏଥିରେ ପୌଷ୍ଟିକ ତତ୍ତ୍ୱ ଭରପୂର ହୋଇ ରହିଥାଏ। ତେଣୁ ଯଦି ଘିଅ ଖାଉଛନ୍ତି, ତେବେ ଗାଈ ଘିଅ ହିଁ ଖାଆନ୍ତୁ। ଦେଶୀ ଗାଈ ଘିଅ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ । ଛୁଆ ଏହାକୁ ଖାଇଲେ ହାଡ଼ ଶକ୍ତ ହେବା ସହ ଶରୀର ବିକାଶରେ ସହାୟକ ହୁଏ । ତେଣୁ ଛୋଟ ଛୁଆଙ୍କୁ ଘିଅ ଖାଇବାକୁ ଦେବା ନିତାନ୍ତ ଜରୁରୀ ଅଟେ । ତେବେ ଆସନ୍ତୁ ଜାଣିବା ଦେଶୀ ଗାଈ ଘିଅ ଶରୀର ପାଇଁ କେତେ ଉପକାରୀ।
- ଦେଶୀ ଗାଈ ଘିଅ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଏହା ଶରୀରକୁ ଅନେକ ମାତ୍ରାରେ ଶକ୍ତି ପ୍ରଦାନ କରିଥାଏ । ପ୍ରାଥମିକ ସ୍ତରରେ ଏହା ଛୁଆଙ୍କ ବୁଦ୍ଧି ଓ ବିକାଶ କ୍ଷେତ୍ରରେ ଉପଯୋଗୀ ।
- ଏହି ଦେଶୀ ଘିଅ ସେବନ କରିବା ଦ୍ୱାରା ପିଲାମାନେ ଶକ୍ତିଶାଳୀ ହୋଇଥାନ୍ତି । ଦେଶୀ ଘିଅ ଅତି ଆରାମରେ ଦେହରେ ହଜମ ହୋଇଯାଏ ଏବଂ ଏହା ମସ୍ତିଷ୍କ ବିକାଶରେ ମଧ୍ୟ ସହାୟକ ହୁଏ।
- ପିଲାକୁ ଦେଶୀ ଗାଈ ଘିଅ ଖାଇବାକୁ ଦେବାବେଳେ ତାର ଓଜନ ହିସାବରେ ଏହାର ପରିମାଣ ଠିକ କରନ୍ତୁ । ଓଜନ ପୂର୍ବରୁ ଅଧିକ ଥିଲେ ପିଲାକୁ କମ୍ ଘିଅ ଦିଅନ୍ତୁ ଯଦି ଛୁଆର ଓଜନ କମ୍ ରହିଛି ତା ଠାରୁ ଅଧିକ ପରିମାଣର ଘିଅ ଖାଇବାକୁ ଦେଲେ ଭଲ ।
- ଦେଶୀ ଗାଈ ଘିଅ ନାକରେ ପକାଇଲେ ଆଲର୍ଜି ମଧ୍ୟ ଭଲ ହୋଇଥାଏ ।
- ୮ ମାସ ପରେ ଛୁଆକୁ ଦେଶୀ ଘିଅ ଉପଯୋଗ କରିପାରିବେ । ଖେଚୁଡ଼ି, ରୁଟି, ଭାତ, ଡ଼ାଲିରେ ମଧ୍ୟ ଘିଅ ପକାଇ ଖାଇପାରିବେ । ଛୁଆଙ୍କୁ ଦେଶୀ ଘିଅ ଖାଇବାକୁ ଦେଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ତେଣୁ ଶରୀର ପାଇଁ ଦେଶୀ ଘିଅ ସେବନ ନିତାନ୍ତ ଆବଶ୍ୟକ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।