ଡାଇବେଟିସ୍‌ ପାଇଁ ଉପକାରୀ ଆତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆତ ଶରୀର ପାଇଁ ଏକ ଲାଭକାରୀ ଫଳ। ଏଥିରେ ଆଣ୍ଟି- ଅକ୍ସିଡାଣ୍ଟ୍‌ ଓ ଭିଟାମିନ୍‌ ‘ସି’ ଭରି ରହିଛି। ଏଥିରେ କ୍ୟଲ୍‌ସିୟମ୍‌, ମ୍ୟାଗ୍ନେସିୟମ୍‌, ଆଇରନ୍‌, ପୋଟାସିୟମ୍‌ ପ୍ରଚୁର ପରିମାଣରେ ରହିଛି। ଆସନ୍ତୁ ଜାଣିବା ଆତ ଖାଇବା ଦ୍ୱାରା କେଉଁ ଲାଭ ହୋଇଥାଏ। ତ୍ୱଚା ଓ କେଶ ପାଇଁ ଲାଭକାରୀ:ଆତରେ ଭିଟାମିନ୍‌ ‘ଏ’ ପ୍ରଚୁର ମାତ୍ରାରେ ରହିଛି। ଯାହା କେଶ ଓ ତ୍ୱଚା ପାଇଁ ଲାଭକାରୀ। ଆତ ଖାଇଲେ ଆପଣଙ୍କ ବୟସ କମ୍‌ ଦେଖା ଯିବା […]

bichha-finalaa

bichha-finalaa

Mihir Pattnayak
  • Published: Saturday, 03 November 2018
  • Updated: 03 November 2018, 06:44 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆତ ଶରୀର ପାଇଁ ଏକ ଲାଭକାରୀ ଫଳ। ଏଥିରେ ଆଣ୍ଟି- ଅକ୍ସିଡାଣ୍ଟ୍‌ ଓ ଭିଟାମିନ୍‌ ‘ସି’ ଭରି ରହିଛି। ଏଥିରେ କ୍ୟଲ୍‌ସିୟମ୍‌, ମ୍ୟାଗ୍ନେସିୟମ୍‌, ଆଇରନ୍‌, ପୋଟାସିୟମ୍‌ ପ୍ରଚୁର ପରିମାଣରେ ରହିଛି। ଆସନ୍ତୁ ଜାଣିବା ଆତ ଖାଇବା ଦ୍ୱାରା କେଉଁ ଲାଭ ହୋଇଥାଏ।
ତ୍ୱଚା ଓ କେଶ ପାଇଁ ଲାଭକାରୀ:ଆତରେ ଭିଟାମିନ୍‌ ‘ଏ’ ପ୍ରଚୁର ମାତ୍ରାରେ ରହିଛି। ଯାହା କେଶ ଓ ତ୍ୱଚା ପାଇଁ ଲାଭକାରୀ। ଆତ ଖାଇଲେ ଆପଣଙ୍କ ବୟସ କମ୍‌ ଦେଖା ଯିବା ସହିତ ଦାନ୍ତ ମୂଳରେ ହେଉଥିବା ଯନ୍ତ୍ରଣା ମଧ୍ୟ କମ୍‌ ହୋଇଥାଏ।
ଓଜନ ବଢ଼ାଇଥାଏ: ସୁସ୍ଥ ଭାବରେ ଓଜନ ବଢ଼ାଇବା ପାଇଁ ଆପଣ ଆତ ଖାଇପାରିବେ। ଏଥିରେ ଶରୀର ପାଇଁ ଉପକାରୀ ଫ୍ୟାଟସ୍‌ ରହିଛି। ତେଣୁ ଆପଣ ମୋଟା ହେବା ପାଇଁ ଚାହୁଁଥିଲେ, ଏହାକୁ ଖାଇପାରିବେ।
ଡାଇବେଟିସ୍‌ ପାଇଁ ଉପକାରୀ: ଆତ ଡାଇବେଟିସ୍‌ ପାଇଁ ଏକ ଉପକାରୀ ଫଳ। ଏଥିରେ ଥିବା ଫାଇବର୍‌ ସୁଗାର୍‌କୁ ଅବଶୋଷଣ କରିବାରେ ସାହାଯ୍ୟ କରିଥାଏ। ଟାଇପ୍‌-୨ ଡାଇବେଟିସ୍‌ କମ୍‌ କରିବା ପାଇଁ ଏହା ଏକ ଉପକାରୀ ଫଳ।
ଶ୍ୱାସ ରୋଗ ଭଲ କରେ: ଆତରେ ଭିଟାମିନ୍‌ ‘ବି-୬’ ଅଧିକ ମାତ୍ରାରେ ରହିଛି। ଏହାକୁ ଖାଇବା ଦ୍ୱାରା ଶ୍ୱାସ ରୋଗ ନିୟନ୍ତ୍ରଣରେ ରହିବା ସହିତ କୌଣସି କାରଣରୁ ଶରୀରରେ ଜଳାପୋଡ଼ା ହେଉଥିଲେ, କମ୍‌ ମଧ୍ୟ ହୋଇଥାଏ।
ଖାଦ୍ୟ ହଜମ କରାଏ: ଆତରେ କପର୍‌ ଓ ଫାଇବର୍‌ ରହିଛି। ଯାହା ହଜମ ପ୍ରକ୍ରିୟା ପାଇଁ ଅନେକ ଉପକାରୀ। ଏହା ବ୍ୟତୀତ ଆତ ଖାଇବା ଦ୍ୱାରା ଡାଇରିଆ ସମସ୍ୟା ମଧ୍ୟ ଦୂର ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos