Advertisment

ସ୍ୱାସ୍ଥ୍ୟ ପାଇଁ ଏମିତି ଉପକାରୀ ଗହମ ଘାସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ଆମେ ସମସ୍ତେ ଗହମର ଅଟା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ଜାଣିଛେ। କିନ୍ତୁ କ’ଣ ଆପଣ ଜାଣିଛନ୍ତି ଯେ କେବଳ ଅଟା ନୁହେଁ, ବରଂ ଗହମ ଘାସର ମଧ୍ୟ ଚମତ୍କାର ଗୁଣ ରହିଛି। ଗହମର ଏହି ଘାସକୁ ବ୍ୟବହାର କରିବା ଦ୍ୱାରା ଅନେକ ରୋଗରୁ ଶରୀରକୁ ଉପଶମ ମିଳିଥାଏ। ଗହମର ଘାସ ଶରୀର ପାଇଁ ଏତେ ଉପକାରୀ ଯେ ଏହାକୁ ‘ଗ୍ରୀନ୍ ବ୍ଲଡ୍’ ବୋଲି ମଧ୍ୟ କୁହାଯାଏ। ଏବେ ଆସନ୍ତୁ ଜାଣିବା, ଏହି […]

author-image
Puspanjali Panda
ଅଦ୍ୟତନ ହୋଇଛି
ସ୍ୱାସ୍ଥ୍ୟ ପାଇଁ ଏମିତି ଉପକାରୀ ଗହମ ଘାସ

puspa1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ଆମେ ସମସ୍ତେ ଗହମର ଅଟା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ଜାଣିଛେ। କିନ୍ତୁ କ'ଣ ଆପଣ ଜାଣିଛନ୍ତି ଯେ କେବଳ ଅଟା ନୁହେଁ, ବରଂ ଗହମ ଘାସର ମଧ୍ୟ ଚମତ୍କାର ଗୁଣ ରହିଛି। ଗହମର ଏହି ଘାସକୁ ବ୍ୟବହାର କରିବା ଦ୍ୱାରା ଅନେକ ରୋଗରୁ ଶରୀରକୁ ଉପଶମ ମିଳିଥାଏ।
ଗହମର ଘାସ ଶରୀର ପାଇଁ ଏତେ ଉପକାରୀ ଯେ ଏହାକୁ 'ଗ୍ରୀନ୍ ବ୍ଲଡ୍' ବୋଲି ମଧ୍ୟ କୁହାଯାଏ।

Advertisment

ଏବେ ଆସନ୍ତୁ ଜାଣିବା, ଏହି ଘାସ କିପରି ଶରୀର ପାଇଁ ଉପକାରୀ । publive-imageଗହମ ଘାସର ରସ ରକ୍ତରେ ଶୀଘ୍ର ମିଶିଯାଉଥିବାରୁ ଏହା ଆନେମିଆ ଓ ଜଣ୍ଡିସ୍ ପାଇଁ ଅମୃତ ଭଳି କାମ ଦିଏ। ତେଣୁ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଗହମ ଘାସର ରସକୁ ଔଷଧ ରୂପେ ବ୍ୟବହାର କରିପାରିବେ।
ଗହମ ଗଛ ପତ୍ରର ରସ ପ୍ରତିଦିନ ପିଇବା ଦ୍ୱାରା ରକ୍ତଜନିତ ରୋଗରୁ ମୁକ୍ତି ମିଳିଥାଏ।
ଗହମ ଘାସର ରସ ଶରୀରରେ ଖୁବ୍‌ ଶୀଘ୍ର ରକ୍ତ ତିଆରି କରିଥାଏ।
ଗହମ ଗଛ ପତ୍ରର ରସରେ ଭିଟାମିନ୍ B, C ଏବଂ E ପ୍ରଚୁର ଥାଏ। ତେଣୁ ଏହାକୁ ପାନୀୟ ଭାବେ ବ୍ୟବହାର କଲେ ଶରୀରକୁ ଏହିସବୁ ଭିଟାମିନ୍‌ ମିଳିଥାଏ।
ଏହା କ୍ୟାନ୍‌ସର୍‌ ରୋଗୀଙ୍କ ପାଇଁ ଖୁବ୍‌ ଉପକାରୀ। ଡାଇବେଟିସ୍‌ ରୋଗୀ ମଧ୍ୟ ଏହାକୁ ପ୍ରତିଦିନ ସେବନ କଲେ, ଶରୀରର ବ୍ଲଡ୍‌ ସୁଗାର୍‌ ନିୟନ୍ତ୍ରଣରେ ରହିଥାଏ।
ଏହା ହାର୍ଟ ରୋଗୀ ଓ ଗର୍ଭବତୀମାନଙ୍କ ପାଇଁ ବରଦାନ ସଦୃଶ। ଏହାର ନିୟମିତ ବ୍ୟବହାରରୁ ବହୁ ସୁଫଳ ମିଳିଥାଏ।
ଗହମ ଗଛର ପତ୍ର ଶରୀରର ଟକ୍‌ସିନ୍‌କୁ ବାହାର କରିବା ସହ ମୋଟାପଣ କମାଇଥାଏ।publive-image ଖେଳାଳିଙ୍କ ପାଇଁ ଏହା ଖୁବ୍‌ ଉପକାରୀ। ଗହମ ଘାସ ତ୍ୱଚା ସମ୍ବନ୍ଧୀୟ ରୋଗଗୁଡ଼ିକୁ ମଧ୍ୟ ଭଲ କରିଥାଏ।
ଶରୀରର ଦୁର୍ଗନ୍ଧକୁ ରୋକିବା ସହ ଏହି ଗହମ ଘାସର ରସ ପିଇଲେ ବାର୍ଦ୍ଧକ୍ୟ ଶୀଘ୍ର ଆସେନାହିଁ।
ଗହମ ଘାସର ରସ କୋଷ୍ଠକାଠିନ୍ୟ,ଏସିଡିଟି,କାଶ, ବ୍ଲଡ୍‌ ପ୍ରେସର୍‌ ଓ ଆଖିରୋଗ ହେବାକୁ ଦିଏନାହିଁ। ପ୍ରତିଦିନ ବ୍ୟାୟାମ କରୁଥିବା ଲୋକ ଗହମ ଘାସ ରସ ପିଇଲେ ସାରା ଜୀବନ ସୁସ୍ଥ ରୁହନ୍ତି।

କିପରି ପ୍ରସ୍ତୁତ କରିବେ ଗହମ ଘାସ:

ପ୍ରଥମେ ଉତ୍ତମ ମାନର ଗହମକୁ ନେଇ ୮ଘଣ୍ଟା ଯାଏ ପାଣିରେ ଭିଜାଇ ରଖନ୍ତୁ। ଏହା ପରେ ଗହମକୁ ପାଣିରୁ ବାହାର କରି ପୁଣି ୮ ଘଣ୍ଟା ଯାଏ ଛାଡ଼ି ଦିଅନ୍ତୁ। ତା’ ପରେ ଏହାକୁ ଆପଣ ମାଟି କୁଣ୍ଡରେ ଲଗାଇ ପାରିବେ। ଏକ ପ୍ଲାଷ୍ଟିକ୍ ଚଉଡ଼ା ପାତ୍ରରେ ମଧ୍ୟ ଏହାକୁ ଲଗାଇ ପାରିବେ। ଗହମ ଦାନାକୁ ବୁଣିବା ପରେ ତା’ପରେ ଅଳ୍ପ ପାଣି ସିଞ୍ଚନ କରି ଛାଡ଼ି ଦିଅନ୍ତୁ। ସବୁ ଦିନ ସେଥିରେ ଅଳ୍ପ ଅଳ୍ପ ପାଣି ସିଞ୍ଚନ କରନ୍ତୁ। ଦେଖିବେ ୬, ୭ ଦିନ ମଧ୍ୟରେ ଘାସ ହେଇଯିବ। ଏହି ଘାସ ୫ରୁ ୬ ଇଞ୍ଚ ଯାଏ ହେଲେ, ଏହାକୁ କାଟି ଜୁସ୍ ତିଆରି କରି ପିଅନ୍ତୁ।
ଏକାବେଳେ ଅଧିକ ଜୁସ୍‌ ପିଇବା ଅପେକ୍ଷା ପ୍ରତିଦିନ ଅଳ୍ପ ଅଳ୍ପ ପିଇବା ଅତ୍ୟନ୍ତ ଲାଭଦାୟକ।

Advertisment

ଗହମ ଘାସ ପ୍ରସ୍ତୁତି ସମ୍ପର୍କରେ ଜାଣିବା ପାଇଁ ଏହି ଭିଡିଓ ଦେଖନ୍ତୁ:
href="https://odishareporter.in/life-style">LifestyleNews

Gahama Ghasa