ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍): ସାଧାରଣତଃ ଜଣେ ସୁସ୍ଥ ମଣିଷର ଆଖି ୧ମିନିଟ୍ରେ ୧୦ ଥର ପଲକ ପକାଇଥାଏ। କିନ୍ତୁ ଯଦି ଆପଣ ୧୦ଥରରୁ କମ କିମ୍ୱା ଏହାଠାରୁ ଅଧିକ ଥର ଆଖି ପତା ପକାଉଛନ୍ତି, ତେବେ ଆପଣଙ୍କ ଆଖି ପାଇଁ ଏହା ବିପଦ ଆଣିପାରେ।
କମ୍ପ୍ୟୁଟର୍,ମୋବାଇଲ୍ ଓ ଲ୍ୟାପଟପରେ କାମ କରିବା ସମୟରେ ଆପଣ ଅନେକ ସମୟ ଯାଏ ନିଜ ଆଖିର ପତାକୁ ପକାଇନଥା'ନ୍ତି। କିନ୍ତୁ ଆଖି ପତାକୁ ନପକାଇବା ଏବଂ ଦୀର୍ଘ ସମୟ କାମ କରିବା ପରେ ବାରମ୍ୱାର ଆଖି ପତା ପକାଇବା ‘ଡ୍ରାଇ ଆଇ ସିଣ୍ଡ୍ରୋମ୍’ର ଲକ୍ଷଣ ବୋଲି କୁହାଯାଏ।
ବିଶେଷଜ୍ଞଙ୍କ ମତରେ ଆଖି ଡୋଳାରେ ଏକ ବିଶେଷ ଧରଣର ତରଳ ପଦାର୍ଥ ରହିଛି। ଏହି ଲିକ୍ୱିଡ୍ ଲୁବ୍ରିକାଣ୍ଟ୍ ଭାବରେ କାମ କରିଥାଏ।
ଆଖି ପତା ପକାଇବା ସମୟରେ ଏହି ଲୁବ୍ରିକାଣ୍ଟ୍ ଆଖି ଡୋଳାରେ ଖେଳାଇ ହୋଇଯାଇଥାଏ। ଏହା ଯୋଗୁ ଆଖି ଡୋଳା ନରମ ହୋଇଥାଏ ଏବଂ ଶୁଖି ନଥାଏ। କିନ୍ତୁ ଆଖି ପତା କମ୍ ପକାଇଲେ, ଲୁବ୍ରିକାଣ୍ଟ୍ ଠିକ୍ ଭାବରେ ବାହାରିନଥାଏ ଏବଂ ଆଖି ଶୁଖିଲା ଦେଖାଯାଏ।
‘ଡ୍ରାଇ ଆଇ ସିଣ୍ଡ୍ରୋମ୍’ର କ୍ଷତି:
‘ଡ୍ରାଇ ଆଇ ସିଣ୍ଡ୍ରୋମ୍’ରେ ପୀଡ଼ିତ ବ୍ୟକ୍ତିଙ୍କ ଆଖିରେ ଲୁହ ତିଆରି ହେବା କମ୍ ହୋଇଥାଏ। ଲୁହ ବୋହିବା ଦ୍ୱାରା ଆଖିର କର୍ଣ୍ଣିଆ ବା କଞ୍ଜକ୍ଟାଇବା ନରମ ଓ ଓଦା ରହିଥାଏ ଏବଂ ଆଖି ଶୁଖିଲା ରହିନଥାଏ। ଆମ ଆଖିରେ ଏକ ଟିୟର୍ ଫିଲ୍ମ ରହିଛି। ଏହାର ବାହାର ସ୍ତରକୁ ଅୟେଲି ଲେୟର୍ କୁହାଯାଏ। ଏହି ଲେୟର୍ ଲୁହ ଅଧିକ ବୋହିବା, ଗରମ ଏବଂ ପବନରେ ଲୁହ ଶୁଖିବାକୁ କମ୍ କରିଥାଏ। ଏହି ଲେୟର୍ ଆଖି ପତାକୁ ଚିକ୍କଣ କରିଥାଏ। ଯାହା ଯୋଗୁ ଆଖି ପତା ପକାଇବା ସହଜ ହୋଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।