ଏଥର ପୂଜାରେ ନିଜକୁ ଦିଅନ୍ତୁ ନୂଆ ଲୁକ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଖେଇ ଆସୁଛି ଦୂର୍ଗା ପୂଜା। ତେବେ ପୂଜାରେ କିପରି ପୋଷାକ ପିନ୍ଧିବେ, ତାକୁ ନେଇ ସାଧାରଣତଃ ଅନେକ ଝିଅ ଚିନ୍ତାରେ ରହିଥା’ନ୍ତି। ଆପଣ ପୂଜାରେ କେଉଁ ଡିଜାଇନ୍‌ର ଡ୍ରେସ୍‌ ପିନ୍ଧିବେ, ତାକୁ ନେଇ ଯଦି ଆପଣଙ୍କର କନ୍‌ଫ୍ୟୁଜନ୍‌ ଅଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ।ପୂଜାରେ ଆପଣଙ୍କ ପୋଷାକ ଏପରି ହେବା ଦରକାର, ଯାହାକୁ ପିନ୍ଧିବା ପରେ ଆପଣ ଆରାମରେ ମା’ଙ୍କ ଦର୍ଶନ ସହିତ ବିଭିନ୍ନ ମଣ୍ଡପରେ ବୁଲାବୁଲି ମଧ୍ୟ କରିପାରିବେ। ପୂଜା ସିଜିନ୍‌ରେ […]

kurti2

kurti2

Puspanjali Panda
  • Published: Sunday, 07 October 2018
  • Updated: 07 October 2018, 09:18 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାଖେଇ ଆସୁଛି ଦୂର୍ଗା ପୂଜା। ତେବେ ପୂଜାରେ କିପରି ପୋଷାକ ପିନ୍ଧିବେ, ତାକୁ ନେଇ ସାଧାରଣତଃ ଅନେକ ଝିଅ ଚିନ୍ତାରେ ରହିଥା'ନ୍ତି।

ଆପଣ ପୂଜାରେ କେଉଁ ଡିଜାଇନ୍‌ର ଡ୍ରେସ୍‌ ପିନ୍ଧିବେ, ତାକୁ ନେଇ ଯଦି ଆପଣଙ୍କର କନ୍‌ଫ୍ୟୁଜନ୍‌ ଅଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ।ପୂଜାରେ ଆପଣଙ୍କ ପୋଷାକ ଏପରି ହେବା ଦରକାର, ଯାହାକୁ ପିନ୍ଧିବା ପରେ ଆପଣ ଆରାମରେ ମା’ଙ୍କ ଦର୍ଶନ ସହିତ ବିଭିନ୍ନ ମଣ୍ଡପରେ ବୁଲାବୁଲି ମଧ୍ୟ କରିପାରିବେ।

ପୂଜା ସିଜିନ୍‌ରେ ନିଜକୁ ଏକ ନୂଆ ଲୁକ୍‌ ଦେବା ପାଇଁ ଆଜିକାଲିର ଫ୍ୟାଶନ୍‌କୁ ମଧ୍ୟ ଆପଣାଇ ପାରିବେ। ଯେପରିକି ଏବେ କୁର୍ତ୍ତୀ ସହ ଜିନ୍ସ୍‌ର ଫ୍ୟାଶନ୍‌ ଚାଲିଛି।

କୁର୍ତ୍ତୀ ସହିତ କେଉଁ ରଙ୍ଗର ଜିନ୍ସ୍‌ ପିନ୍ଧିଲେ ଆପଣ ସୁନ୍ଦର ଲାଗିବେ, ତାହା ପ୍ରଥମେ ନିଷ୍ପତ୍ତି ନିଅନ୍ତୁ। ଏହି ଲୁକ୍‌ରେ ଆପଣ ଷ୍ଟାଇଲିସ୍‌ ଦେଖାଯିବା ସହ ପୂଜା ଭଳି ସରଗରମ୍‌ ମାହୋଲ୍‌ରେ କୁଲ୍‌ ମଧ୍ୟ ଲାଗିବେ।kur1ନିଜ ମନ ପସନ୍ଦର କୁର୍ତ୍ତୀ ସହ କେଉଁ ରଙ୍ଗର ଜିନ୍ସ୍‌ ଆପଣ ପିନ୍ଧିଲେ ଆପଣ ନୂଆ ଲୁକ୍‌ ଓ କୁଲ୍‌ ସାଗିବେ, ସେସମ୍ପର୍କରେ ଆସନ୍ତୁ କିଛି ଟିପ୍ସ୍‌ ଜାଣିବା।  

ଅନାରକଲି କୁର୍ତ୍ତୀ: ଏହି କୁର୍ତ୍ତୀ ସହିତ ଆପଣ ଲେଗିଙ୍ଗ୍‌ସ୍‌ ପିନ୍ଧିବା ସହିତ ଡେନିମ୍‌ କଲର୍‌ ଜିନ୍ସ୍‌ ପିନ୍ଧି ପାରିବେ।

ଫେଲ୍‌ରାଲ୍‌ କୁର୍ତ୍ତୀ: ଏବେ ଫୁଲ୍‌ ଡିଜାଇନ୍‌ର କୁର୍ତ୍ତୀ ପିନ୍ଧିବା ଏକ ଟ୍ରେଣ୍ଡ୍‌ ପାଲଟିଛି। ଏହାକୁ ଯଦି ଆପଣ ଜିନ୍ସ୍‌ ସହିତ ପିନ୍ଧିବେ, ତେବେ ଆପଣଙ୍କ ପର୍ସନାଲିଟି ଆକର୍ଷଣୀୟ ଦେଖାଯିବ।

ଡିଜାଇନର୍‌ କୁର୍ତ୍ତୀ: ଡିଜାଇନର୍‌ କୁର୍ତ୍ତୀ ସହିତ ଜିନ୍ସ୍‌ ପିନ୍ଧିଲେ, ଏହା ଆପଣଙ୍କୁ ଏକ ପର୍‌ଫେକ୍ଟ୍‌ ଲୁକ୍‌ ଦେବ। ଏହାଦ୍ୱାରା ଆପଣଙ୍କ ଉପରେ ସମସ୍ତଙ୍କ ନଜର ରହିବ।

କଲର୍‌ ଥିବା କୁର୍ତ୍ତୀ: କଲର୍‌ ଥିବା କୁର୍ତ୍ତୀ ସହିତ ଆପଣ ଜେଗିଙ୍ଗସ୍‌ ପିନ୍ଧିପାରିବେ। ଏହାକୁ ପିନ୍ଧିଲେ ଆପଣ କୁଲ୍‌ ଏବଂ ସେକ୍ସି ଲାଗିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos