ଜାଣିଛନ୍ତି କି? ଥରଟିଏ ଯୌନସଂଗମ ପାଇଁ ଜଣେ ପୁରୁଷର କେତେ କ୍ୟାଲୋରୀ ନଷ୍ଟ ହୋଇଥାଏ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ତ୍ରୀ-ପୁରୁଷ ମିଳନ ହେଉଛି ସୃଷ୍ଟି-ତତ୍ୱର ଅଧାର। ମଣିଷର ଜୀବନ-ଶୈଳୀରେ ସେକ୍ସ ବା ଯୌନସଙ୍ଗମ ଏକ ଅଭିନ୍ନ ଅଂଶ। ଏହା ଏକ ପବିତ୍ର ପ୍ରାକୃତିକ ପ୍ରକ୍ରିୟା ବୋଲି କୁହାଯାଏ ସ୍ତ୍ରୀ-ପୁରୁଷ ଯୌନସଂଗମକୁ ନେଇ ବୈଜ୍ଞାନିକମାନେ ଅନେକ ସର୍ବେକ୍ଷଣ କରିଛନ୍ତି। ଗବେଷଣା ବେଳେ ଅନେକ ରୋଚକ ତଥ୍ୟ ମଧ୍ୟ ପଦାକୁ ଆସିଥାଏ। ରକ୍ଷଣଶୀଳ ଭାରତୀୟ ସମାଜରେ ଯୌନଶିକ୍ଷା ପ୍ରଚଳନ ହୋଇପାରି ନାହିଁ। କିନ୍ତୁ ବିକଶିତ ରାଷ୍ଟ୍ରଗୁଡ଼ିକରେ ଏହାକୁ ସୀକୃତି ଦିଆସରିଛି। ଏବେଏବେ ହୋଇଥିବା ଏକ ସର୍ବେକ୍ଷଣରୁ […]

sex-1

sex-1

Tapas Behera
  • Published: Monday, 29 October 2018
  • Updated: 29 October 2018, 09:33 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ତ୍ରୀ-ପୁରୁଷ ମିଳନ ହେଉଛି ସୃଷ୍ଟି-ତତ୍ୱର ଅଧାର। ମଣିଷର ଜୀବନ-ଶୈଳୀରେ ସେକ୍ସ ବା ଯୌନସଙ୍ଗମ ଏକ ଅଭିନ୍ନ ଅଂଶ। ଏହା ଏକ ପବିତ୍ର ପ୍ରାକୃତିକ ପ୍ରକ୍ରିୟା ବୋଲି କୁହାଯାଏ

ସ୍ତ୍ରୀ-ପୁରୁଷ ଯୌନସଂଗମକୁ ନେଇ ବୈଜ୍ଞାନିକମାନେ ଅନେକ ସର୍ବେକ୍ଷଣ କରିଛନ୍ତି। ଗବେଷଣା ବେଳେ ଅନେକ ରୋଚକ ତଥ୍ୟ ମଧ୍ୟ ପଦାକୁ ଆସିଥାଏ। ରକ୍ଷଣଶୀଳ ଭାରତୀୟ ସମାଜରେ ଯୌନଶିକ୍ଷା ପ୍ରଚଳନ ହୋଇପାରି ନାହିଁ। କିନ୍ତୁ ବିକଶିତ ରାଷ୍ଟ୍ରଗୁଡ଼ିକରେ ଏହାକୁ ସୀକୃତି ଦିଆସରିଛି। ଏବେଏବେ ହୋଇଥିବା ଏକ ସର୍ବେକ୍ଷଣରୁ ଯେଉଁସବୁ ତଥ୍ୟ ଆସିଛି ତାହା ଅତ୍ୟନ୍ତ ରୋଚକ। ଆସନ୍ତୁ ଜାଣିବା ଏଥିରୁ କିଛି।

-        ଥରେ ମୈଥୁନ ହେଲେ ପୁରୁଷ ଶରୀରରୁ ଯେଉଁ ବୀର୍ଯ୍ୟ ନିର୍ଗତ ହୁଏ ସେଥିରେ ୩୦ରୁ ୪୫ କୋଟି ଶୁକ୍ରାଣୁ ଥାଆନ୍ତି

-        ମେଡିକାଲ ଲ୍ୟାବ୍‌ରେ ଥିବା ବୀର୍ଯ୍ୟ ବ୍ୟାଙ୍କର ତାପମାତ୍ରା ହେଲା ମାଇନସ୍‌ ୧୯୬.୯ ଡିଗ୍ରୀ ସେଲସିୟସ୍‌।

-        ମନସ୍ତତ୍ତ୍ଵବିତ୍‌ଙ୍କ ମତରେ ପ୍ରାୟ ୨୫ ପ୍ରତିଶତ ପୁରୁଷଙ୍କ ମନରେ ସେକ୍ସ ବା ଯୌନସଂଗମକୁ ନେଇ ସର୍ବଦା ଭାବନା ଥାଏ।

-        ଯୌନସଂଗମ ସମୟରେ ଉଭୟ ପୁରୁଷ ଓ ମହିଳାଙ୍କ ହୃତ୍ କମ୍ପନ, ପ୍ରତି ମିନିଟ୍‌ରେ ୧୪୦ ଛୁଇଁଯାଏ।

-        ମହିଳାମାନେ ୪୫ ବର୍ଷ ପର୍ଯ୍ୟନ୍ତ ୩ ହଜାରଥର ଯୌନସଂଗମ କରିପାରନ୍ତି।

-        ଥରେ ମୈଥୁନ କଲେ ଜଣେ ପୁରୁଷର ଶହେ କ୍ୟାଲୋରୀ ନଷ୍ଟ ହୋଇଥାଏ।

-        ମଦ୍ୟପାନ କରୁଥିବା ପୁରୁଷଙ୍କ ସହ ଯୌନସଂପର୍କ ରକ୍ଷା ପାଇଁ ଅଧିକାଂଶ ମହିଳା ରାଜି ହୁଅନ୍ତି ନାହିଁ।

-        ଯୌନସଂଗମ ବେଳେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଶରୀରରୁ ଅଧିକ ଝାଳ ବୋହିଥାଏ।

-        ଯୌନସଂଗମ ବେଳେ ୩୦ ପ୍ରତିଶତ ପୁରୁଷଙ୍କର ଶୀଘ୍ର ବୀର୍ଯ୍ୟପତନ ହୋଇଯାଏ।

-        ଗୋଟିଏ ଦିନରେ ପ୍ରାୟ ୧୦୦ କୋଟି ଲୋକେ ଯୌନସଂଗମରେ ଲିପ୍ତ ରହନ୍ତି।

-        ଯୌନଜୀବନ ଅତିବାହିତ କଲେ ମହିଳାଙ୍କ ଶାରିରୀକ ସଂରଚନାରେ ଆଖିଦୃଶିଆ ପରିବର୍ତ୍ତନ ଆସିଥାଏ।

-        ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କଣ୍ଡୋମ୍‌ର ବ୍ୟବହାର ଆରମ୍ଭ ହୋଇଥିଲା ବୋଲି କୁହାଯାଏ। ତେବେ ଏହାର କାରଣ ଥିଲା ଅଲଗା। ଦିନଦିନ ଧରି ସୈନ୍ୟମାନେ ଗୋଟିଏ ଡ୍ରେସ୍‌ ପିନ୍ଧି ଯୁଦ୍ଧ କରୁଥିଲେ। ତେଣୁ ଶରୀରରୁ ନିର୍ଗତ ଝାଳ ଯେମିତି ଯୌନାଙ୍ଗ ସଂସ୍ପର୍ଶରେ ଆସି ଇନ୍‌ଫେକସନ୍‌ ନ ହୁଏ, ସେଥିପାଇଁ ଏମିତି ସତର୍କତା ଅବଲମ୍ବନ କରାଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos