ସନ୍ଧ୍ୟାବେଳେ ଚାହା ସହ ପରଷନ୍ତୁ ଗରମା ଗରମ ପଣସ କଠା ଚପ୍

ଆବଶ୍ୟକ ସାମଗ୍ରୀ: ସିଝା ପଣସ କଠା, ସିଝା ମଟର, ଭଜା ବାଦାମ, କଟା ନଡ଼ିଆ, ଅଦା-ରସୁଣ ବଟା, କଟା ପିଆଜ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା ଗୁଣ୍ଡ, ଫୁଟଣ, ଭୁସୃଙ୍ଗ ପତ୍ର, ଜୁଆଣି, ବେସନ, ଖାଇବା ସୋଡ଼ା, ତେଲ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସିଝା ପଣସକୁ ଚକଟି ଦିଅନ୍ତୁ। ଗରମ ତେଲରେ ଫୁଟଣ, ପିଆଜ ଓ ଭୂସୁଙ୍ଗା ପତ୍ର ପକାଇ ଭାଜନ୍ତୁ। ପିଆଜ ବାଦାମୀ ରଙ୍ଗ ହୋଇଗଲେ ସେଥିରେ ହଳଦି, […]

food

food

Chinmayee Roy
  • Published: Thursday, 11 April 2019
  • Updated: 11 April 2019, 01:23 PM IST

Sports

Latest News

ଆବଶ୍ୟକ ସାମଗ୍ରୀ: ସିଝା ପଣସ କଠା, ସିଝା ମଟର, ଭଜା ବାଦାମ, କଟା ନଡ଼ିଆ, ଅଦା-ରସୁଣ ବଟା, କଟା ପିଆଜ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା ଗୁଣ୍ଡ, ଫୁଟଣ, ଭୁସୃଙ୍ଗ ପତ୍ର, ଜୁଆଣି, ବେସନ, ଖାଇବା ସୋଡ଼ା, ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସିଝା ପଣସକୁ ଚକଟି ଦିଅନ୍ତୁ। ଗରମ ତେଲରେ ଫୁଟଣ, ପିଆଜ ଓ ଭୂସୁଙ୍ଗା ପତ୍ର ପକାଇ ଭାଜନ୍ତୁ। ପିଆଜ ବାଦାମୀ ରଙ୍ଗ ହୋଇଗଲେ ସେଥିରେ ହଳଦି, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଅଦା ଓ ରସୁଣ ବଟା ପକାଇ ପୁଣି କଷନ୍ତୁ। ମସଲା ପ୍ରସ୍ତୁତ ହୋଇଗଲେ ସେଥିରେ ପଣସ ଚକଟା, ସିଝା ମଟର୍, ଭଜା ବାଦାମ, ନଡିଆ କଟା, ଗରମ ମସଲା ଓ ଲୁଣ ଦେଇ ଭଲଭାବରେ ଗୋଳାଇ ମିଶାଇ ଦିଅନ୍ତୁ।

ବେସନରେ ଲୁଣ, ଜୁଆଣି, ଖାଇବା ସୋଢ଼ା ଓ ଆବଶ୍ୟକ ପରିମାଣରେ ପାଣି ମିଶାଇ ବହଳିଆ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ କରେଇରେ ତେଲ ଗରମ କରି ମସଲା ଯୁକ୍ତ ପଣସକୁ ଗୋଲ ଗୋଲ କରି ବେସନରେ ବୁଡ଼ାଇ ଛାଣନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଗରମା ଗରମ ପଣସ ଚପ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos