କେଉଁ ମାସରେ ଜନ୍ମ ହେଲେ କେମିତି ହୋଇଥାଏ ମହିଳାଙ୍କ ସ୍ୱଭାବ ?

ନାରୀଙ୍କୁ ବୁଝିବା ସହଜ ପାଠ ନୁହେଁ। ବଡ଼ ବଡ଼ ଜ୍ଞାନୀ ଗୁଣୀ ଲୋକ ମଧ୍ୟ ନାରୀଙ୍କୁ ବୁଝିବାରେ ଭୁଲ୍ କରିଛନ୍ତି। ଜ୍ୟୋତିଷ ବିଦ୍ୟା ଅନୁଯାୟୀ ମହିଳା ମାନଙ୍କର ସ୍ୱଭାବ ତାଙ୍କ ଜନ୍ମମାସରୁ ଜଣାପଡିଥାଏ। ଆସନ୍ତୁ ଜାଣିବା କେଉଁ ମାସରେ ଜନ୍ମ ହେଲେ କେମିତି ହୋଇଥାଏ ମହିଳାଙ୍କ ସ୍ୱଭାବ। ଏସଂପର୍କରେ କଣ କହୁଛି ଜ୍ୟୋତିଷ ଶାସ୍ତ୍ର। ଜାନୁଆରୀ ଓ ଫେବ୍ରୁଆରୀ ଜାନୁଆରୀ କିମ୍ବା ଫେବ୍ରୁଆରୀ ମାସରେ ଜନ୍ମିତ ମହିଳାମାନେ ଦେଖିବାକୁ ଖୁବ୍ ସୁନ୍ଦର। ଏମାନଙ୍କ ଚେହେରା ଖୁବ୍ ଆକର୍ଷଣୀୟ। […]

Calender

Calender

Rakesh Mallick
  • Published: Monday, 26 June 2017
  • Updated: 26 June 2017, 01:47 PM IST

ନାରୀଙ୍କୁ ବୁଝିବା ସହଜ ପାଠ ନୁହେଁ। ବଡ଼ ବଡ଼ ଜ୍ଞାନୀ ଗୁଣୀ ଲୋକ ମଧ୍ୟ ନାରୀଙ୍କୁ ବୁଝିବାରେ ଭୁଲ୍ କରିଛନ୍ତି। ଜ୍ୟୋତିଷ ବିଦ୍ୟା ଅନୁଯାୟୀ ମହିଳା ମାନଙ୍କର ସ୍ୱଭାବ ତାଙ୍କ ଜନ୍ମମାସରୁ ଜଣାପଡିଥାଏ। ଆସନ୍ତୁ ଜାଣିବା କେଉଁ ମାସରେ ଜନ୍ମ ହେଲେ କେମିତି ହୋଇଥାଏ ମହିଳାଙ୍କ ସ୍ୱଭାବ। ଏସଂପର୍କରେ କଣ କହୁଛି ଜ୍ୟୋତିଷ ଶାସ୍ତ୍ର।

ଜାନୁଆରୀ ଓ ଫେବ୍ରୁଆରୀ

ଜାନୁଆରୀ କିମ୍ବା ଫେବ୍ରୁଆରୀ ମାସରେ ଜନ୍ମିତ ମହିଳାମାନେ ଦେଖିବାକୁ ଖୁବ୍ ସୁନ୍ଦର। ଏମାନଙ୍କ ଚେହେରା ଖୁବ୍ ଆକର୍ଷଣୀୟ। ଏମାନେ ସ୍ୱଭାବରେ ଖୁବ୍ ପରିଶ୍ରମୀ। କାମ କରିବାକୁ ପଛାନ୍ତି ନାହିଁ। କିନ୍ତୁ ଶୋଇବା ଓ ଆରାମ କରିବାକୁ କେବେ ଭୁଲନ୍ତି ନାହିଁ।

ମାର୍ଚ୍ଚ  ଓ ଏପ୍ରିଲ

ଯେଉଁ ମହିଳା ମାନଙ୍କ ଜନ୍ମ ମାର୍ଚ୍ଚ ଓ ଏପ୍ରିଲ ମାସରେ ହୋଇଥାଏ,ସେମାନେ ସାଧାରଣତଃ ସଂସ୍କାରୀ  ଓ ସ୍ପଷ୍ଟ ଭାଷୀ, ହେବା ସହ ସମସ୍ତଙ୍କ ପସନ୍ଦଯୋଗ୍ୟ ହୋଇପାରିଥାନ୍ତି। ସ୍ୱଭାବରେ ଖୁବ୍ ସ୍ପଷ୍ଟ ବା କ୍ଲିଅର୍ ମନରେ କିନ୍ତୁ ନଥାଏ। ତେଣୁ ଏମାନେ ଖୁବ୍ କମ୍ ପଶ୍ଚତାପ କରନ୍ତି।

ମେ ଓ ଜୁନ

ଏହି ମାସରେ ଜନ୍ମିତ ମହିଳାମାନେ ସାଧାରଣତଃ କ୍ରୋଧୀ ସ୍ୱଭାବର ହୋଇଥାନ୍ତି। ଏଥତ୍ସହ ଏମାନେ ନିଜ ପରିବାରକୁ ବହୁତ ଭଲ ପାଇଥାନ୍ତି। ଶାସନ କରିବା ଏମାନଙ୍କ ସ୍ୱଭାବ।

ଜୁଲାଇ  ଓ ଅଗଷ୍ଟ

ଯେଉଁ  ମହିଳା ମାନଙ୍କର ଜନ୍ମ ଜୁଲାଇ ଓ ଅଗଷ୍ଟ ମାସରେ ହୋଇଥାଏ ସେମାନେ ସର୍ବଗୁଣ ସମ୍ପନ୍ନ ହୋଇଥାନ୍ତି। ପରିବାର ପ୍ରତି ଏମାନଙ୍କର ଯଥେଷ୍ଟ ଧ୍ୟାନ ଥାଏ। ଏଥି ସହ ଏମାନେ ଜୀବନରେ ସବୁ ସୁଖ ସୁବିଧା ପାଇଥାନ୍ତି।

ସେପ୍ଟେମ୍ବର ଓ ଅକ୍ଟୋବର

ଏହି ମାସରେ ଜନ୍ମିତ ମହିଳା ଭାଗ୍ୟଶାଳୀ, ଧନବତୀ ଓ ପରିଶ୍ରମୀ ହୋଇଥାନ୍ତି। ଏମାନଙ୍କ ଜୀବନ ଆରାମଦାୟକ ହୋଇଥାଏ।

ନଭେମ୍ବର ଓ  ଡିସେମ୍ବର

ଯେଉଁ ମହିଳା ମାନଙ୍କର ଜନ୍ମ ନଭେମ୍ବର ଓ ଡିସେମ୍ବର ମାସରେ  ହୋଇଥାଏ ସେମାନେ ଛୋଟ ଛୋଟ କଥାରେ ଶୀଘ୍ର ଭୟଭୀତ ହୋଇଯାଆନ୍ତି। ଏହି ମହିଳାମାନେ ଧନ ସଞ୍ଚୟ କରିବାରେ ମାହିର ହୋଇଥାନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos