କେଉଁ ଆବହମାନ କାଳରୁ ହସ୍ତରେଖା ଉପରେ ଲୋକଙ୍କ ବିଶ୍ୱାସ ରହିଛି। ଲୋକେ ନିଜର ହସ୍ତରେଖା ଦେଖି ଭବିଷ୍ୟତ ଓ ବ୍ୟକ୍ତିତ୍ୱ ଜାଣିଥାନ୍ତି। କିନ୍ତୁ ଜାଣିଛନ୍ତି କି, ଆମ ହସ୍ତରେ ଏପରି କିଛି ରେଖା ଅଛି, ଯାହା ଦେଖି ଆମର ସନ୍ତାନ ଓ ତା’ର ଲିଙ୍ଗ ବିଷୟରେ ଜାଣିପାରିବା। ଆସନ୍ତୁ ଜାଣିବା ଏପରି ରେଖା ସଂପର୍କରେ।
ହାତ ପାପୁଲିର କନିଷ୍ଠ ଆଙ୍ଗୁଳି ବା ଛୋଟ ଆଙ୍ଗୁଳିର ସିଧାରେ ବା ବୈବାହିକ ରେଖା ଉପରେ ସନ୍ତାନ ରେଖା ରହିଥାଏ। ଏହାଦ୍ୱାରା ସନ୍ତାନ ଓ ସନ୍ତତି ବିଷୟରେ ଜାଣିପାରିଥାଉ ।
୧-ଯେଉଁ ବ୍ୟକ୍ତିର ହାତ ପାପୁଲିରେ ଥିବା ସନ୍ତାନ ରେଖା ବିଭାଜିତ ହୋଇଥାଏ। ସେମାନଙ୍କର ଯାଆଁଳା ସନ୍ତାନ ହେବାର ସମ୍ଭାବନା ଥାଏ।
୨- ଜ୍ୟୋତିବିଜ୍ଞାନ କହୁଛି, ଯେଉଁ ବ୍ୟକ୍ତିର ସନ୍ତାନ ରେଖା ସ୍ପଷ୍ଟ ଭାବରେ ଦେଖାଯାଏ। ସେମାନଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥାଏ।
୩- ଯେଉଁମାନଙ୍କ ସନ୍ତାନ ରେଖା ପତଳା ହୋଇଥାଏ। ସେମାନଙ୍କର କନ୍ୟା ସନ୍ତାନ ଜନ୍ମ ହୁଏ।
୪- ଯେଉଁ ବ୍ୟକ୍ତିର ସନ୍ତାନ ରେଖା ଆରମ୍ଭରୁ ମୋଡି ମୋଡି ହୋଇଥାଏ। ସେମାନଙ୍କର ଦୁର୍ବଳ ସନ୍ତାନ ଜନ୍ମ ହୋଇଥାନ୍ତି। ଜନ୍ମ ହେବା ଦିନ ଠାରୁ ବହୁତଥର ରୋଗରେ ପଡ଼ିଥାନ୍ତି।
ସୌଜନ୍ୟ -ୟଙ୍ଗିସ୍ତାନ
ଫଟୋ-ୟଙ୍ଗିସ୍ତାନ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।