ନବଜାତ ପିଲାଙ୍କ ଯତ୍ନ

ଭୁବନେଶ୍ୱର (ଡାକ୍ତର ଅରଜିତ୍ ମହାପାତ୍ର): ମାତୃତ୍ୱ ହିଁ ଆଣିଦିଏ ନାରୀ ଜୀବନରେ ପୂର୍ଣ୍ଣତା। ନୂଆ ନୂଆ ବାପା ମା’ ହୋଇଥିବା ଦମ୍ପତିଙ୍କ ପାଇଁ ପ୍ରସବ ପରେ ନବଜାତ ଶିଶୁର ଯତ୍ନ ନେବା କଷ୍ଟକର ହୋଇପଡ଼େ। ଅନଭିଜ୍ଞ ହୋଇଥିବାରୁ କେଉଁଟା ଠିକ କେଉଁଟା ଭୁଲ, କ’ଣ କରିବା ଉଚିତ, କ’ଣ ଅନୁଚିତ ତାହା ସେମାନେ ଜାଣିପାରନ୍ତି ନାହିଁ। ଫଳରେ ଅନେକ ସମୟରେ ନବଜାତ ଶିଶୁଙ୍କର ଶାରୀରିକ ତଥା ମାନସିକ ବିକାଶ ଠିକ ଭାବରେ ହୋଇ ନ ଥାଏ। ନବଜାତ […]

New Born Baby

New Born Baby

Rakesh Mallick
  • Published: Thursday, 02 June 2016
  • Updated: 27 April 2017, 05:29 PM IST

Sports

Latest News

New Born Babyଭୁବନେଶ୍ୱର (ଡାକ୍ତର ଅରଜିତ୍ ମହାପାତ୍ର): ମାତୃତ୍ୱ ହିଁ ଆଣିଦିଏ ନାରୀ ଜୀବନରେ ପୂର୍ଣ୍ଣତା। ନୂଆ ନୂଆ ବାପା ମା’ ହୋଇଥିବା ଦମ୍ପତିଙ୍କ ପାଇଁ ପ୍ରସବ ପରେ ନବଜାତ ଶିଶୁର ଯତ୍ନ ନେବା କଷ୍ଟକର ହୋଇପଡ଼େ। ଅନଭିଜ୍ଞ ହୋଇଥିବାରୁ କେଉଁଟା ଠିକ କେଉଁଟା ଭୁଲ, କ’ଣ କରିବା ଉଚିତ, କ’ଣ ଅନୁଚିତ ତାହା ସେମାନେ ଜାଣିପାରନ୍ତି ନାହିଁ। ଫଳରେ ଅନେକ ସମୟରେ ନବଜାତ ଶିଶୁଙ୍କର ଶାରୀରିକ ତଥା ମାନସିକ ବିକାଶ ଠିକ ଭାବରେ ହୋଇ ନ ଥାଏ। ନବଜାତ ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ଜନ୍ମ ପରେ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ନବଜାତ ଶିଶୁର ତାପମାତ୍ରା

ନବଜାତ ଶିଶୁଟି ୯ ମାସ ମା’ ଗର୍ଭରେ ଥିବା ବେଳେ ତା’ଶରୀରର ତାପମାତ୍ରା ୩୭ ଡିଗ୍ରୀ ସେଲ୍‌ସିୟସ୍ ରହିଥାଏ। ପ୍ରସବ ପରେ ନବଜାତ ଶିଶୁର ଶରୀରର ତାପମାତ୍ରା ପ୍ରତି ଅଧିକ ସଜାଗ ରହିବା ଆବଶ୍ୟକ। ଶିଶୁକୁ ଆବଶ୍ୟକତା ଅନୁଯାୟୀ କପଡ଼ା ଘୋଡ଼ାଇ ରଖିବା ଉଚିତ ଅର୍ଥାତ ତାପମାତ୍ରା ବେଶି କିମ୍ବା କମ୍ ହେବା ଉଚିତ ନୁହେଁ। ଅନେକ ବାପା ମା’ ନବଜାତ ଶିଶୁଙ୍କୁ ଏହି ସମୟରେ ଖାଲି ଦେହରେ ରଖନ୍ତି, କିନ୍ତୁ ଏହା ଠିକ୍ ନୁହେଁ। କାରଣ ଏଥିଯୋଗୁଁ ଶିଶୁଟି ନିଜ ଶରୀରର ଉଷ୍ମତା ହରାଇଥାଏ। ଶିଶୁଟି ରହୁଥିବା ଘରର ତାପମାତ୍ରା ୨୮ ଡିଗ୍ରୀ ମଧ୍ୟରେ ରଖନ୍ତୁ। ନିୟମିତ ଏସି, ପଙ୍ଖା ବ୍ୟବହାର କଲେ କିମ୍ବା ଥଣ୍ଡା ହାତରେ ଶିଶୁକୁ ଧରିଲେ ନବଜାତଙ୍କ ଦେହ ଖରାପ ହୋଇଥାଏ। ବାହ୍ୟ ପବନ ଯେପରି ଶିଶୁ ଦେହକୁ ସ୍ପର୍ଶ କରି ନ ପାରିବ ସେଥିପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ।

ସମୟ ପୂର୍ବରୁ ଜନ୍ମ ହୋଇଥିବା କିମ୍ବା କମ୍ ଓଜନର ଶିଶୁମାନଙ୍କ ଶରୀର ଶୀଘ୍ର ଥଣ୍ଡା ପଡ଼ିଯିବାର ସମ୍ଭାବନା ଥାଏ। ଏହି ଶିଶୁମାନଙ୍କୁ ମାଆର ଦୁଇ ସ୍ତନ ମଧ୍ୟରେ ରଖି ସଫା କପଡ଼ାରେ ଭଲ ଭାବରେ ଘୋଡ଼ାଇ ରଖନ୍ତୁ। ଏହାକୁ ‘କଙ୍ଗାରୁ ମଦର କେୟାର’ କୁହାଯାଏ। ଏହି ସମୟରେ ଶିଶୁର ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେଉଛି କି ନାହିଁ ଏବଂ ଶରୀର ଠିକ୍ ଅଛି କି ନାହିଁ ତାହା ମଧ୍ୟ ଦେଖି ନିଅନ୍ତୁ। ଏହାକୁ ମା’ ବ୍ୟତୀତ ଅନ୍ୟ ସଦସ୍ୟମାନେ ମଧ୍ୟ କରିପାରିବେ। ତେବେ ଏହାକୁ କରିବା ବେଳେ ନିଜର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଅଧିକ ଗୁରୁତ୍ୱ ଦିଅନ୍ତୁ।

ସ୍ତନପାନ

ମା’ କ୍ଷୀର ନବଜାତ ଶିଶୁ ପାଇଁ ଅମୃତ ସଦୃଶ୍ୟ। ଏହା ଶିଶୁର ଶାରୀରିକ ତଥା ମାନସିକ ବିକାଶରେ ସହାୟକ ହୋଇଥାଏ। ସେଥିପାଇଁ ଶିଶୁଟି ଜନ୍ମ ହେବାର ୩୦ ମିନିଟ୍ ମଧ୍ୟରେ ତାକୁ ସ୍ତନପାନ ଆରମ୍ଭ କରାଇବା ଉଚିତ୍। ପ୍ରସବ ପରେ ମା’ ଅଚେତ ଅବସ୍ଥାରେ ଥିଲେ ମଧ୍ୟ ଶିଶୁକୁ ସ୍ତନପାନ କରାନ୍ତୁ। ପ୍ରସବ ପରେ ଦୁଇ ତିନି ଘଣ୍ଟାର ବ୍ୟବଧାନରେ ଶିଶୁଟିକୁ ବାରମ୍ବାର ଠିକ୍ ଭାବେ ସ୍ତନପାନ କରାଇବା ଉଚିତ୍। ମା’ କ୍ଷୀର କମ୍ ହେବା ଏକ ସାଧାରଣ ସମସ୍ୟା। ଶିଶୁଟି ଜନ୍ମ ହେବାର ଦୁଇ ରୁ ତିନି ଦିନ ମଧ୍ୟରେ ମା’ ସ୍ତନରୁ ବାହାରୁଥିବା କ୍ଷୀରର ପରିମାଣ କମ୍ ଏବଂ ବହଳିଆ ହୋଇଥାଏ। ଏହାକୁ ଡାକ୍ତରୀ ଭାଷାରେ “କୋଲଷ୍ଟ୍ରମ୍” କୁହାଯାଏ। ନବଜାତ ଶିଶୁକୁ ଏହି କ୍ଷୀର ନିଶ୍ଚିତ ଭାବେ ଖୁଆନ୍ତୁ। ଏହା ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ। ସମୟକ୍ରମେ ମା’ କ୍ଷୀର ପରିମାଣ ଶିଶୁର ଆବଶ୍ୟକତା ଅନୁସାରେ ବଢ଼ି ଚାଲେ। ପ୍ରଥମ ୬ ମାସ ନବଜାତ ଶିଶୁଙ୍କୁ କେବଳ ମା’ କ୍ଷୀର ଦେବା ଉଚିତ। ଏହି ସମୟରେ ଶିଶୁଙ୍କୁ ଅନ୍ୟ କୌଣସି ଖାଦ୍ୟ କିମ୍ବା ପାଣି ଦିଅନ୍ତୁ ନାହିଁ। ପ୍ରତ୍ୟେକ ଥର ଶିଶୁକୁ ସ୍ତନପାନ କରାଇବା ପରେ ତାକୁ ନିଜ କାନ୍ଧ ପାଖକୁ ନେଇ ତା’ ପିଠିକୁ ଧୀରେ ଧୀରେ ଥାପୁଡ଼େଇ ଦିଅନ୍ତୁ। ଏହା ଦ୍ୱାରା ଶିଶୁର ପେଟରେ ଥିବା ପବନ ବାହାରିଯାଏ।

ଅନେକ ସମୟରେ ଦେଖାଯାଏ ଶିଶୁଟି ଆବଶ୍ୟକ ପରିମାଣର କ୍ଷୀର ପିଉଛି କି ନାହିଁ ତାହା ବାପା ମା’ ଜାଣି ପାରନ୍ତି ନାହିଁ। ଏଥିପାଇଁ ଆପଣଙ୍କ ଶିଶୁ କେତେ ଥର ପରିସ୍ରା କରୁଛି ତାହା ଲକ୍ଷ୍ୟ କରନ୍ତୁ। ନବଜାତ ଶିଶୁମାନେ ପ୍ରଥମ କିଛି ଦିନ ପାଇଁ ଦୁଇ ତିନି ଥର ପରିସ୍ରା କରିଥା’ନ୍ତି। ତେବେ ଧୀରେ ଧୀରେ ଶିଶୁର ପରିସ୍ରା କରିବାର ପରିମାଣ ବଢ଼ିଯାଏ। ୬ ଦିନ ମଧ୍ୟରେ ଶିଶୁ ମାନେ ଦିନକୁ ୭ ଥରରୁ ଅଧିକ ଥର ପରିସ୍ରା କରିଥା’ନ୍ତି। ଏହାକୁ ଦେଖି ଆମେ ଜାଣିପାରିବା ଶିଶୁଟି ଆବଶ୍ୟକ ପରିମାଣର କ୍ଷୀର ପିଉଛି କି ନାହିଁ।

ଚର୍ମର ଯତ୍ନ

ପ୍ରସବ ପରେ ନବଜାତ ଶିଶୁଙ୍କ ନାଭି ଓ ଚର୍ମର ଯତ୍ନ ନେବା ନିହାତି ଆବଶ୍ୟକ। ନାଭିର ନାଡ଼ି କଟା ହେବା ପରେ ତାକୁ ସେହିଭଳି ଭାବରେ ଖାଲି ଛାଡ଼ି ଦିଆଯାଇପାରେ କିମ୍ବା ରେକ୍‌ଟିଫାଏଡ୍‌ ସ୍ପିରିଟ୍ ଲଗାଇ ପରିଷ୍କାର କରାଯାଇପାରେ। ଏହା ସପ୍ତାହେ ମଧ୍ୟରେ ଆପେ ଆପେ ଝଡ଼ିଯାଏ। ତା’ପରେ ଶିଶୁକୁ ମାସେ ପୂରିବା ଯାଏଁ କେବଳ ପୋଛା ପୋଛି କରି ଦିଅନ୍ତୁ। ଯଦି ଆପଣଙ୍କ ଶିଶୁର ଆଖିରୁ କୌଣସି ପ୍ରକାର ଜିନିଷ ବାହାରେ ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ସ୍ୱାସ୍ଥ୍ୟର ଯତ୍ନ

ଶିଶୁକୁ ରୋଗ ସଂକ୍ରମଣ ଠାରୁ ଦୂରେଇ ରଖିବାକୁ ହେଲେ ଯେତେ କମ୍ ଲୋକ ତା’ସଂସ୍ପର୍ଶରେ ଆସିବେ ସେତେ ଭଲ। ଶିଶୁକୁ ଧରିବା ପୂର୍ବରୁ ହାତକୁ ଭଲ ଭାବରେ ଧୋଇ ନିଅନ୍ତୁ ଓ ପରିଷ୍କାର ଲୁଗା ପିନ୍ଧନ୍ତୁ। ଥଣ୍ଡା,ଜ୍ୱର ଆଦିରେ ପୀଡ଼ିତ ବ୍ୟକ୍ତିଙ୍କଠାରୁ ଶିଶୁଙ୍କୁ ଦୂରେଇ  ରଖନ୍ତୁ। ଜନ୍ମ ହେବାର ତିନି ମାସ ଯାଏ କେବେ ବି ଶିଶୁକୁ ଚୁମ୍ବନ ଦେବା ଉଚିତ୍ ନୁହେଁ। ୬ ମାସ ପୂରିବା ଯାଏଁ ଶିଶୁର ପାଟିକୁ ପରିଷ୍କାର କରିବାର କୌଣସି ଆବଶ୍ୟକତା ନାହିଁ। ନବଜାତ ପିଲାଙ୍କ ଆଖିରେ ଆଦୌ କଳା ଲଗାନ୍ତୁ ନାହିଁ। ବଜାର କିମ୍ବା ଅଧିକ ଲୋକ ଥିବା ସ୍ଥାନକୁ ପିଲାଙ୍କୁ ସବୁବେଳେ ନିଅନ୍ତୁ ନାହିଁ।

ନିଶ୍ୱାସ ପ୍ରଶ୍ୱାସ ପ୍ରତି ଧ୍ୟାନ ଦିଅନ୍ତୁ

ଜନ୍ମ ପରେ ଶିଶୁର ନିଶ୍ୱାସପ୍ରଶ୍ୱାସ ମିନିଟ୍‌କୁ ୪୦ ରୁ ୬୦ ଥର ଚାଲିଥାଏ। ବେଳେ ବେଳେ ନବଜାତ ଶିଶୁମାନେ ଜୋର ଜୋର ନିଶ୍ୱାସ ନିଅନ୍ତି ଏବଂ କିଛି ସମୟ ପାଇଁ ଏହା ବନ୍ଦ ହୋଇଯାଏ। ଏହା ଏକ ସାଧାରଣ କଥା। ଏହାକୁ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ। ତେବେ ଯଦି ଏକ ମିନିଟ୍‌ରେ ନିଶ୍ୱାସର ପରିମାଣ ୬୦ ରୁ ଅଧିକ ବା ୪୦ରୁ କମ୍ ହୁଏ ତା’ହେଲେ ନିକଟସ୍ଥ ଶିଶୁରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।

ଏହି ସବୁ ଛୋଟ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଦିଗପ୍ରତି ଧ୍ୟାନ ଦେଲେ ଆପଣଙ୍କ ଶିଶୁ ମଧ୍ୟ ଏକ ସୁସ୍ଥ ଓ ନିରୋଗ ଜୀବନ ଅତିବାହିତ କରିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story