ଭୁବନେଶ୍ୱର: ବହୁ ପୁରୁଣା କାଳରୁ ଲୋକଙ୍କ ବିଶ୍ୱାସ ରହିଛି ଟମାଟୋର ରଙ୍ଗ ଲାଲ୍ ହୋଇଥିବାରୁ ଏହା ସ୍ୱାସ୍ଥ୍ୟ ପ୍ରତି ହିତକର। ଏହି ଧାରଣା ସତ ହୋଇ ନ ଥିଲେ ବି ଟମାଟୋ ଖାଇବା ସ୍ୱାସ୍ଥ୍ୟ ପ୍ରତି ବହୁ ଲାଭଦାୟକ ବୋଲି ଏକ ଗବେଷଣାରୁ ଜଣାପଡିଛି। ଟମାଟୋ ଖାଇବା ଦ୍ୱାରା କେବଳ ତ୍ୱଚା ଉଜ୍ଜଳ ହୋଇ ନ ଥାଏ। ଏହାସହ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ।
ଟମାଟୋରେ ଥିବା ଲାଇକୋପିନ୍ ନାମକ ତତ୍ତ୍ୱ ତ୍ୱଚା ଉଜ୍ଜଳ କରିବା ସହ କ୍ୟାନସର ପରି ରୋଗ ସହ ଲଢିବାକୁ ପ୍ରତିରୋଧକ ଶକ୍ତି ଯୋଗାଇଥାଏ।
ବୈଜ୍ଞାନିକଙ୍କ କହିବାନୁସାରେ ଟମାଟୋକୁ ନିୟମିତ ଖାଇବା ଦ୍ୱାରା କିଛିଦିନ ମଧ୍ୟରେ ତ୍ୱଚାରେ ପରିବର୍ତ୍ତନ ଆସିଥାଏ। ଟମାଟୋରେ ପ୍ରୋଟିନ୍ ଓ ଫାଇବର ଭରପୂର ହୋଇ ରହିଛି। ଏହାବ୍ୟତୀତ ଏଥିରେ ପୋଟାସିୟମ, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ସୋଡିୟମ, ଆଇରନ୍, କପର ଓ ଜିଙ୍କ୍ ରହିଛି। ଟମାଟୋରେ ଥିବା ବିଭିନ୍ନ ପ୍ରକାର ଭିଟାମିନ୍ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ଗଜା ମୁଗର ଫାଇଦା; ଚର୍ମକୁ କରେ ଚିକ୍କଣ, ହୃଦୟକୁ ରଖେ ସୁସ୍ଥ
ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ।
Food
ଗୁରୁବାରରେ ଘରେ ତିଆରି କରନ୍ତୁ ବାଦାମ ଚିକ୍କି
ଆଜି ଘରେ ଏହାକୁ ବନାନ୍ତୁ । ନିଜେ ଖାଆନ୍ତୁ ଓ ଘର ପରିବାର ଲୋକଙ୍କୁ ପରଷନ୍ତୁ।
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...
Health
କେଉଁମାନେ ଚିଆ ସିଡ୍ସ ଖାଇବା ଅନୁଚିତ୍, ଜାଣନ୍ତୁ
ଶରୀରରେ କିଛି ସମସ୍ୟା ଥିଲେ ଚିଆ ସିଡ୍ସ ସେବନ ହାନିକାରକ ହୋଇପାରେ।