ଏଣିକି ରକ୍ତ ପରୀକ୍ଷାରୁ ଜଣାପଡ଼ିବ ଆପଣଙ୍କ ନିଦ୍ରାହୀନତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୈଜ୍ଞାନିକମାନେ ଏବେ ଏପରି ଏକ ବ୍ଲଡ୍‌ ଟେଷ୍ଟ ଆବିଷ୍କାର କରିଛନ୍ତି, ଯେଉଁଥିରୁ ବ୍ୟକ୍ତିଙ୍କ ଶରୀରରେ ନିଦ୍ରାହୀନତାର ପରିମାଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ। ଏହି ବ୍ଲଡ୍‌ ଟେଷ୍ଟ୍‌ ସଂପୂର୍ଣ୍ଣ ବିକଶିତ ହେଲେ, ନିଦ୍ରାହୀନତା ଯୋଗୁ ଡ୍ରାଇଭିଂ ପାଇଁ ହେଉଥିବା ଦୁର୍ଘଟଣାକୁ ଅଧିକାଂଶ କ୍ଷେତ୍ରରେ ରୋକା ଯାଇପାରିବ ବୋଲି ଆଶା କରାଯାଉଛି। ପୂର୍ବରୁ ଏକ ଗବେଷଣାରୁ ଜଣାପଡ଼ିଥିଲା, ଅନ୍ୟମାନଙ୍କ ତୁଳନାରେ ୧ ଘଣ୍ଟାରୁ ୨ ଘଣ୍ଟା ଯାଏ କମ୍ ଶୋଉଥିବା ବ୍ୟକ୍ତି ଡ୍ରାଇଭିଂ ବେଳେ ଦୁର୍ଘଟଣାର […]

puspa10

puspa10

Puspanjali Panda
  • Published: Friday, 28 September 2018
  • Updated: 28 September 2018, 07:40 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୈଜ୍ଞାନିକମାନେ ଏବେ ଏପରି ଏକ ବ୍ଲଡ୍‌ ଟେଷ୍ଟ ଆବିଷ୍କାର କରିଛନ୍ତି, ଯେଉଁଥିରୁ ବ୍ୟକ୍ତିଙ୍କ ଶରୀରରେ ନିଦ୍ରାହୀନତାର ପରିମାଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ।

ଏହି ବ୍ଲଡ୍‌ ଟେଷ୍ଟ୍‌ ସଂପୂର୍ଣ୍ଣ ବିକଶିତ ହେଲେ, ନିଦ୍ରାହୀନତା ଯୋଗୁ ଡ୍ରାଇଭିଂ ପାଇଁ ହେଉଥିବା ଦୁର୍ଘଟଣାକୁ ଅଧିକାଂଶ କ୍ଷେତ୍ରରେ ରୋକା ଯାଇପାରିବ ବୋଲି ଆଶା କରାଯାଉଛି।

ପୂର୍ବରୁ ଏକ ଗବେଷଣାରୁ ଜଣାପଡ଼ିଥିଲା, ଅନ୍ୟମାନଙ୍କ ତୁଳନାରେ ୧ ଘଣ୍ଟାରୁ ୨ ଘଣ୍ଟା ଯାଏ କମ୍ ଶୋଉଥିବା ବ୍ୟକ୍ତି ଡ୍ରାଇଭିଂ ବେଳେ ଦୁର୍ଘଟଣାର ଶିକାର ହେବାର ଦୁଇ ଗୁଣା ଆଶଙ୍କା ରହିଥାଏ।

ଏବେ ବ୍ରିଟେନ୍‌ର ଏକ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଏନେଇ ହୋଇଥିବା ଏକ ଗବେଷଣାରେ ୩୬ ଜଣ ପ୍ରତିଯୋଗୀଙ୍କୁ ସାମିଲ୍‌ କରାଯାଇଥିଲା, ଯେ ରାତିରେ ଅନ୍ୟମାନଙ୍କ ତୁଳନାରେ କମ୍‌ ଶୋଇଥିଲେ।

ପ୍ରତିଯୋଗୀମାନଙ୍କ ଜିନ୍‌କୁ ନେଇ ହୋଇଥିବା ପରୀକ୍ଷଣରୁ ସେମାନେ ପର୍ଯ୍ୟାପ୍ତ ପରିମାଣରେ ଶୋଇନାହାନ୍ତି ବୋଲି ଜଣାପଡ଼ିଥିଲା।
ଏହା ବ୍ୟତୀତ ସେମାନଙ୍କ ଜିନ୍‌ରେ ହେଉଥିବା ପରିବର୍ତ୍ତନକୁ ମଧ୍ୟ ଲକ୍ଷ୍ୟ କରାଯାଇଥିଲା।

ବିଶେଷଜ୍ଞଙ୍କ କହିବା ଅନୁସାରେ, ସମସ୍ତେ ଏହା ଜାଣିଛନ୍ତି ଯେ ପର୍ଯ୍ୟାପ୍ତ ପରିମାଣରେ ନଶୋଇଲେ, ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ।

ତେବେ ଶରୀରରେ ନିଦ୍ରାହୀନତାର ପରିମାଣକୁ ଠାବ କରିବା ପାଇଁ ବୈଜ୍ଞାନିକମାନେ ଆବିଷ୍କାର କରିଥିବା ବ୍ଲଡ୍‌ ଟେଷ୍ଟ୍‌କୁ ଏବେ ବିକଶିତ କରିବା ପାଇଁ ଉଦ୍ୟମ ଚାଲିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos