ସ୍ୱପ୍ନରେ ଗହଣା ଦେଖିଲେ, ଜାଣନ୍ତୁ କ’ଣ କହୁଛି ସ୍ୱପ୍ନ ଶାସ୍ତ୍ର ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୋଇଥିବା ଅବସ୍ଥାରେ ପ୍ରାୟ ପ୍ରତି ମଣିଷ କିଛି ନା କିଛି ସ୍ୱପ୍ନ ଦଖିଥା’ନ୍ତି। ସ୍ୱପ୍ନଶାସ୍ତ୍ର ଅନୁଯାୟୀ, ସବୁ ସ୍ୱପ୍ନର କିଛି ନା କିଛି ଅର୍ଥ ରହିଛି। ଏପରିକି ଭବିଷ୍ୟତ ସହ ସ୍ୱପ୍ନର ମଧ୍ୟ ଗଭୀର ସମ୍ପର୍କ ରହିଛି। ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ସ୍ୱପ୍ନ ପୂର୍ବ ସଂକେତ ଦେଇଥାଏ। ତେବେ ଆଜି ଆପଣଙ୍କୁ ଆମେ କହିବୁ, ସ୍ୱପ୍ନରେ ଆଭୂଷଣ ବା ଗହଣା ଦେଖିଲେ, ଭବିଷ୍ୟତର କେଉଁ ଘଟଣା ସଂପର୍କରେ ସଂକେତ ମିଳିଥାଏ। ସ୍ୱପ୍ନଶାସ୍ତ୍ରରେ […]

swapn

swapn

Ordigital Desk
  • Published: Thursday, 16 August 2018
  • Updated: 16 August 2018, 12:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୋଇଥିବା ଅବସ୍ଥାରେ ପ୍ରାୟ ପ୍ରତି ମଣିଷ କିଛି ନା କିଛି ସ୍ୱପ୍ନ ଦଖିଥା’ନ୍ତି। ସ୍ୱପ୍ନଶାସ୍ତ୍ର ଅନୁଯାୟୀ, ସବୁ ସ୍ୱପ୍ନର କିଛି ନା କିଛି ଅର୍ଥ ରହିଛି। ଏପରିକି ଭବିଷ୍ୟତ ସହ ସ୍ୱପ୍ନର ମଧ୍ୟ ଗଭୀର ସମ୍ପର୍କ ରହିଛି। ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ସ୍ୱପ୍ନ ପୂର୍ବ ସଂକେତ ଦେଇଥାଏ।

ତେବେ ଆଜି ଆପଣଙ୍କୁ ଆମେ କହିବୁ, ସ୍ୱପ୍ନରେ ଆଭୂଷଣ ବା ଗହଣା ଦେଖିଲେ, ଭବିଷ୍ୟତର କେଉଁ ଘଟଣା ସଂପର୍କରେ ସଂକେତ ମିଳିଥାଏ।

ସ୍ୱପ୍ନଶାସ୍ତ୍ରରେ ଆଭୂଷଣକୁ ଶୁଭ କୁହାଯାଏ। ଯଦି କେହି ସ୍ୱପ୍ନରେ ଅନ୍ୟକୁ ବସ୍ତ୍ର ଦେଉଥିବା ଦେଖନ୍ତି, ତେବେ ଏହାର ସଂକେତ ଏହା ଯେ ତାଙ୍କର ଦାମ୍ପତ୍ୟ ଜୀବନ ବହୁତ ଭଲରେ କଟିବ।

କୌଣସି ଯୁବତୀ ଯଦି ସ୍ୱପ୍ନରେ ତାଙ୍କୁ କେହି ବସ୍ତ୍ର ଉପହାର ଦେଉଥିବାର ଦେଖନ୍ତି, ତେବେ ଏହା ସୂଚନା ଦେଉଛି ଯେ ଭବିଷ୍ୟତରେ ସଂପୃକ୍ତ ଯୁବତୀଙ୍କୁ ଜଣେ ଧନୀ ସ୍ୱାମୀ ମିଳିବ। ଏହା ସହ ତାଙ୍କ ଭାବୀ ସ୍ୱାମୀ ମଧ୍ୟ ତାଙ୍କର ସମସ୍ତ ଇଚ୍ଛା ପୂରଣ କରିବେ।

ସ୍ୱପ୍ନରେ ଯୁବତୀଙ୍କୁ ଯଦି କାହାଠାରୁ ଗହଣା, ବିଶେଷ କରି ଚୁଡ଼ି ମିଳୁଥାଏ ଓ ସେହି ଚୁଡ଼ିକୁ ସେ ସ୍ୱପ୍ନରେ ପିନ୍ଧୁଥିବାର ଦେଖନ୍ତି, ତେବେ ତାଙ୍କ ବାହାଘର ଆଉ ବେଶି ଡେରି ନାହିଁ। ଖୁବ୍‌ଶୀଘ୍ର ତାଙ୍କ ପାଇଁ ଏକ ଭଲ ପ୍ରସ୍ତାବ ଆସିବ।

ଯଦି ସ୍ୱପ୍ନରେ କାହାକୁ ଗହଣା ଉପହାର କିମ୍ବା ପିନ୍ଧିବାକୁ ଦେଖିବାର ମିଳେ ନାହିଁ, ସେ କେବଳ ଗହଣାକୁ ସ୍ୱପ୍ନରେ ଦେଖନ୍ତି, ତେବେ ମଧ୍ୟ ଏହା ଶୁଭ ହୋଇଥାଏ। ସ୍ୱପ୍ନଶାସ୍ତ୍ର ଅନୁଯାୟୀ, ଯଦି କୌଣସି ଯୁବତୀ ସ୍ୱପ୍ନରେ ଗହଣା ଦେଖନ୍ତି, ତେବେ ତାଙ୍କୁ ଜଣେ ଯୋଗ୍ୟ ଜୀବନସାଥୀ ମିଳିଥାଏ। ଏହି ଜାବନସାଥୀ ଜଣେ ସରକାରୀ ଅଫିସର୍‌ କିମ୍ବା ଜଣେ ବଡ଼ ବ୍ୟବସାୟୀ ହୋଇଥିବାର ସମ୍ଭାବନା ଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos