ବଜାରରୁ ନ କିଣି ଘରେ ପ୍ରସ୍ତୁତ କରନ୍ତୁ 'ଏଗ୍‌ଲେସ୍ କୁକିଜ୍'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଜି ଆମେ ଆପଣଙ୍କୁ ‘ଏଗ୍‌ଲେସ୍‌ କୁକିଜ୍‌’ର ପ୍ରସ୍ତୁତି ସମ୍ପର୍କରେ କହିବୁ। ଆବଶ୍ୟକ ସାମଗ୍ରୀ: ମଇଦା, କ୍ଷୀର, ଭିନେଗାର୍‌, ଲହୁଣୀ, ଚିନି ପାଉଡର୍‌ ଓ ଭ୍ୟାନିଲା ଏସେନ୍ସ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ମଇଦା, କ୍ଷୀର, ଭିନେଗାର୍‌, ଲହୁଣୀ, ଚିନି ପାଉଡର ଓ ଭ୍ୟାନିଲା ଏସେନ୍‌ସ୍‌ ଏକାଠି ମିଶାଇ ଦିଅନ୍ତୁ। ଏବେ ଏହାକୁ ଅଟା ଚକଟିଲା ଭଳି ନରମ କରି ଚକଟନ୍ତୁ ଓ ଏଥିରୁ ଛୋଟ ଛୋଟ ଗୋଲା ତିଆରି କରନ୍ତୁ। ବର୍ତ୍ତମାନ ଏହି […]

cookies

cookies

Chinmayee Roy
  • Published: Thursday, 10 January 2019
  • Updated: 10 January 2019, 08:46 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଜି ଆମେ ଆପଣଙ୍କୁ 'ଏଗ୍‌ଲେସ୍‌ କୁକିଜ୍‌'ର ପ୍ରସ୍ତୁତି ସମ୍ପର୍କରେ କହିବୁ।

ଆବଶ୍ୟକ ସାମଗ୍ରୀ: ମଇଦା, କ୍ଷୀର, ଭିନେଗାର୍‌, ଲହୁଣୀ, ଚିନି ପାଉଡର୍‌ ଓ ଭ୍ୟାନିଲା ଏସେନ୍ସ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ମଇଦା, କ୍ଷୀର, ଭିନେଗାର୍‌, ଲହୁଣୀ, ଚିନି ପାଉଡର ଓ ଭ୍ୟାନିଲା ଏସେନ୍‌ସ୍‌ ଏକାଠି ମିଶାଇ ଦିଅନ୍ତୁ। ଏବେ ଏହାକୁ ଅଟା ଚକଟିଲା ଭଳି ନରମ କରି ଚକଟନ୍ତୁ ଓ ଏଥିରୁ ଛୋଟ ଛୋଟ ଗୋଲା ତିଆରି କରନ୍ତୁ। ବର୍ତ୍ତମାନ ଏହି ଗୋଲାର ଗୋଟିଏ ପଟକୁ ହାଲୁକା ଚେପଟା କରନ୍ତୁ। ତା’ପରେ ମାଇକ୍ରୋଓଭନ୍‌ର ବେକିଂ ଟ୍ରେ'ରେ ବଟର୍‌ ଲଗାଇ ଏହା ଉପରେ ଏହି ଚେପଟା ଗୋଲାଗୁଡ଼ିକୁ ରଖନ୍ତୁ। ୩ରୁ ୪ ମିନିଟ୍ ଯାଏ ଭଲ ଭାବେ ସିଝିବାକୁ ଦିଅନ୍ତୁ। ମଝିରେ ଏହାକୁ ଓଭନ୍‌ରୁ ବାହାରକୁ ଆଣି ଚେକ୍‌ କରନ୍ତୁ। କୁକିଜ୍‌ ସମ୍ପୂର୍ଣ୍ଣ ଭାବେ ହୋଇଗଲା ପରେ ବାହାରକୁ ବାହାର କରି ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ 'ଏଗ୍‌ଲେସ୍‌ କୁକିଜ୍‌'।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos