ଘରେ ତିଆରି କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ୍‌ 'ଚିକେନ୍ ସିକ୍‌ କବାବ୍‌'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ରେଷ୍ଟୁରାଣ୍ଟ୍‌ରେ ମିଳୁଥିବା ସ୍ୱାଦିଷ୍ଟ ‘ଚିକେନ୍ ସିକ୍ କବାବ୍‌’ ଆପଣ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ। ଆଜି ଆମେ ଆପଣଙ୍କୁ ଏହାର ପ୍ରସ୍ତୁତି ଶୈଳୀ ସମ୍ପର୍କରେ କହିବୁ। ଆବଶ୍ୟକ ସାମଗ୍ରୀ: ଚିକେନ୍ କିମା, ଅଦା-ରସୁଣ ପେଷ୍ଟ, ପିଆଜ ପେଷ୍ଟ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଶୁଣ୍ଠି, ଧନିଆ ପତ୍ର, ତେଲ, କାଜୁ ପେଷ୍ଟ, କ୍ରିମ୍, ବେସନ, ଅଣ୍ଡା କେଶର, କଟା ଲେମ୍ବୁ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌ କିମାକୁ ହାତରେ ଭଲ […]

kabab

kabab

Chinmayee Roy
  • Published: Sunday, 27 January 2019
  • Updated: 27 January 2019, 07:19 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ରେଷ୍ଟୁରାଣ୍ଟ୍‌ରେ ମିଳୁଥିବା ସ୍ୱାଦିଷ୍ଟ 'ଚିକେନ୍ ସିକ୍ କବାବ୍‌' ଆପଣ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ। ଆଜି ଆମେ ଆପଣଙ୍କୁ ଏହାର ପ୍ରସ୍ତୁତି ଶୈଳୀ ସମ୍ପର୍କରେ କହିବୁ।

ଆବଶ୍ୟକ ସାମଗ୍ରୀ: ଚିକେନ୍ କିମା, ଅଦା-ରସୁଣ ପେଷ୍ଟ, ପିଆଜ ପେଷ୍ଟ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଶୁଣ୍ଠି, ଧନିଆ ପତ୍ର, ତେଲ, କାଜୁ ପେଷ୍ଟ, କ୍ରିମ୍, ବେସନ, ଅଣ୍ଡା କେଶର, କଟା ଲେମ୍ବୁ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌ କିମାକୁ ହାତରେ ଭଲ ଭାବେ ଚକଟି ଦିଅନ୍ତୁ। ବର୍ତ୍ତମାନ ଏଥିରେ ଅଦା-ରସୁଣ ପେଷ୍ଟ, ପିଆଜ ପେଷ୍ଟ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଶୁଣ୍ଠି, ତେଲ, କାଜୁ ପେଷ୍ଟ୍‌ ଓ କ୍ରିମ୍ ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହି ମିଶ୍ରଣରେ ବେସନ ମିଶାନ୍ତୁ ଓ ମିଶ୍ରଣ ବାନ୍ଧି ହେବା ପାଇଁ ଏଥିରେ ଅଣ୍ଡାର କେଶର ଫେଣ୍ଟି ପକାନ୍ତୁ। ଏହି ସମସ୍ତ ସାମଗ୍ରୀକୁ ଭଲଭାବେ ମିକ୍ସ କରନ୍ତୁ। ସ୍ୱାଦ ଅନୁଯାୟୀ ଏଥିରେ ଲୁଣ ମିଶାଇ ଏହି ମିଶ୍ରଣକୁ ୧ ଘଣ୍ଟା ପାଇଁ ଫ୍ରିଜ୍‌ରେ ରଖିଦିଅନ୍ତୁ। ୧ ଘଣ୍ଟା ପରେ ଏହାକୁ କାଢ଼ି ଭଲ ଲୁହାର ଷ୍ଟିକ୍‌ ବା ସିକ୍‌ ଉପରେ ପକାଇ  ହାଲକା ସୁନେଲି ରଙ୍ଗ ହେବା ଯାଏ ଗ୍ରୀଲ୍ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ 'ଚିକେନ୍ ସିକ୍‌ କବାବ୍‌'। ଏହାକୁ ପ୍ଲେଟରେ କାଢ଼ି ପିଆଜ କଟା, ଧନିଆ ପତ୍ର ଓ କଟା ଲେମ୍ବୁ ଦେଇ ଗାର୍ନିସ କରି ଗରମ ଗରମ ପରଷନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos