Advertisment

ବିନା ପିଆଜରେ ତିଆରି କରନ୍ତୁ 'ଧନିଆ ଦହି ମାଂସ'

ଆବଶ୍ୟକ ସାମଗ୍ରୀ: ଖାସି ମାଂସ ଧନିଆ ପତ୍ର ବଟା ଟଭା ରସ ଟମାଟୋ ଅଦାବଟା ରସୁଣ ବଟା ଦହି ଗୋଟା ଜୀରା ଗୋଟା ଗରମ ମସଲା ଲଙ୍କାଗୁଣ୍ଡ ଧନିଆ ଗୁଣ୍ଡ ଜିରା ଗୁଣ୍ଡ କଞ୍ଚା ଲଙ୍କା ଲୁଣ ହଲଦୀ ଗୁଣ୍ଡ ତେଲ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଖାସି ମାଂସରେ ଲୁଣ, ହଳଦୀ ଓ ଟଭା ରସ ପକାଇ ଭଲଭାବେ ଗୋଳାଇ ଗରମ ପାଣିରେ ସିଝାଇ ଦିଅନ୍ତୁ। ପରେ ସିଝା ମାଂସରେ ଧନିଆ ପତ୍ର ବଟା, ଅଦାବଟା, ରସୁଣ […]

author-image
Chinmayee Roy
ଅଦ୍ୟତନ ହୋଇଛି
ବିନା ପିଆଜରେ ତିଆରି କରନ୍ତୁ 'ଧନିଆ ଦହି ମାଂସ'

mutton

ଆବଶ୍ୟକ ସାମଗ୍ରୀ:

  • ଖାସି ମାଂସ
  • ଧନିଆ ପତ୍ର ବଟା
  • ଟଭା ରସ
  • ଟମାଟୋ
  • ଅଦାବଟା
  • ରସୁଣ ବଟା
  • ଦହି
  • ଗୋଟା ଜୀରା
  • ଗୋଟା ଗରମ ମସଲା
  • ଲଙ୍କାଗୁଣ୍ଡ
  • ଧନିଆ ଗୁଣ୍ଡ
  • ଜିରା ଗୁଣ୍ଡ
  • କଞ୍ଚା ଲଙ୍କା
  • ଲୁଣ
  • ହଲଦୀ ଗୁଣ୍ଡ
  • ତେଲ
Advertisment

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଖାସି ମାଂସରେ ଲୁଣ, ହଳଦୀ ଓ ଟଭା ରସ ପକାଇ ଭଲଭାବେ ଗୋଳାଇ ଗରମ ପାଣିରେ ସିଝାଇ ଦିଅନ୍ତୁ। ପରେ ସିଝା ମାଂସରେ ଧନିଆ ପତ୍ର ବଟା, ଅଦାବଟା, ରସୁଣ ବଟା ଓ ଦହି ପକାଇ ଭଲଭାବେ ମ୍ୟାରିନେଟ୍‌ କରିଦିଅନ୍ତୁ। ବର୍ତ୍ତମାନ କଡ଼େଇରେ ତେଲ ଗରମ କରି, ଗୋଟା ଜୀରା, ଗୋଟା ଗରମ ମସଲା, ଅଦାବଟା ଓ ରସୁଣ ବଟା ପକାନ୍ତୁ। ଏହାପରେ ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ , ଜିରା ଗୁଣ୍ଡ ସ୍ୱାଦ ଅନୁସାରେ ଲୁଣ, ହଲଦୀ ଗୁଣ୍ଡ ଓ ଟମାଟୋ ପକାଇ କଷନ୍ତୁ। ମସଲା କଷି ହୋଇଯିବା ପରେ ଗୋଟା କଞ୍ଚା ଲଙ୍କା ଓ ମ୍ୟାରିନେଟ୍‌ ହୋଇଥିବା ମାଂସ ପକାଇ ଭଲଭାବେ କଷନ୍ତୁ। ମାଂଷ କସି ହୋଇ ଆସିଲେ ଏଥିରେ ଅଳ୍ପ ପାଣି ଦେଇ ଘୋଡ଼ଣୀ ଦେଇଦିଅନ୍ତୁ। ୧୫ ରୁ ୨୦ ମିନିଟ୍‌ ପରେ  ଘୋଡ଼ଣୀ ବାହାର କରି ମାଂସରେ ଧନିଆପତ୍ର ବଟା ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ଧନିଆ ଦହି ମାଂସ’।

Orissa Food Odia Food Recipe