ଆବଶ୍ୟକ ସାମଗ୍ରୀ: ବଡ଼ ଚିଙ୍ଗୁଡ଼ି, ଚାଉଳ, କଖାରୁ ପତ୍ର, ରସୁଣ, ଜିରା, ସୋରିଷ, ଶୁଖିଲା ଲଙ୍କା, ଲୁଣ, ହଳଦୀ ଓ ସୋରିଷ ତେଲ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିକୁ ଭଲ ଭାବରେ ବାଛି ଧୋଇ ସଫା କରି ଦିଅନ୍ତୁ। ଏବେ ଚାଉଳକୁ ଅଧଘଣ୍ଟା ପାଣିରେ ଭିଜାଇବା ପରେ ଏହାକୁ ବାଟି ଦିଅନ୍ତୁ। ଏହା ପରେ ସୋରିଷ, ଜିରା ଓ ଲଙ୍କାକୁ ଏକତ୍ର ବାଟି ଦିଅନ୍ତୁ। ଏହି ବଟା ମସଲାରେ ଚିଙ୍ଗୁଡି, ଅଦା ରସୁଣ ପେଷ୍ଟ, ତେଲ, ଲୁଣ ଓ ହଳଦୀ ମିଶାଇ ରଖନ୍ତୁ।
ବର୍ତ୍ତମାନ ଏକ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଏକ କଖାରୁ ପତ୍ର ମଝିରେ ପୂର୍ବରୁ ଗୋଳା ହୋଇ ରହିଥିବା ଚିଙ୍ଗୁଡ଼ିରୁ ଅଳ୍ପ ରଖି ପତ୍ରକୁ ଚାରି ପାଖରୁ ଭାଙ୍ଗି ଦିଅନ୍ତୁ। ସେଇ ପତ୍ରକୁ ଚାଉଳ ବଟାରେ ବୁଡ଼ାଇବା ପରେ ତେଲରେ ଛାଣନ୍ତୁ। ଆପଣ ଏହାକୁ ତାୱାରେ ଅଳ୍ପ ତେଲ ଦେଇ ମଧ୍ୟ ଭାଜି ପାରିବେ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ଚିଙ୍ଗୁଡ଼ି ବରା’। ଏହାକୁ ଗରମ ଗରମ ସସ୍ କିମ୍ବା ଚଟଣୀ ସହ ପରଷନ୍ତୁ। ଏହି ବରାକୁ ପଖାଳ ସହ ଖାଇଲେ ବି ଭାରି ସୁଆଦିଆ ଲାଗିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି
ଭାରତ ସରକାରଙ୍କ ଯାହା ଗାଇଡଲାଇନ୍ ଆସିବ ପାଳନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
Lifestyle
ଶୀତଦିନେ ନଗାଧୋଇଲେ ବଢ଼େ ଆୟୁଷ! ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ
ଡକ୍ଟର ରେବେକ୍କା ପିଣ୍ଟୋ ନଗାଧୋଇବାର ଲାଭ ବିଷୟରେ କରିଥିବା ଦାବିକୁ ନେଇ କୌଣସି ଗବେଷଣାତ୍ମକ ପ୍ରମାଣ ଶେୟାର କରିନାହାନ୍ତି।
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।