ଜାଣିଛନ୍ତି କି-ମନ୍ଦିରରେ କାହିଁକି ବଜାଯାଏ ଘଣ୍ଟି?

ନୂଆଦିଲ୍ଲୀ: ସାଧାରଣତଃ କୁହାଯାଏ ପୂଜା କରିବା ସମୟରେ ଘଣ୍ଟି ବଜାଇବା ଉଚିତ। ଘଣ୍ଟି ବଜାଇବା ଦ୍ୱାରା ଈଶ୍ୱରଙ୍କୁ ସ୍ମରଣ କରିବା ସହ ତାଙ୍କ ପାଖରେ ଆମ ପ୍ରାର୍ଥନା ପହଞ୍ଚିବାର ମାଧ୍ୟମ ହୋଇଥାଏ ବୋଲି ଆମର ବିଶ୍ୱାସ ରହିଛି। ଘଣ୍ଟି ବଜାଇବ ଦ୍ୱାରା କେବଳ ଭଗବାନଙ୍କ ସଂଯୋଗ ହୁଏ ନାହିଁ,  ଏହାର କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି। ତେଣୁ ମନ୍ଦିର ପ୍ରବେଶ କରିବା ସ୍ଥାନରେ ଘଣ୍ଟି ଲଗାଯାଇଥାଏ। ଘଣ୍ଟି ପଛରେ ଧାର୍ମିକ କାରଣ ରହିବା ସହ ଆମ […]

bell

bell

Rakesh Mallick
  • Published: Monday, 26 June 2017
  • Updated: 26 June 2017, 01:31 PM IST

ନୂଆଦିଲ୍ଲୀ: ସାଧାରଣତଃ କୁହାଯାଏ ପୂଜା କରିବା ସମୟରେ ଘଣ୍ଟି ବଜାଇବା ଉଚିତ। ଘଣ୍ଟି ବଜାଇବା ଦ୍ୱାରା ଈଶ୍ୱରଙ୍କୁ ସ୍ମରଣ କରିବା ସହ ତାଙ୍କ ପାଖରେ ଆମ ପ୍ରାର୍ଥନା ପହଞ୍ଚିବାର ମାଧ୍ୟମ ହୋଇଥାଏ ବୋଲି ଆମର ବିଶ୍ୱାସ ରହିଛି। ଘଣ୍ଟି ବଜାଇବ ଦ୍ୱାରା କେବଳ ଭଗବାନଙ୍କ ସଂଯୋଗ ହୁଏ ନାହିଁ,  ଏହାର କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି। ତେଣୁ ମନ୍ଦିର ପ୍ରବେଶ କରିବା ସ୍ଥାନରେ ଘଣ୍ଟି ଲଗାଯାଇଥାଏ।

ଘଣ୍ଟି ପଛରେ ଧାର୍ମିକ କାରଣ ରହିବା ସହ ଆମ ଜୀବନ ଉପରେ ତାର ବୈଜ୍ଞାନିକ ପ୍ରଭାବ ମଧ୍ୟ ପକାଇଥାଏ। ବୈଜ୍ଞାନିକମାନଙ୍କ କହିବାନୁସାରେ ଯେତେବେଳେ ଘଣ୍ଟି ବାଜିଥାଏ ସେହି ସ୍ଥାନରେ କମ୍ପନ ସୃଷ୍ଟି ହୋଇଥାଏ। ଯାହା ବାୟୁମଣ୍ଡଳ ଜରିଆରେ ବହୁ ଦୂର ପର୍ଯ୍ୟନ୍ତ ଘଣ୍ଟିର ଶବ୍ଦ ଶୁଣାଯାଇଥାଏ। ଏହି କମ୍ପନ ହେବା ଦ୍ୱାରା ସେହି ସ୍ଥାନରେ ଥିବା ସମସ୍ତ ଜୀବାଣୁ, ଭାଇରସ୍ ଓ ସୂକ୍ଷ୍ମ ଜୀବ ଆଦି ନଷ୍ଟ ହୋଇଯାଇଥାଏ।  ଯାହାଦ୍ୱାରା ସେହି ଅଞ୍ଚଳର ପରିବେଶ ଶୁଦ୍ଧ ହୋଇଯାଇଥାଏ।

ଯେଉଁ ସ୍ଥାନରେ ପ୍ରତିଦିନ ଘଣ୍ଟି ବଜାଇବା ଶବ୍ଦ ଶୁଣାଯାଇଥାଏ, ସେଠାକାର ବାତାବରଣ ସବୁବେଳେ ଶୁଦ୍ଧ ଓ ପବିତ୍ର ରହିଥାଏ। ତେଣୁ ଲୋକେ କବାଟ ଓ ଝରକାରେ ୱିଣ୍ଡ୍ ଚାଇମସ୍ ଲଗାଇଥାଆନ୍ତି। ଫଳରେ ତାର ଧ୍ୱନୀରେ ନକରାତ୍ମକ ଶକ୍ତି ପଳାଇ ଯାଇଥାଏ।

ଘଣ୍ଟି ବଜାଇବା ଦ୍ୱାରା ମନ-ମସ୍ତିଷ୍କରେ ଆଧ୍ୟାତ୍ମିକ ଭାବ ସୃଷ୍ଟି ହୋଇଥାଏ। ମନ୍ଦିରରେ ଘଣ୍ଟି ବଜାଇବା ଦ୍ୱାରା ମଣିଷ କରିଥିବା କୋଟି କୋଟି ଜନ୍ମର ପାପ ନଷ୍ଟ ହୋଇଯାଇଥାଏ ବୋଲି କୁହାଯାଏ। ସକାଳ ଓ ସନ୍ଧ୍ୟା ସମୟରେ ପୂଜା କିମ୍ୱା ଆଳତି ବେଳେ ଘଣ୍ଟି ବଜାଯାଇଥାଏ। ଫଳରେ ସେଠାରେ ଉପସ୍ଥିତ ଲୋକ ଶାନ୍ତି ଅନୁଭବ କରିଥାଆନ୍ତି।

ଯେବେ ସୃଷ୍ଟି ଆରମ୍ଭ ହୋଇଥିଲା। ସେହି ସମୟରେ ଯେଉଁ ଶଦ୍ଦ ଶୁଣାଯାଇଥିଲା। ଘଣ୍ଟି ବଜାଇବା ଦ୍ୱାରା ସେହି ଶଦ୍ଦ ଶୁଣାଯାଇଥାଏ। ଘଣ୍ଟି ସେହି ଶବ୍ଦର ପ୍ରତୀକ ବୋଲି କୁହାଯାଇଥାଏ। ଏହି ଶବ୍ଦ ‘ଓଁକାର’ ଉଚ୍ଚାରଣରେ ଜାଗୃତ ହୋଇଥାଏ। ଯେଉଁ ସମୟରେ ପ୍ରଳୟ ଆସିବ ଏହିପରି ଶବ୍ଦ ଶୁଣାଯିବ ବୋଲି କେହି କେହି ମତ ଦେଇଛନ୍ତି। ମନ୍ଦିର ବହାରେ ଲଗାଯାଇଥିବା ଘଣ୍ଟି କିମ୍ୱା ଘଣ୍ଟକୁ କାଳର ପ୍ରତୀକ ବୋଲି କୁହାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story