ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିକାଲି ମଧୁମେହ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଅଧିକାଂଶ ଲୋକ ମଧୁମେହ ରୋଗରେ ପୀଡ଼ିତ। ମଧୁମେହ ପାଇଁ ରକ୍ତରେ ସୁଗାର ସ୍ତର ଅନିୟନ୍ତ୍ରିତ ହୋଇଯାଏ, ଯାହାକୁ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ | ତେବେ ଏହାର ସମାଧାନ ରହିଛି ଆପଣଙ୍କ ରୋଷେଇ ଘରେ। ଆଜି ଜାଣିବା ଆମେ ପ୍ରତିଦିନ ବ୍ୟବହାର କରୁଥିବା ସେହି ଗୋଟିଏ ସାମଗ୍ରୀ ବିଷୟରେ ଯାହାର ଅନେକ ଗୁଣବତ୍ତା ରହିଛି। ଆପଣ ଏହି ଘରୋଇ ଉପଚାରକୁ ବ୍ୟବହାର କରି ରକ୍ତରେ ସୁଗାରର ମାତ୍ରା ନିୟନ୍ତ୍ରଣ କରିପାରିବେ।
ହଳଦୀ
ଅନେକ ରୋଗର ଉପଶମ ହଳଦୀ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାଠାରୁ ଆରମ୍ଭ କରି ଖାଦ୍ୟର ରୁଚି ବଢ଼ାଇବା ପର୍ଯ୍ୟନ୍ତ ସମସ୍ତ ଗୁଣର ଅଧିକାରୀ ହେଉଛି ହଳଦୀ। ଏଣୁ ଭାରତୀୟ ଖାଦ୍ୟ ପ୍ରଣାଳୀରେ କାହିଁ ଆବାହମାନ କାଳରୁ ହଳଦୀର ବ୍ୟବହାର ରହିଆସିଛି। ତେବେ ଏହା ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ବେଶ ଉପକାରୀ। ଖାଦ୍ୟରେ ଅଧିକ ହଳଦୀ ସାମିଲ କରିବା ଦ୍ୱାରା ଏହା ରକ୍ତରେ ସୁଗାର ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ।
ସ୍କ୍ରାଚ୍ ମାର୍କ, କୁଣ୍ଡିଆ, କ୍ଷତ ଆଦି ସମସ୍ୟା ପାଇଁ ଶତାବ୍ଦୀ ଧରି ହଳଦୀ ବ୍ୟବହୃତ ହୋଇଆସୁଛି | ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ସେହିପରି ଏହାର ଆଣ୍ଟିଇନଫ୍ଲାମେଟୋରୀ ଗୁଣ ମଧ୍ୟ ରହିଛି, ଯାହା ଶରୀରରେ ଇନସୁଲିନ୍ ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇଥାଏ | ତେବେ ଆପଣ ଜାଣିବା ନିହାତି ଆବଶ୍ୟକ ଯେ, ଯେତେବେଳେ ଆପଣଙ୍କ ଶରୀରରେ ଅଧିକ ଇନସୁଲିନ୍ ଥାଏ, ସେତେବେଳେ ରକ୍ତରେ ସୁଗାର ସ୍ତର କମିଯାଏ |
ମଧୁମେହ ରୋଗୀମାନେ ରାତିରେ ଶୋଇବା ପୂର୍ବରୁ ଖୀରରେ ହଳଦୀ ପକାଇ ପିଇବା ଉଚିତ୍। କେଵଳ ରକ୍ତରେ ସୁଗାର ସ୍ତର ନୁହେଁ, ମଧୁମେହ ରୋଗୀଙ୍କ ହାଡ଼ ଜନିତ ସମସ୍ୟା ମଧ୍ୟ ରହିଥାଏ। ହଲଦୀ ହାଡ଼କୁ ମଜବୁତ ରଖିବାରେ ମଧ୍ୟ ସାହାଯ୍ୟ କରେ।
କ୍ଷୀରରେ ହଳଦୀ ସହ ଆପଣ ଡାଲଚିନି ମଧ୍ୟ ବ୍ୟବହାର କରିପାରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।