କୁହାଯାଏ ମରଣ କେତେବେଳେ ଆସେ କେହି ବି ଜାଣି ପାରନ୍ତି ନାହିଁ। ଏହା ଏପରି ଏକ ସତ ଯାହାକୁ ମଣିଷ ସବୁଠୁ ଅଧିକ ଡରେ। ସମସ୍ତେ ପ୍ରାୟ ଜାଣିବାକୁ ଚାହାଁନ୍ତି ସେମାନଙ୍କ ମରଣ କେବେ ଓ କେମିତି ଆସିବ।
ଏମିତି କିଛି ସଂକେତ ଅଛି ଯେଉଁଥିରୁ ଜାଣିହୁଏ ଜଣେ ବ୍ୟକ୍ତି ଏ ପୃଥିବୀ ପୃଷ୍ଠରେ ଆଉ କିଛି ଦିନର ଅତିଥି। ଆପଣ ହୁଏତ ଏହାକୁ ବିଶ୍ୱାସ କରିବେ ନାହିଁ। କିନ୍ତୁ ଭଗବାନ ଶିବ ନିଜେ ଏ ସଂକେତ ଗୁଡ଼ିକ ବିଷୟରେ କହିଛନ୍ତି। ଶିବମହାପୁରାଣରେ ମହାଦେବ ମାତା ପାର୍ବତୀଙ୍କୁ ଏ ସଂପର୍କରେ କହିଛନ୍ତି। ଆପଣ ବି ସେ ସଂକେତଗୁଡ଼ିକୁ ଜାଣନ୍ତୁ-
୧. ଯଦି କୌଣସି ବ୍ୟକ୍ତିଙ୍କୁ ଚନ୍ଦ୍ର ଅବା ସୂର୍ଯ୍ୟଙ୍କ ଆଖପାଖରେ କଳା ଅବା ଲାଲ ଗୋଲାକାର ପଟି ଦେଖାଯାଏ ତା’ହେଲେ ଜାଣିବେ ଯେ ଆସନ୍ତା ୧୫ ଦିନ ଭିତରେ ତାଙ୍କର ମୃତ୍ୟୁ ହେବ।
୨. ଯେଉଁ ବ୍ୟକ୍ତିଙ୍କୁ ରାତିରେ ଚନ୍ଦ୍ର ଓ ତାରା ଠିକ୍ ଭାବେ ଦେଖା ନ ଯିବେ ଜାଣନ୍ତୁ ତାଙ୍କ ମୃତ୍ୟୁ ଏକ ମାସ ମଧ୍ୟରେ ହେବ।
୩. ଯେଉଁମାନଙ୍କୁ ହଠାତ୍ ଚନ୍ଦ୍ର ଓ ସୂର୍ଯ୍ୟ କଳା ଦେଖାଯିବେ ଓ ସବୁ ଦିଗକୁ ଗତି କରୁଥିବା ଭଳି ଦୃଶ୍ୟମାନ ହେବେ ତାଙ୍କର ୬ ମାସ ମଧ୍ୟରେ ମୃତ୍ୟୁ ହେବ।
୪. କୌଣସି ବ୍ୟକ୍ତିଙ୍କ ଶରୀର ଧଳା ଓ ହଳିଦିଆ ହୋଇଗଲେ ଏବଂ ତା’ଉପରେ ଲାଲ ରଙ୍ଗର ଦାଗ ଦେଖାଗଲେ ୬ ମାସ ମଧ୍ୟରେ ତାଙ୍କର ମୃତ୍ୟୁ ହେବ।
୫. ଯଦି କୌଣସି ବ୍ୟକ୍ତିଙ୍କ ବାମ ହାତ ବାରମ୍ବାର ହଲିବ ଓ ତାଳୁ ଶୁଖି ଯିବ ତା’ହେଲେ ମାସେ ମଧ୍ୟରେ ତାଙ୍କର ମୃତ୍ୟୁ ହେବ।
୬. ଯାହାକୁ ନୀଳ ମାଛି ଘେରିବେ ତା’ହେଲେ ସେ ଆଉ ମାସେ ବଞ୍ଚିବେ ବୋଲି ଜାଣିବେ।
୭. ଯେଉଁ ବ୍ୟକ୍ତିଙ୍କୁ ପାଣି, ତେଲ, ଘିଅ ଓ କାଚରେ ନିଜର ଛାଇ ଦେଖାଯିବ ନାହିଁ ୬ ମାସ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଯିବ।
ରିପୋର୍ଟ ଓ ଫଟୋ- ଆଜ୍ତକ୍
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।