ଶରୀରରେ ‘ପିଏଚ୍‌’ ସ୍ତର ସ୍ଥିର ରଖିଥାଏ ଏହି ୫ଟି ଖାଦ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶରୀରରେ ଏମିତି ଅନେକ ପ୍ରକ୍ରିୟା ଅଛି, ଯେଉଁ କାରଣରୁ ଏସିଡ୍‌ ସୃଷ୍ଟି ହୋଇଥାଏ। ଯଦି ଶରୀରରେ ଏସିଡର ମାତ୍ରା ବଢ଼ିଯାଏ ତେବେ କିଡନୀ ଓ ଫୁସ୍‌ଫୁସ୍‌ରେ ସମସ୍ୟା ସୃଷ୍ଟି ହୋଇଥାଏ। ସେହିଭଳି ରକ୍ତରେ ଏସିଡ୍‌ର ମାତ୍ରା ଅସନ୍ତୁଳିତ ସ୍ଥିତିକୁ ଆସିଲେ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ। ରକ୍ତରେ ଏସିଡ୍‌ର ମାତ୍ରା ଜାଣିବା ପାଇଁ ପିଏଚ୍‌(ପୋଟେନ୍‌ସିଆଲ୍‌ ଅଫ୍ ହାଇଡ୍ରୋଜେନ୍‌)ର ପରୀକ୍ଷା କରାଯାଇଥାଏ। ରକ୍ତରେ ପିଏଚ୍‌ କମ୍‌ ରହିଲେ, ରକ୍ତ ଏସିଡିକ୍‌ (ଅମ୍ଳିୟ) ହୋଇଥାଏ। ରକ୍ତରେ ପିଏଚ୍‌ […]

food

food

Rakesh Mallick
  • Published: Friday, 02 November 2018
  • Updated: 02 November 2018, 07:05 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶରୀରରେ ଏମିତି ଅନେକ ପ୍ରକ୍ରିୟା ଅଛି, ଯେଉଁ କାରଣରୁ ଏସିଡ୍‌ ସୃଷ୍ଟି ହୋଇଥାଏ। ଯଦି ଶରୀରରେ ଏସିଡର ମାତ୍ରା ବଢ଼ିଯାଏ ତେବେ କିଡନୀ ଓ ଫୁସ୍‌ଫୁସ୍‌ରେ ସମସ୍ୟା ସୃଷ୍ଟି ହୋଇଥାଏ।

ସେହିଭଳି ରକ୍ତରେ ଏସିଡ୍‌ର ମାତ୍ରା ଅସନ୍ତୁଳିତ ସ୍ଥିତିକୁ ଆସିଲେ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ।

ରକ୍ତରେ ଏସିଡ୍‌ର ମାତ୍ରା ଜାଣିବା ପାଇଁ ପିଏଚ୍‌(ପୋଟେନ୍‌ସିଆଲ୍‌ ଅଫ୍ ହାଇଡ୍ରୋଜେନ୍‌)ର ପରୀକ୍ଷା କରାଯାଇଥାଏ। ରକ୍ତରେ ପିଏଚ୍‌ କମ୍‌ ରହିଲେ, ରକ୍ତ ଏସିଡିକ୍‌ (ଅମ୍ଳିୟ) ହୋଇଥାଏ। ରକ୍ତରେ ପିଏଚ୍‌ ଅଧିକ ରହିଲେ ରକ୍ତ ବେସିକ୍‌ (କ୍ଷାରୀୟ) ପ୍ରକୃତିର ହୋଇଥାଏ।

ଆମେରିକାନ୍‌ ଆସୋସିଏସନ୍‌ ଅଫ୍‌ କ୍ଲିନିକାଲ୍‌ କେମିଷ୍ଟ୍ରୀ ଅନୁସାରେ, ରକ୍ତରେ ପିଏଚ୍‌ ସ୍ତର ୭.୪ ରହିବା ଉଚିତ। ଏହା ୭.୩୫ରୁ କମ୍‌ ଓ ୭.୪୫ରୁ ଅଧିକ ହେବା ଉଚିତ ନୁହେଁ।
ତେବେ ଏମିତି କିଛି ଫଳ ଓ ପନିପରିବା ଅଛି, ଯାହା ଖାଇବା ଦ୍ୱାରା ରକ୍ତରେ ପିଏଚ୍‌ ସ୍ତର ସ୍ଥିର ରହିଥାଏ। ଆସନ୍ତୁ ଜାଣିବା, ପିଏଚ୍‌ ସ୍ତରକୁ ସ୍ଥିର ଓ ନିୟନ୍ତ୍ରିତ କରି ରଖିବା ପାଇଁ କ’ଣ ଖାଇବା ଉଚିତ।

ପତ୍ର ଓ ପରିବା

foodପାଳଙ୍ଗ ଓ ଅନ୍ୟାନ୍ୟ ଶାଗ, ସୋୟା, ମେଥି ଓ ପିଆଜ ଶଣ୍ଢା ପତ୍ର ରକ୍ତରେ ପିଏଚ୍‌ ସ୍ତରକୁ ସ୍ଥିର ରଖିବାରେ ସାହାଯ୍ୟ କରିଥାଏ। ତେବେ ଏଗୁଡ଼ିକ ମଧ୍ୟରୁ ସବୁଠୁ ଅଧିକ ସ୍ୱାସ୍ଥ୍ୟକର ହେଉଛି ପାଳଙ୍ଗ। ଏହା ସହ ସବୁଜ ପରିବା ଖାଇବା ଦ୍ୱାରା ଶରୀରରେ ପିଏଚ୍‌ ସ୍ତର ସ୍ଥିର ରହିଥାଏ। ପରିବାରେ ଭିଟାମିନ୍‌ ‘କେ’ ଓ ଫୋଲେଟ (Folate)ର ମାତ୍ରା ଅଧିକ ଥାଏ।

ପାଳଙ୍ଗରେ ଭିଟାମିନ, ମିନେରାଲ୍‌, ଫେଟୋକେମିକାଲ୍ସ ଓ ଆଣ୍ଟି ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି। ଏହା ଶରୀରକୁ ସୁସ୍ଥ ରଖିଥାଏ। ଏଥିରେ ଥିବା ଫାଇବର୍‌ ମଧ୍ୟ ହଜମ ପ୍ରକ୍ରିୟାକୁ ଠିକ୍‌ ରଖିଥାଏ। ପାଳଙ୍ଗ ଖାଇବା ଦ୍ୱାରା ଆଖି ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଲେମ୍ବୁ

foodଲମ୍ବୁ ଖଟା ହୋଇଥିବାରୁ ଏହା ଏସିଡିକ୍‌ ଫଳ ବୋଲି ଅନେକ ଭାବନ୍ତି। ହେଲେ ଲେମ୍ବୁ ରସ ମେଟାବଲିକ୍‌ ହୋଇଯିବା ପରେ ବେସିକ୍‌ ହୋଇଯାଇଥାଏ। ଏଥିପାଇଁ ଲେମ୍ବୁ ରସ ମଧ୍ୟ ରକ୍ତରେ ପିଏଚ୍‌ ସ୍ତର ସ୍ଥିର ରଖିବାରେ ସହାୟକ ହୋଇଥାଏ।

ଲେମ୍ବୁ ପ୍ରାକୃତିକ ଭାବେ କୀଟାଣୁନାଶକ ହୋଇଥିବାରୁ ଶରୀରରେ ହୋଇଥିବା ଖଣ୍ଡିଆ ଶୀଘ୍ର ଭଲ ହେବାରେ ଏହା ସହାୟକ ହୋଇଥାଏ। ଏତିକି ନୁହେଁ, ନିଃଶ୍ୱାସ, ଥଣ୍ଡା, ଫ୍ଲୁ ଓ ଛାତି ଜଳାପୋଡ଼ା ହେବାରୁ ଲେମ୍ବୁ ମୁକ୍ତି ଦେଇଥାଏ। ଲିଭର୍‌ ପାଇଁ ମଧ୍ୟ ଏହା ଲାଭଦାୟକ।

ଶିମଲା ଲଙ୍କା

foodଶିମଲା ଲଙ୍କାରେ ଥିବା ଏଞ୍ଜାଇମସ୍‌, ଅନ୍ତଃସ୍ରାବୀ କ୍ରିୟାକୁ ଠିକ୍‌ରେ କାମ କରିବାରେ ସାହାଯ୍ୟ କରିଥାଏ। ଏହା ସବୁଠାରୁ ଅଧିକ କ୍ଷାରୀୟ ଖାଦ୍ୟ । ଏଥିରେ ଆଣ୍ଟି ବ୍ୟାକ୍ଟେରିୟାଲ ଗୁଣ ମଧ୍ୟ ପ୍ରଚୂର ରହିଛି। ଏଥିରେ ଥିବା ଆବଶ୍ୟକ ପରିମାଣର ଭିଟାମିନ ‘ଏ’ ଶରୀର ପାଇଁ ହାନିକାରକ ଫ୍ରି ରେଡିକାଲ୍ସ ସହ ଲଢ଼ିବାକୁ ଶକ୍ତି ଯୋଗାଏ। ଏହାସହ ଚିନ୍ତା ଓ ରୋଗ ସହ ଲଢ଼ିବାକୁ ଏହା ମାନସିକ ଶକ୍ତି ମଧ୍ୟ ଦେଇଥାଏ।

କୋବି

foodଶୀତଦିନେ କୋବି ବହୁଳ ପରିମାଣରେ ମିଳିଥାଏ। ଶୀତଦିନ ପାଇଁ ଏହାକୁ ସବୁଠାରୁ ଭଲ ପରିବା ବୋଲି କୁହାଯାଏ। ବ୍ରୋକଲୀ, ଫୁଲ କୋବି, ବନ୍ଧା କୋବି, ବ୍ରସେଲ୍ସ ସ୍ପ୍ରାଉଟସ୍‌ ଭଳି ପରିବା ରକ୍ତରେ ପିଏଚ୍‌ ସ୍ତରକୁ ସ୍ଥିର ରଖିଥା'ନ୍ତି। ବ୍ରୋକଲୀରେ ବହୁତ ପରିମାଣରେ ଆଣ୍ଟି ଅକ୍ସି[eଣ୍ଟ ଓ ମିନେରାଲ୍‌ ରହିଛି, ଯାହା ଶରୀରକୁ ସୁସ୍ଥ ରଖିଥାଏ।

ରସୁଣ

foodସୁସ୍ଥ ଶରୀର କଥା ଉଠିଲେ, ସବୁଠାରୁ ଉପାଦେୟ ଖାଦ୍ୟ ସାମଗ୍ରୀର ତାଲିକାର ଆଗରେ ରସୁଣ ରହିବ। ଏହା ହାର୍ଟ(ହୃତପିଣ୍ଡ) ପାଇଁ ହିତକର ହେବା ସହ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇଥାଏ। ରକ୍ତଚାପ ନିୟନ୍ତ୍ରଣରେ ରସୁଣଠାରୁ ଭଲ ସାମଗ୍ରୀ ଆଉ କିଛି ନାହିଁ। ଲିଭର୍‌ ସଫା ରଖିବାରେ ଏହା ସହାୟକ ହୋଇଥାଏ। ଏହାସହ ଏକାଧିକ ରୋଗ ସହ ଲଢ଼ିବା ସହ ଶରୀରକୁ ରୋଗମୁକ୍ତ ରଖିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos