ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଡାଇବେଟିସ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଜରୁରୀ। ଜୀବନଶୈଳୀ ଓ ଖାଦ୍ୟ ପାନୀୟରେ ଅନିମୟମିତତା ସାଙ୍ଗକୁ ବଂଶାନୁକ୍ରମିକ ପ୍ରଭାବ ଯୋଗୁ ସଧାରଣତଃ ରକ୍ତରେ ସୁଗାର୍ର ସ୍ତର ବୃଦ୍ଧି ପାଏ। ତେବେ ଡାଇବେଟିସ୍ରୁ ସୁରକ୍ଷା ପାଇଁ ପ୍ରଥମେ ରକ୍ତରେ ସୁଗାର୍ର ସ୍ତରକୁ ନିଯନ୍ତ୍ରଣ କରିବା ଆବଶ୍ୟକ।
ରକ୍ତରେ ଯଦି ସୁଗାର୍ର ସ୍ତର ବଢ଼ୁଛି, ତେବେ ଫାଇବର୍ଯୁକ୍ତ ଖାଦ୍ୟ ଅଧିକ ମାତ୍ରାରେ ଖଆନ୍ତୁ। ଅଧିକ ପାଣି ପିଇଲେ ମଧ୍ୟ ସୁଗାର୍ର ସ୍ତର ନିୟନ୍ତ୍ରିତ ରହିଥାଏ।
ତେବେ ଆୟୁର୍ବେଦ ଅନୁସାରେ, ତିନିଟି ପ୍ରକୃତି ପ୍ରଦତ୍ତ ସାମଗ୍ରୀର ନିୟମିତ ବ୍ୟବହାର ଦ୍ୱାରା ଡାଇବେଟିସ୍ ରୋଗୀ ନିଜ ରକ୍ତରେ ସୁଗାର୍ର ସ୍ତରକୁ ନିୟନ୍ତ୍ରଣରେ ରଖିପାରିବେ।
The Complete Book of Ayurvedic Home Remedies ଅନୁସାରେ, ତେଜପତ୍ର, ହଳଦୀ ଏବଂ ଆଲୋଭେରାର ବ୍ୟବହାର ଆପଣଙ୍କ ଶରୀରର ରକ୍ତରେ ସୁଗାର୍କୁ ନିୟନ୍ତ୍ରଣ କରିଥାଏ।
ତେଜପତ୍ର:
ତେଜପତ୍ରକୁ ପାଣିରେ ଫୁଟାଇ, ଏହି ପାଣିକୁ ନିୟମିତ ପିଇବା ଦ୍ୱାରା ରକ୍ତରେ ସୁଗାର୍ର ସ୍ତର ନିୟନ୍ତ୍ରଣରେ ରହିଥାଏ।
ହଳଦୀ:
ଅଳ୍ପ ହଳଦୀକୁ ଆପଣ କ୍ଷୀରରେ ପକାଇ ଡାଇବେଟିସ୍ ରୋଗୀଙ୍କୁ ପିଇବାକୁ ଦେଇପାରିବେ। ସବୁବର୍ଗର ଲୋକ ଏହାକୁ ବ୍ୟବହାର କରିପାରିବେ। ହଳଦୀ ରକ୍ତରେ ଥିବା ଟକ୍ସିକ୍କୁ ଦୂର କରିଥାଏ।
ଆଲୋଭେରା:
ଗବେଷଣାରୁ ଜଣାପଡ଼ିଛି, ଆଲୋଭେରାରେ ଥିବା ଇମୋଡିନ୍ ନାମକ ତତ୍ତ୍ୱ ଶରୀରରେ ଗ୍ଲୁକୋଜ୍ର ସ୍ତରକୁ କମ୍ କରିଥାଏ। ଏଥିରେ ଥିବା ଗ୍ଲୁକୋମେନନ୍ ଏବଂ ମୁସିଲେଜ୍ ଫାଇବର୍ ଓଜନ ହ୍ରାସ କରିବା ସହ ଭୋକକୁ ଶାନ୍ତ କରିଥାଏ। ଆଲୋଭେରା ଇନ୍ସୁଲିନ୍ର ସ୍ତରକୁ ନିୟନ୍ତ୍ରଣ କରି ଡାଇବେଟିସ୍କୁ କଣ୍ଟ୍ରୋଲ୍ କରିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।