/odisha-reporter/media/post_attachments/uploads/2019/03/q22-4.jpg)
q22
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲ୍ଲାମାନଙ୍କ ମଧ୍ୟରୁ ବରଗଡ଼ ଅନ୍ୟତମ। ଛତିଶଗଡ଼ର ରାୟଗଡ଼ ସୀମାକୁ ଏହାର ସୀମାରେଖା ଲାଗି ରହିଛି। ସୀମାନ୍ତବର୍ତ୍ତୀ ଜିଲ୍ଲା ହୋଇଥିବାରୁ ଏଠାରେ ବହୁତ ଛତିଶଗଡ଼ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଥାଏ।
ଏହି ଜିଲ୍ଲା ପୂରାତନ କଳା ସଂସ୍କୃତି ଏବଂ ପରମ୍ପରା ସହ କୃଷି ଏବଂ ଅଭିନବ ଜ୍ଞାନ କୌଶଳକୁ ଏକା ଧାରରେ ବାନ୍ଧି ରଖିଛି।
ଆପଣ ବରଗଡ଼ ବୁଲି ଗଲେ ସେଠାରେ ଅନେକ ପର୍ଯ୍ୟଟନ ସ୍ଥଳୀ ଦେଖିବାକୁ ପାଇବେ। ଆଉ ସେହି ସବୁ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ବରଗଡ଼ର ନୃସିଂହନାଥ ପୀଠ ଅନ୍ୟତମ।
କିପରି ଯିବେ
ବରଗଡ଼ ସହର ୬ ନଂ ଜାତୀୟ ରାଜପଥ ଦେଇ ସୋହେଲା ରାସ୍ତାରେ ଆପଣ ଯାଇପାରିବେ। ଏହାଠୁ ପ୍ରାୟ ୨୮ କି.ମି ଗଲା ପରେ ସୋହେଲା ପଡ଼ିବ। ସେହି ସ୍ଥାନରୁ ପଦ୍ମପୁର ରାସ୍ତା ଦେଇ ଗଲେ ନୃସିଂହ ନାଥଙ୍କ ପୀଠ ପଡ଼ିବ।
ତେବେ ବରଗଡ଼ରୁ ନୃସିଂହ ନାଥଙ୍କ ପୀଠକୁ ଯିବାକୁ ହେଲେ ଆପଣଙ୍କୁ ୧୧୩ କିମି ଯିବାକୁ ପଡ଼ିବ। ରାଜଧାନୀ ଭୁବେନେଶ୍ୱରରୁ ୫୫ନଂ ଜାତୀୟ ରାଜପଥ ଦେଇ ଗଲେ ଏହା ପ୍ରାୟ ୩୧୮କି.ମି। ଆପଣ ସେଠାକୁ ଟ୍ରେନ୍ କିମ୍ବା ଟ୍ୟାକ୍ସିରେ ଯାଇପାରିବେ।
ନୃସିଂହନାଥଙ୍କ ପୀଠ
/odisha-reporter/media/post_attachments/wp-content/uploads/2019/03/q44-6.jpg)
ଜଗତର କଲ୍ୟାଣ ପାଇଁ ଭଗବାନ ଅନେକ ରୂପରେ ଧରାପୃଷ୍ଠରେ ଅବତରଣ କରିଥାନ୍ତି। କେତେବେଳେ ବାମନ ରୂପରେ ତ ଆଉ କେତେବେଳେ ବରାହ ରୂପରେ। ଆଉ କେତେବେଳେ କଚ୍ଛପ ରୂପରେ ତ କେତେବେଳେ ନୃସିଂହ ରୂପରେ। ସେହି ମନ୍ଦିରରେ କିନ୍ତୁ ଆପଣ ଠାକୁରଙ୍କୁ ଅଲଗା ରୂପରେ ଦେଖିବାକୁ ପାଇବେ। ସେଠାରେ ନୃସିଂହନାଥଙ୍କ ଶରୀର ସିଂହ ଭଳି ଏବଂ ମୁଖମଣ୍ଡଳ ବିରାଡ଼ି ସଦୃଶ ରହିଛି।
କାହିଁ କେଉଁ ଆଦିମ କାଳରୁ ମହାପ୍ରଭୁ ଏଠାରେ ପୂଜା ପାଇ ଆସୁଛନ୍ତି। ଐତିହାସିକଙ୍କ ମତରେ ପାଟଣାଗଡ଼ ରାଜା ୧୪୧୩ ଶତାବ୍ଦିରେ ଏହି ସୁନ୍ଦର ମନ୍ଦିର ନିର୍ମାଣ କରିଥିଲେ। ଆପଣ ସେଠାକୁ ଗଲେ ପୂରାତନ ନିଦର୍ଶନର ଚିତ୍ରକଳା ସାଙ୍ଗକୁ ଓଡ଼ିଆ କାରିଗରଙ୍କ ସୁକ୍ଷ୍ମ କାରୁକାର୍ଯ୍ୟ ଦେଖିବାକୁ ପାଇବେ।
ବିଭିନ୍ନ ଦେବାଦେବୀ, ପଶୁପକ୍ଷୀ ଆଦିଙ୍କ ନିଖୁଣ ମୂର୍ତ୍ତିକୁ ଆପଣ ଏବେ ମଧ୍ୟ ସେଠାରେ ଦେଖିବାକୁ ପାଇବେ। ସେଠାକାର ଏହି ସବୁ ଦୃଶ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ।
/odisha-reporter/media/post_attachments/wp-content/uploads/2019/03/q11-7.jpg)
ପୀଠରେ ଦିନକୁ ଦୁଇ ଥର ହରିହର ପଙ୍ଗତ ହୋଇଥାଏ। ଆବାଳ ବୃଦ୍ଧ ବନୀତା ନୃସିଂହନାଥଙ୍କ ପ୍ରସାଦକୁ ବିନା ମୂଲ୍ୟରେ ସେବନ କରିବାର ନୀତି ରହିଛି।
ନୃସିଂହନାଥ ପୀଠ ଆପଣ ବୁଲି ଗଲେ ସେଠାରେ ଆଉ ଏକ ମନୋରମ ଦୃଶ୍ୟ ମଧ୍ୟ ଆପଣ ଦେଖିବାକୁ ପାଇବେ। ସେଠାରେ ଏକ ଝରଣା ମଧ୍ୟ ପ୍ରବାହିତ ହେଉଛି। ସେହି ଝରଣାକୁ ପାପ ହାରିଣୀ ବୋଲି କୁହାଯାଏ। କୁହାଯାଏ ଏହି ଝରଣାର ଜଳ ଗଙ୍ଗା ଭଳି ପବିତ୍ର। ଆଉ ଏହାକୁ “ଛତିଶଗଡ଼ କି ଗଙ୍ଗା” ବୋଲି ମଧ୍ୟ କୁହାଯାଏ।
/odisha-reporter/media/post_attachments/wp-content/uploads/2019/03/q55-4.jpg)
ସେଠାରେ ଲମ୍ବା ଲମ୍ବା ଗଛ ସାଙ୍ଗକୁ ବିରାଟ ବିରାଟ କାନ୍ଥ ସଦୃଶ ପଥୁରିଆ ରାସ୍ତା ଦେଇ ଗଲେ ଭୀମଧାର ନାମକ ଜଳପ୍ରପାତକୁ ଆପଣ ଦେଖିବାକୁ ପାଇବେ। ସେହି ଛୋଟିଆ ଜଳପ୍ରପାତ ଦେଖିଲେ ତାହା ଖଣ୍ଡାଧାରର ଛୋଟିଆ ରୂପ ପରି ଆପଣଙ୍କୁ ଲାଗିବ ନିଶ୍ଚୟ।
ଏଠାରେ ଆପଣ ଦୀର୍ଘ ୨୦ ଫୁଟ୍ ଉପରୁ ତଳକୁ ଲମ୍ପ ମାରୁଥିବା ଜଳରାଶି ଦେଖିବାକୁ ପାଇବେ। ସେହି ସ୍ଥାନରେ ଥରେ ପହଞ୍ଚିଗଲେ ଆପଣଙ୍କ ମନ କେବେବି ଆସିବାକୁ ଇଚ୍ଛା ହେବ ନାହିଁ।
ଆପଣ ସେହି ସ୍ଥାନକୁ ବର୍ଷର ଯେ କୌଣସି ସମୟରେ ଯାଇ ପାରିବେ। ତେବେ ଆପଣ ବ୍ୟସ୍ତ ଜୀବନରେ କିଛିଟା ସମୟ ବାହାର କରି ସେଠାକୁ ଯାଇ ବୁଲି ଆସନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
