ସାବଧାନ ! ବିଷ ହୋଇପାରେ ବୋତଲ ପାଣି

ସାଧାରଣତଃ ବାହାରକୁ ଗଲେ ବୋତଲରେ ପାଣି ଧରି ପାଣି ଯାଇଥାଉ। ବିଭିନ୍ନ ରୋଗରୁ ରକ୍ଷା ପାଇ‍ ଡାକ୍ତରଙ୍କ ମଧ୍ୟ ଘରୁ ବାହାରକୁ ଗଲେ ବୋତଲ ପାଣି ବ୍ୟବହାର କରିବା ପାଇଁ ପରାମର୍ଶ ଦିଅନ୍ତି। କିନ୍ତୁ ଜାଣିଛନ୍ତି କି, ବୋତଲ ପାଣି ଶରରୀ ପାଇଁ କ୍ଷତିକାରକ ହୋଇଥାଏ।  ଏଭଳି ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ସେଲିବ୍ରେଟି ତଥା ନ୍ୟୁଟିସନ୍‌ ସଂଯୁକ୍ତା ଦିବାକର ନିଜର ଇନଷ୍ଟାଗ୍ରାମରେ ବୋତଲ ପାଣି ପିଇବାକୁ ମନା କରିଛନ୍ତି। ସେ ଲେଖିଛନ୍ତି, ‘ବୋତଲ ପାଣି […]

drink-water.

drink-water.

Rakesh Mallick
  • Published: Wednesday, 17 May 2017
  • Updated: 17 May 2017, 05:07 PM IST

Sports

Latest News

ସାଧାରଣତଃ ବାହାରକୁ ଗଲେ ବୋତଲରେ ପାଣି ଧରି ପାଣି ଯାଇଥାଉ। ବିଭିନ୍ନ ରୋଗରୁ ରକ୍ଷା ପାଇ‍ ଡାକ୍ତରଙ୍କ ମଧ୍ୟ ଘରୁ ବାହାରକୁ ଗଲେ ବୋତଲ ପାଣି ବ୍ୟବହାର କରିବା ପାଇଁ ପରାମର୍ଶ ଦିଅନ୍ତି। କିନ୍ତୁ ଜାଣିଛନ୍ତି କି, ବୋତଲ ପାଣି ଶରରୀ ପାଇଁ କ୍ଷତିକାରକ ହୋଇଥାଏ।  ଏଭଳି ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି।

ସେଲିବ୍ରେଟି ତଥା ନ୍ୟୁଟିସନ୍‌ ସଂଯୁକ୍ତା ଦିବାକର ନିଜର ଇନଷ୍ଟାଗ୍ରାମରେ ବୋତଲ ପାଣି ପିଇବାକୁ ମନା କରିଛନ୍ତି। ସେ ଲେଖିଛନ୍ତି, ‘ବୋତଲ ପାଣି ଜମାରୁ ନୁହେଁ।’

ସେହିପରି ଭାଭା ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକମାନେ କହିଛନ୍ତି, ବୋତଲ ସଫା କରିବା ପାଇଁ  ପ୍ରୟୋଗ କରା ଯାଉଥିବା ବିଷାକ୍ତ ରାସାୟନିକ କେତେଥର ବୋତଲ ପାଣିରେ ଦେଖିବାକୁ ମିଳିଛି।

ଭାବାର ଯାଞ୍ଚ ରିପୋର୍ଟରେ କୁହାଯାଇଛି,“୨୭ ଗୁଣ ରାସାୟନିକ ପଦାର୍ଥ ବୋତଲ ପାଣିରେ ଥାଏ। ଏହାଦ୍ୱାରା କ୍ୟାନସର ହେବାର ଆଶଙ୍କା ରହିଥାଏ।”

ସଂଯୁକ୍ତା ଦିବାକର କହିଛନ୍ତି, ଏକ ଲିଟର ବୋତଲ ପାଣି ତିଆରି କରିବା ପାଇଁ ଭୂତଳ ଜଳ ୩ ଲିଟର ବ୍ୟବହାର କରାଯାଇଥାଏ।  ପରେ ଏହାକୁ ଅଧିକ ରେଟ୍‌ରେ ବଜାରରେ ବିକ୍ରି କରାଯାଇଥାଏ ।

ଘରୁ ବାହାରକୁ ଯିବା ବେଳେ ବୋତଲ ପାଣି ନ ନେବାକୁ ସଂଯୁକ୍ତା ପରାମର୍ଶ ଦେଇଛନ୍ତି। ଖରାଦିନରେ ମାଟିହାଣ୍ଡିର ପାଣି, ଲେମ୍ବୁପାଣି, ଆମ୍ବପଣା, ନଡ଼ିଆ ପାଣି ଓ ଜୁସ ପିଇବା ପାଇଁ ପରାମର୍ଶ ଦେଇଛନ୍ତି।

ସୌଜନ୍ୟ-ୟଙ୍ଗିସ୍ତାନ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos