ବନ ବିଭାଗ ସ୍କାନରରେ ୧୨ ଗୋଠଛଡ଼ା ଦନ୍ତା

ଗୋଠଛଡ଼ା ହୋଇ ବୁଲୁଥିବା ଏହି ୧୨ଟି ଦନ୍ତା ମଧ୍ୟରୁ ରାଉରକେଲା, ବରିପଦା, ଭୁବନେଶ୍ୱର ଓ ଅନୁଗୋଳ ସର୍କଲରୁ ୩ଟି ଲେଖାଏଁ ଅଛନ୍ତି।

Elephant

Representational Image

Jitendra Garnayak
  • Published: Monday, 01 July 2024
  • Updated: 01 July 2024, 10:04 PM IST

ରାଜ୍ୟରେ ୩୦୦ରୁ ଅଧିକ ଦନ୍ତା ହାତୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ଟି ଗୋଠଛଡ଼ା ହୋଇ ବୁଲୁଛନ୍ତି। ଏହି ୧୨ଟି ଗୋଠଛଡ଼ା ଦନ୍ତା ମଣିଷ ପାଇଁ ବିପଜ୍ଜନକ ତଥା ସେମାନେ ବାରମ୍ବାର ଜନବସତି ମୁହାଁ ହୋଇ ଘର ଭାଙ୍ଗୁଛନ୍ତି ଏବଂ ବ୍ୟାପକ କ୍ଷତି କରୁଛନ୍ତି। ସେମାନଙ୍କୁ ଟ୍ରାଙ୍କୁଲାଇଜ କରି ରେଡିଓକଲାର ଲଗାଇ ବିଭିନ୍ନ ଅଭୟାରଣ୍ୟରେ ଛଡ଼ା ଯିବ। ତା’ସତ୍ତ୍ୱେ ସେମାନଙ୍କ ବ୍ୟବହାରରେ ସୁଧାର ନଆସିଲେ ଅବା ପୁଣି ଜନବସତି ମୁହାଁ ହେଲେ ସେମାନଙ୍କୁ ହାତୀ ସୁଧାର କେନ୍ଦ୍ରକୁ ପଠାଇ ଦିଆଯିବ। ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ଆଜି ଏହି ସୂଚନା ଦେଇଛନ୍ତି।

ବନ୍ୟପ୍ରାଣୀ ପିସିସିଏଫ କହିଛନ୍ତି, ଗୋଠଛଡ଼ା ହୋଇ ବୁଲୁଥିବା ଏହି ୧୨ଟି ଦନ୍ତା ମଧ୍ୟରୁ ରାଉରକେଲା, ବରିପଦା, ଭୁବନେଶ୍ୱର ଓ ଅନୁଗୋଳ ସର୍କଲରୁ ୩ଟି ଲେଖାଏଁ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ଟି ହାତୀଙ୍କୁ ଟ୍ରାଙ୍କୁଲାଇଜ କରି ସ୍ଥାନ ପରିବର୍ତ୍ତନ କରିବାକୁ ଅନୁମତି ଦିଆଯାଇଛି। ଏହି ୩ଟି ହାତୀ ମଧ୍ୟରୁ ଦୁଇଟି ଚନ୍ଦକାରେ ଅଛନ୍ତି। ସେମାନେ ବାହାରକୁ ପଳାଇ ଯାଉଛନ୍ତି। ସେମାନଙ୍କୁ ତୁରନ୍ତ ଟ୍ରାଙ୍କୁଲାଇଜ କରି ଚନ୍ଦକା ଅଭୟାରଣ୍ୟ ଭିତରେ ଥିବା ହାତୀ ସୁଧାର କେନ୍ଦ୍ରକୁ ନେଇଯିବାକୁ ନିର୍ଦ୍ଦେଶ ଦିଆସରିଛି। ଆଉ ଗୋଟିଏ ହେଉଛି ମାଖନା, ଯିଏ ଚନ୍ଦକା ଓ ଖୋର୍ଦ୍ଧା ମଧ୍ୟରେ ବୁଲାବୁଲି କରୁଛି। ସେ ବି ଘର ଭାଙ୍ଗି ଦେଉଛି। ଲୋକଙ୍କ ବାଡ଼ିରେ ପଶିଯାଉଛି। ଯେଉଁଠି ଆମ୍ବ ଓ ପଣସ ହୋଇଛି, ଖାଇ ଦେଉଛି। ତେଣୁ ସେ ବି ଧନଜୀବନ ହାନି କରିପାରେ। ତେଣୁ କିଛି ଅଘଟଣ ଘଟିବା ଆଗରୁ ତାକୁ ଟ୍ରାଙ୍କୁଲାଇଜ କରି ଅଭୟାରଣ୍ୟ ଭିତରେ ରଖିବାକୁ ବା ହାତୀ ସୁଧାର କେନ୍ଦ୍ରକୁ ନେଇଯିବାକୁ ଯୋଜନା କରିଛୁ।

Also Read

ସେ ଆହୁରି କହିଛନ୍ତି, ଆଉ ଯେଉଁ ୯ଟି ହାତୀ ରହିଲେ, ସେମାନଙ୍କର ପ୍ରୋଫାଇଲିଂ କରାଯିବ। ସେମାନେ କେତେ କ୍ଷତି ପହଞ୍ଚାଇ ସାରିଲେଣି ଓ ସେମାନେ ଧନଜୀବନ ପାଇଁ କେତେ ବିପଜ୍ଜନକ ଦେଖିଲା ପରେ ସେମାନଙ୍କୁ ମଧ୍ୟ ଟ୍ରାଙ୍କୁଲାଇଜ କରି ଅଭୟାରଣ୍ୟ ଭିତରକୁ ନେଇଯିବାକୁ ବା ହାତୀ ସୁଧାର କେନ୍ଦ୍ରକୁ ନେବାକୁ ଅନୁମତି ଦିଆଯିବ। ଏହି ହାତୀଗୁଡ଼ିକ ବ୍ୟବହାର ଉପରେ ପ୍ରଥମେ ନଜର ରଖାଯିବ। ପରେ ରେଡିଓକଲାର ଲଗାଇ ସେମାନଙ୍କୁ ଜଙ୍ଗଲରେ ଛାଡ଼ିବାର ଯୋଜନା ଅଛି। ସେମାନେ ଜଙ୍ଗଲରେ ରହିଲେ ସେମାନଙ୍କ ପାଇଁ ସୁବିଧା ଓ ଆମ ପାଇଁ ବି ସୁବିଧା। କିନ୍ତୁ ସେମାନଙ୍କୁ ଏମିତି ଅଞ୍ଚଳରେ ଛାଡ଼ିବାକୁ ଚାହୁଁଛୁ, ଯେଉଁ ଅଞ୍ଚଳ ସହିତ ସେମାନେ ପରିଚିତ ନଥିବେ। ଫଳରେ ବାରମ୍ବାର ବାହାରିକି ଆସିପାରିବେ ନାହିଁ। ଏହା ସତ୍ତ୍ୱେ ସେମାନେ ନସୁଧୁରିଲେ ସେମାନଙ୍କୁ ଟ୍ରେନିଂ କ୍ୟାମ୍ପକୁ ନେଇଯିବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story