କଡେଇରେ ରନ୍ଧାଯାଉଛି ମହାପ୍ରସାଦ; ସେବାୟତ କହିଲେ- ପରମ୍ପରା ବିରୋଧୀ

ଶ୍ରୀମନ୍ଦିରରେ କୁଡୁଆରେ ରନ୍ଧାଯାଏ ଓ ଗର୍ଭଗୃହରେ କୁଡୁଆରେ ମହାପ୍ରସାଦ ଅର୍ପଣ କରାଯାଇଥାଏ। କିନ୍ତୁ ଏବେ ଦେଖିବାକୁ ମିଳିଛି ବିଚିତ୍ର ଚିତ୍ର। ସୁଆର ଓ ମହାସୁଆର ସେବକମାନେ ଲୁହା କଡେଇରେ ରାନ୍ଧୁଛନ୍ତି। ଯାହାକି ପରମ୍ପରା ବିରୋଧୀ।

Representative Image

  • Published: Thursday, 12 September 2024
  • , Updated: 12 September 2024, 07:42 PM IST

ଅନ୍ନକ୍ଷେତ୍ର ହେଉଛି ଶ୍ରୀକ୍ଷେତ୍ର। ଏଠି ମହାପ୍ରସାଦ କୁଡୁଆରେ ରନ୍ଧନ କରାଯାଇଥାଏ। ଏପରିକି ମହାପ୍ରଭୁଙ୍କ ପାଖରେ କୁଡୁଆରେ ମହାପ୍ରସାଦ ଅର୍ପଣ କରାଯାଇଥାଏ। ଭାରତ ବର୍ଷରେ କୌଣସି ମନ୍ଦିରରେ ଏପରି ବ୍ୟବସ୍ଥା ନାହିଁ। କିନ୍ତୁ ଶ୍ରୀକ୍ଷେତ୍ରରେ କୁଡୁଆରେ ରନ୍ଧାଯିବା ଓ ଭୋଗ ଲାଗିବା ହେଉଛି ସ୍ୱତନ୍ତ୍ର। ହେଲେ ମହାମାରୀ କରୋନା ପରେ କୁଡୁଆର ଅଭାବ ଦେଖାଦେବାରୁ କିଛି ସୁଆର ଓ ମହାସୁଆର ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ କରୁଛନ୍ତି। ଯାହାକୁ ବିରୋଧ କରିଛି ସୁଆର ଓ ମହାସୁଆର ନିଯୋଗ। ଏହା ପରମ୍ପରା ବିରୋଧୀ ବୋଲି ନିଯୋଗ କହିଛି।

ଶ୍ରୀମନ୍ଦିରରେ କୁଡୁଆରେ ରନ୍ଧାଯାଏ ଓ ଗର୍ଭଗୃହରେ କୁଡୁଆରେ ମହାପ୍ରସାଦ ଅର୍ପଣ କରାଯାଇଥାଏ। କିନ୍ତୁ ଏବେ ଦେଖିବାକୁ ମିଳିଛି ବିଚିତ୍ର ଚିତ୍ର। ସୁଆର ଓ ମହାସୁଆର ସେବକମାନେ ଲୁହା କଡେଇରେ ରାନ୍ଧୁଛନ୍ତି। ଯାହାକି ପରମ୍ପରା ବିରୋଧୀ। ଯାହାକୁ ନେଇ ସୁଆର ଓ ମହାସୁଆର ନିଯୋଗ ତରଫରୁ ନୋଟିସ୍‌ ଜାରି କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନକୁ ମଧ୍ୟ ଚିଠି ମାଧ୍ୟମରେ ଅବଗତ କରାଯାଛି।

ସୁଆର ଓ ମହାସୁଆର ନିଯୋଗର ସହ ସମ୍ପାଦକ ନରସିଂହ ପ୍ରତିହାରି କହିଛନ୍ତି, ମହାପ୍ରସାଦ କୁଡୁଆରେ ରନ୍ଧାଯାଏ। ଢଳାମଠ କୁଡୁଆରେ ମହାପ୍ରସାଦ ରନ୍ଧାଯାଏ। ସେହି କୁଡୁଆଟି ବହୁ ଛୋଟ। ସେଥିରେ ଦେଢ଼ କେଜି ଚାଉଳ ପଡ଼ିବ। ସେହି କୁଡୁଆ ୬ଟି ହେଲେ ଗୋଟିଏ ଚୁଲିରେ ବସି ପାରିବ। ବର୍ତ୍ତମାନ ସେହି କୁଡୁଆର ଘୋର ଅଭାବ ଦେଖାଦେଇଛି। ପର୍ଯ୍ୟାନ୍ତ ପରିମାଣରେ ଢଳାମଠ କୁଡୁଆ ମିଳୁନି। ଯାହାଫଳରେ ଆମର ଛୋଟ ଛୋଟ ଭାଇମାନେ ଲୁହା କଢେଇରେ ରାନ୍ଧୁଛନ୍ତି। ତାହା ପୁଣି ସିମିତ୍ତ ମାତ୍ର ରନ୍ଧା ଯାଉଛି ବୋଲି ଶ୍ରୀ ପ୍ରତିହାରି କହିଛନ୍ତି।

ସେ କହିଛନ୍ତି, ମହାପ୍ରସାଦ ଲୁହା କଡେଇରେ ରାନ୍ଧିବା ପରମ୍ପରା ବିରୋଧୀ। କିନ୍ତୁ ବହୁ କମ୍ ଦିନ ଲୁହା କଢେଇରେ ରନ୍ଧା ଯାଇଛି। କରୋନା ପରଠାରୁ ଏ ବ୍ୟବସ୍ଥା ହୋଇଛି। ଯେଉଁମାନେ ଲୁହା କଡେଇରେ ରାନ୍ଧୁଛନ୍ତି, ସେମାନଙ୍କୁ ସୁଆର ଓ ମହାସୁଆର ନିଯୋଗ ତରଫରୁ ଚିଠି ହୋଇଥିଲା। ଚିଠିର ଜବାବରେ କଡେଇରେ ରାନ୍ଧିବେ ନାହିଁ ବୋଲି ସେମାନେ କହିଛନ୍ତି। ବର୍ତ୍ତମାନ ସେମାନେ ଚୁଲିରେ ରାନ୍ଧିଲେଣି। ଏଥିସହ ମହାପ୍ରସାଦ ରନ୍ଧା ଯାଉଥିବା ଢଳାମଠ କୁଡୁଆ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛୁ। ସେପଟେ ଦେଖିବାକୁ ଗଲେ କୁମ୍ଭକାରମାନେ ଆମକୁ ଢ଼ଳାମଠ କୁଡୁଆ ଯୋଗାଇ ପାରୁନାହାନ୍ତି। ସେହି କୁଡୁଆ ଆଉ ସେମାନେ ତିଆରି କରୁନାହାନ୍ତି। ଆଗକୁ ମଧ୍ୟ ଏହି ଅଭାବ ନିଶ୍ଚିତ ଦେଖାଦେବ। ଏବେଠାରୁ ସତର୍କ ନହେଲେ ଆଗାମୀ ଦିନରେ ଅସୁବିଧା ଦେଖାଦେବ ବୋଲି ଶ୍ରୀ ପ୍ରତିହାରି କହିଛନ୍ତି।

ସେ ଆହୁରି କହିଛନ୍ତି, ଶ୍ରୀମନ୍ଦିରରେ କୁଡୁଆରେ ରୋଷେଇ ଓ ଭୋଗ ଲଗାଇବା ହେଉଛି ଏକ ନିଆରା ପରମ୍ପରା। ପୂର୍ବ ପୁରୁଷରୁ ସେହି ପରମ୍ପରା ରହି ଆସିଛି। ମୋତେ ଏବେ ୪୦ ବର୍ଷରୁ ଅଧିକ ବୟସ ହେଲାଣି। ମୁଁ ୨୧ ବର୍ଷ ହେଲା ଦେଖି ଆସୁଛି କୁଡୁଆରେ ରାନ୍ଧା ଯାଉଛି। ମୋ ପୂର୍ବରୁ ଜେଜେବାପା, ବାପା ସମସ୍ତେ କୁଡୁଆରେ ରାନ୍ଧୁଥିଲେ ବୋଲି ଶ୍ରୀ ପ୍ରତିହାରି କହିଛନ୍ତି।

Related story