ଛତିଶଗଡ଼ : ଛତିଶଗଡ଼ ସୁକୁମାରେ ଅଟକ ଗ୍ରାମବାସୀଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା କଲା ପରେ ଅନ୍ୟମାନଙ୍କୁ ଛାଡି ଦେଇଛନ୍ତି ମାଓବାଦୀ। ମିଳିଥିବା ସୂଚନା ଅନୁସାରେ ଟୋଙ୍ଗପାଳ ଥାନା ଅଧୀନରେ ଥିବା ମାରେଙ୍ଗ। ଗାଁରେ ସରକାରୀ ପୋଲ ନିର୍ମାଣକୁ ମାଓବାଦୀ ବିରୋଧ କରୁଥିଲେ। ସେଥିପାଇଁ ସେମାନେ ପୋଲ ନିର୍ମାଣ କରୁଥିବା ୫ ଜଣ ଶ୍ରମିକଙ୍କ ଜଙ୍ଗଲକୁ ନେଇ ଯାଇଥିଲେ। ତେବେ ସେମାନଙ୍କୁ ମୁକ୍ତ କରିବା ଲାଗି ସ୍ଥାନୀୟ ଅଞ୍ଚଳରୁ ୩ଶହରୁ ଅଧିକ ଲୋକ ଜଙ୍ଗଲକୁ ଯାଇଥିଲେ। ମାଓବାଦୀମାନେ ସେମାନଙ୍କୁ ମଧ୍ୟ ଅଟକ ରଖିଥିଲେ। ପୋଲ ନିର୍ମାଣରେ ଗ୍ରାମବାସୀଙ୍କ ସହଯୋଗକୁ ମାଓବାଦୀମାନେ ଜୋରଦାର ବିରୋଧ କରିବା ସହ ଅପହୃତ ୫ ଶ୍ରମିକଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା କରିଥିଲେ। ତେବେ ଅନ୍ୟ ଗ୍ରାମବାସୀଙ୍କୁ ଛାଡି ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛତିଶଗଡ଼ ଗସ୍ତ ପୂର୍ବରୁ ସୁକମା ଜିଲ୍ଲାରେ ମାଓବାଦୀମାନେ ଗତକାଲି ଏହି କାଣ୍ଡ ଭିଆଇ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
National
ଏଥର ବି ସାଧାରଣତନ୍ତ୍ର ଦିବସରେ ଦିଶିବନି ଦିଲ୍ଲୀର ପ୍ରଜ୍ଞାପନ ମେଢ଼
ଏହାକୁ ମିଶାଇ ୪ର୍ଥ ଥର ପାଇଁ ଦେଶର ରାଜଧାନୀ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଦର୍ଶିତ କରିବାକୁ ଅନୁମତି ମିଳିନାହିଁ।
Politics
ବିଭାଗ ବଣ୍ଟନକୁ ନେଇ ମହାୟୁତି ମେଣ୍ଟରେ ଅସନ୍ତୋଷ, ସ୍ୱୀକାର କଲେ ଅଜିତ ପାୱାର
ଶନିବାର ରାତିରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ ହୋଇଛି। ମନ୍ତ୍ରୀଙ୍କ ସଂଖ୍ୟା ଅଧିକ ଥିବାରୁ ସମସ୍ତଙ୍କୁ ଗୋଟିଏ ଲେଖାଏଁ ବିଭାଗ ଦେବାକୁ ପଡ଼ିଲା ବୋଲି କହିଲେ ଅଜିତ ପାୱାର।
National
ଅଲ୍ଲୁ ଅର୍ଜୁନଙ୍କ ଘର ଆଗରେ ବିକ୍ଷୋଭ ଓ ଭଙ୍ଗାରୁଜା, ୮ ଗିରଫ
ବିକ୍ଷୋଭକାରୀ ଅଲ୍ଲୁ ଅର୍ଜୁନଙ୍କ ବାସଭବନରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ୮ ଜଣଙ୍କୁ ଉଠାଇ ନେଇଛି ପୁଲିସ।
National
ବିଷ ବଳୟରେ ରାଜଧାନୀ; ‘ସିଭିୟର’ ସ୍ଥିତିରେ ବାୟୁ ପ୍ରଦୂଷଣ
ରବିବାର ଦିନ ୩ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୬ରେ ପହଞ୍ଚିଛି। ୧୬ ଡିସେମ୍ବର ରାତିରୁ ଲାଗୁ ହୋଇଛି ଗ୍ରାପ-୪ କଟକଣା।