ପିଏମଓକୁ ଜଣାଥିଲା ରାହୁଲଙ୍କ ଠିକଣା!

ନୂଆଦିଲ୍ଲୀ: ୫୬ ଦିନ ଧରି ଅଜ୍ଞାତବାସରେ ରହିବା ପରେ ଗତକାଲି ନୂଆଦିଲ୍ଲୀ ଫେରି ଆସିଛନ୍ତି କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀ। ତେବେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି ଯେ ସେ କେଉଁଠାରେ ଛୁଟି କାଟୁଥିଲେ। ଅନ୍ୟପକ୍ଷରେ ଏକ ପ୍ରମୁଖ ଇଂରାଜୀ ଦୈନିକ ଖବରକାଗଜ ଦାବି କରିଛି ଯେ ରାହୁଲ କେଉଁଠାକୁ ଯାଇଥିଲେ ସେ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପାଖରେ ରହିଛି ପକ୍କା ତଥ୍ୟ। ରାହୁଲଙ୍କ ଉପରେ ପୂରା ନଜର ରଖିଥିଲା ପିଏମଓ। ଏଇ ୫୬ ଦିନରେ […]

Rahul Gandhi

Rahul Gandhi

Rakesh Mallick
  • Published: Friday, 17 April 2015
  • Updated: 17 April 2015, 06:38 AM IST

Sports

Latest News

ନୂଆଦିଲ୍ଲୀ: ୫୬ ଦିନ ଧରି ଅଜ୍ଞାତବାସରେ ରହିବା ପରେ ଗତକାଲି ନୂଆଦିଲ୍ଲୀ ଫେରି ଆସିଛନ୍ତି କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀ। ତେବେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି ଯେ ସେ କେଉଁଠାରେ ଛୁଟି କାଟୁଥିଲେ। ଅନ୍ୟପକ୍ଷରେ ଏକ ପ୍ରମୁଖ ଇଂରାଜୀ ଦୈନିକ ଖବରକାଗଜ ଦାବି କରିଛି ଯେ ରାହୁଲ କେଉଁଠାକୁ ଯାଇଥିଲେ ସେ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପାଖରେ ରହିଛି ପକ୍କା ତଥ୍ୟ। ରାହୁଲଙ୍କ ଉପରେ ପୂରା ନଜର ରଖିଥିଲା ପିଏମଓ। ଏଇ ୫୬ ଦିନରେ ସେ କେଉଁ କେଉଁ ସ୍ଥାନରେ ରହିଥିଲେ ତା’ର ସବିଶେଷ ଖବର ରଖିଥିଲା ପିଏମ୍ଓ। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଗୃହ ମନ୍ତ୍ରାଳୟ ବି ଏନେଇ ଟେର୍ ପାଇ ନ ଥିଲା। ପିଏମଓ ପକ୍ଷରୁ ଗୃହ ମନ୍ତ୍ରାଳୟକୁ ଏ ସଂପର୍କରେ କୌଣସି ସୂଚନା ଦିଆଯାଇ ନ ଥିଲା। ଥାଇଲାଣ୍ଡର ଗୁଇନ୍ଦା ସଂସ୍ଥାଗୁଡ଼ିକ ସହିତ ପିଏମଓର ଅଧିକାରୀମାନେ ଲଗାତାର ସଂପର୍କରେ ରହିଥିଲେ ଓ ରାହୁଲଙ୍କ ସଂପର୍କରେ ସୂଚନା ସଂଗ୍ରହ କରୁଥିଲେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ କଂଗ୍ରେସ ଉପ-ସଭାପତି କେଉଁ ସ୍ଥାନରେ ଥିଲେ ଅବା ଏହି ୫୬ ଦିନରେ କେଉଁ କେଉଁ ସ୍ଥାନକୁ ଯାଇଥିଲେ, ସେ ନେଇ କୌଣସି ସୂଚନା ଦେବାକୁ ଏହି ସରକାରୀ ଅଧିକାରୀ ଜଣଙ୍କ ମନା କରି ଦେଇଛନ୍ତି। ଆଉ ଏକ କଥା ମଧ୍ୟ ଜଣାପଡ଼ିଛି । ରାହୁଲ ଗାନ୍ଧୀ ନୂଆଦିଲ୍ଲୀରେ ପହଞ୍ଚିବାର ୨୪ ଘଣ୍ଟା ପୂର୍ବରୁ ଏସପିଜି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏହି ଖବର ଦେଇ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos