ବେଙ୍ଗଲୁରୁ: ବୋମା ବିସ୍ଫୋରଣରେ ଶୁକ୍ରବାର ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ (ଆଇଏସ୍)ର ପାକିସ୍ତାନ ମୁଖ୍ୟ ହାଫିଜ ସୟିଦର ମୃତୁ୍ୟ ହୋଇଛି । ପାକିସ୍ତାନର ଖୈବର କବାୟଲୀ ଅଞ୍ଚଳରେ ତିରାହ ଘାଟିରେ ନିଜର ଦୁଇ ଜଣ ସାଥୀଙ୍କ ସହିତ ମିଶି ବୋମା ଲଗାଉଥିଲା ହାଫିଜ।
ଆଉ ସେତିକି ବେଳେ ବିସ୍ଫୋରଣ ଘଟିବାରୁ ତା’ର ମୃତୁ୍ୟ ହୋଇଯାଇଥିଲା।ପାକିସ୍ତାନ ପୁଲିସ୍ ଦାବି କରିଛି ଯେ ଏଥିରେ ଜଣଙ୍କର ମୃତୁ୍ୟ ହୋଇଛି ଓ ସେ ହେଉଛି ହାଫିଜ ସୟିଦ। ଅନ୍ୟପକ୍ଷରେ ଆଇଏସ ପକ୍ଷରୁ ଏନେଇ କିଛି କୁହାଯାଇନାହିଁ । ହାଫିଜ ଥିଲା ତହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର ୫ ପ୍ରମୁଖ କୋମାଣ୍ଡରଙ୍କ ମଧ୍ୟରୁ ଜଣେ।
ଏମାନେ ଗତବର୍ଷ ଅକ୍ଟୋବର ମାସରେ ଏହି ଆତଙ୍କବାଦୀ ସଂଗଠନରୁ ଅଲଗା ହୋଇଯାଇଥିଲେ ଓ ଆଇଏସରେ ମିଶି ଥିଲେ। ଆଇଏସର ନେତୃତ୍ୱ ନେଉଥିବା ଲୋକେ ହାଫିଜ ସୟିଦକୁ ସଂଗଠନର ପାକିସ୍ତାନ ଶାଖା ମୁଖ୍ୟ ଭାବେ ଘୋଷଣା କରିଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଅମାନବିକତା; ହାଇକୋର୍ଟଙ୍କ କେଉଁ ରାୟ ଉପରେ ରୋକ ଲଗାଇ ସୁପ୍ରିମକୋର୍ଟ ଏମିତି ଶବ୍ଦ ପ୍ରୟୋଗ କଲେ
ହାଇକୋର୍ଟଙ୍କ ଏହି ରାୟକୁ ବିଭିନ୍ନ ବର୍ଗର ଲୋକେ ସମାଲୋଚନା କରିଥିଲେ। ସୁପ୍ରିମକୋର୍ଟ ନିଜ ଆଡ଼ୁ ଏହି ମାମଲାର ଶୁଣାଣି କରିବା ବୋଲି ଘୋଷଣା କରିଥିଲେ।

Guest Column
ଅସହିଷ୍ଣୁତାର ବାତାବରଣରେ କୁନାଲ କାମରାଙ୍କ ବ୍ୟଙ୍ଗ
ପ୍ରଥମ ପ୍ରଧାନମନ୍ତ୍ରୀ କଂଗ୍ରେସର ପଣ୍ଡିତ ଜବାହର୍ଲାଲ୍ ନେହେରୁ ହୁଅନ୍ତୁ ବା ବିଜେପି ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ହୁଅନ୍ତୁ, ସେମାନେ ସମାଲୋଚକମାନଙ୍କୁ ସିଧାସଳଖ ନିନ୍ଦା କରିବା ବା ସେମାନଙ୍କ ବିରୋଧରେ ଅସହିଷ୍ଣୁତାର ବାତାବରଣ ସୃଷ୍ଟି କରିବାରେ କେବେ ବି ଏକମତ ହୋଇନାହାନ୍ତି।

National
ସାଂସଦଙ୍କ ବେତନ ବୃଦ୍ଧିର ଆଧାର କ’ଣ?
୨୦୧୬ରେ ସାଂସଦମାନଙ୍କ ବେତନ ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦୃଢ଼ ମତ ରଖିଥିଲେ। ସାଂସଦମାନେ ନିଜର ଦରମା ସମ୍ପର୍କରେ ନିଜେ ନିଷ୍ପତ୍ତି ନେବା ଉଚିତ୍ ନୁହେଁ ଏବଂ ବେତନ ଆୟୋଗ ଭଳି ଏକ ସଂସ୍ଥା ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଥିଲେ। ଅଥବା ବିଭିନ୍ନ ସମୟରେ ନିର୍ଦ୍ଦିଷ୍ଟ ପଦବୀ ଏବଂ ପାହ୍ୟାରେ ହେଉଥିବା ବେତନ ବୃଦ୍ଧି ସହ ଏହାକୁ ଯୋଡ଼ିବା ଆବଶ୍ୟକ ବୋଲି ସେ କହିଥିଲେ।

Guest Column
ଭାଲୁ ମିଡିଆର ପଣସଖିଆ ଟ୍ରାଏଲ
ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲାରେ ସିବିଆଇ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଉପରେ ଚାଲିଥିବା ଅନୁସନ୍ଧାନକୁ ଅଫିସିଆଲି ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଛି। ଦୀର୍ଘ ପାଞ୍ଚ ବର୍ଷ ପରେ ସିବିଆଇ ଏହି ନିଷ୍ପତ୍ତିରେ ପହଞ୍ଚିଛି ଯେ ସୁଶାନ୍ତ ସିଂହଙ୍କ ମୃତ୍ୟୁ କେବଳ ‘ଆତ୍ମହତ୍ୟା’ ଥିଲା। ଏହା ପଛରେ ରିଆଙ୍କର କୌଣସି ସମ୍ପୃକ୍ତି ନାହିଁ।

National
କମେଡି ପାଇଁ ସୁପାରୀ!
ଖାର ଥାନାର ଏକ ଟିମ୍ କୁନାଲ କମରାଙ୍କ ମୁମ୍ବାଇ ସ୍ଥିତ ବାସଭବନକୁ ଯାଇ ଏକ ସମନ ଦେଇଛନ୍ତି। ଥାନାରେ ହାଜର ହୋଇ ପଚରାଉଚରାର ସମ୍ମୁଖୀନ ହେବାକୁ ତାଙ୍କୁ ସମନ ଦିଆଯାଇଛି।