ୱାଶିଂଟନ୍: ଆଫଗାନିସ୍ତାନରୁ ଆମେରିକୀୟ ସେନା ଫେରିଆସିବା ପରେ ଲସ୍କର ଏ ତୋଏବା ଭଳି ଆତଙ୍କବାଦୀ ସଂଗଠନଗୁଡ଼ିକ ଭାରତକୁ ଟାର୍ଗେଟ କରିପାରନ୍ତି। ଆମେରିକାର ରକ୍ଷା ସଂସ୍ଥା ପେଣ୍ଟାଗନ ପକ୍ଷରୁ ଗୁରୁବାର ଏହି ଆଶଙ୍କା ପ୍ରକାଶ କରାଯାଇଛି। ପେଣ୍ଟାଗନ ପକ୍ଷରୁ ଗଠିତ ଏକ କମିଟି କହିଛି ଯେ ଆମେରିକୀୟ ଓ ନାଟୋ ସେନା ଆଫଗାନିସ୍ତାନରୁ ଫେରିବା ପରେ ଆଗାମୀ ବର୍ଷେରୁ ତିନି ବର୍ଷ ପର୍ଯ୍ୟନ୍ତ ଲସ୍କର ଭାରତୀୟ ଉପମହାଦୀପ ଉପରେ ଟାର୍ଗେଟ କରିପାରେ। ସେହିପରି ଲସ୍କର ସହିତ ପାକିସ୍ତାନରେ ସକ୍ରି୍ରୟ ଥିବା ଅନେକ ଆତଙ୍କବାଦୀ ସଂଗଠନ ଆଫଗାନିସ୍ତାନରେ ମଧ୍ୟ ଯୁଦ୍ଧ ଜାରି ରଖିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।