ମରୁଡିଗ୍ରସ୍ତ, ଜଳକ୍ଳିଷ୍ଟ ଅଞ୍ଚଳ ପାଇଁ କେନ୍ଦ୍ରର ୪୧୦ କୋଟି ଟଙ୍କା ମଞ୍ଜୁର, ଓଡ଼ିଶାକୁ ମିଳିବ ୩.୪୭ କୋଟି

ନୂଆଦିଲ୍ଲୀ: ସ୍ୱଳ୍ପ ବୃଷ୍ଟିପାତ ତଥା ମରୁଡି ଜନିତ ପରସ୍ଥିତିର ମୁକାବିଲା କରିବା ଓ ଭୂତଳ ଜଳର ପରିପୁଷ୍ଟିକରଣ ପାଇଁ କେନ୍ଦ୍ର କୃଷି ଓ ସମବାୟ ମନ୍ତ୍ରଣାଳୟ ଓଡିଶା ସମେତ ୨୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୪୧୦ କୋଟି ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି। ସେଥିମଧ୍ୟରୁ ଓଡିଶାକୁ ୩.୭୪ କୋଟି ଟଙ୍କା ମିଳିବ ବୋଲି ଜଣାପଡିଛି। ଦେଶରେ ଗତ କିଛିବର୍ଷ ହେଲା ବୃଷ୍ଟିପାତରେ ଅସ୍ୱାଭାବିକ ପରିବର୍ତନ ପରିଲକ୍ଷିତ ହୋଇଛି। ପୂର୍ବଭଳି ବର୍ଷା ହେଉ ନ […]

modi

modi

Rakesh Mallick
  • Published: Tuesday, 01 September 2015
  • Updated: 01 September 2015, 05:19 PM IST

Sports

Latest News

ନୂଆଦିଲ୍ଲୀ: ସ୍ୱଳ୍ପ ବୃଷ୍ଟିପାତ ତଥା ମରୁଡି ଜନିତ ପରସ୍ଥିତିର ମୁକାବିଲା କରିବା ଓ ଭୂତଳ ଜଳର ପରିପୁଷ୍ଟିକରଣ ପାଇଁ କେନ୍ଦ୍ର କୃଷି ଓ ସମବାୟ ମନ୍ତ୍ରଣାଳୟ ଓଡିଶା ସମେତ ୨୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୪୧୦ କୋଟି ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି। ସେଥିମଧ୍ୟରୁ ଓଡିଶାକୁ ୩.୭୪ କୋଟି ଟଙ୍କା ମିଳିବ ବୋଲି ଜଣାପଡିଛି।

ଦେଶରେ ଗତ କିଛିବର୍ଷ ହେଲା ବୃଷ୍ଟିପାତରେ ଅସ୍ୱାଭାବିକ ପରିବର୍ତନ ପରିଲକ୍ଷିତ ହୋଇଛି। ପୂର୍ବଭଳି ବର୍ଷା ହେଉ ନ ଥିବାରୁ ବହୁ ସ୍ଥାନରେ ମରୁଡି ଭଳି ପରିସ୍ଥିତି ସୃଷ୍ଟି ହେଉଛି । କେତେକ ଅଞ୍ଚଳରେ କମ‌ ପରିମାଣରେ ବର୍ଷା ହେଉଥିବା ବେଳେ ଭୂତଳ ଜଳକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଉଛି । ଏପରିସ୍ଥିତିରେ ଭୂତଳ ଜଳ ପରିପୁଷ୍ଟିକରଣ ହୋଇପାରୁ ନ ଥିବାରୁ ଜଳସ୍ତର କ୍ରମେ ହ୍ରାସ ପାଇବାରେ ଲାଗିଛି। କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ କରିଥିବା ସର୍ଭେରୁ ଜଣାପଡିଛି ଯେ, ଦେଶର ୧୦୭୧ ବ୍ଲକରେ ଭୂତଳ ଜଳର ମାତ୍ରାଧିକ ଓ ଅହରହ ଉପଯୋଗ କରାଯାଉଛି । ଫଳରେ ସେହିସବୁ ଅଞ୍ଚଳରେ ଜଳକଷ୍ଟ ଦେଖାଦେଇଛି। ଜଳ ସଂରକ୍ଷଣ ଓ ଭୂତଳ ଜଳର ପରିପୁଷ୍ଟିକରଣ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି। ସେହିଭଳି ଦେଶର ୧୫୦ଟି ବ୍ଲକର ଭୂତଳ ଜଳ ସଙ୍କଟଜନକ ସ୍ଥିତିରେ ରହିଛି। ତେଣୁ ସେହିସବୁ ବ୍ଲକରେ ଭୂତଳ ଜଳର ବ୍ୟବହାର ନିୟନ୍ତ୍ରଣ ଅଥବା କଟକଣା ଜାରି କରିବାର ଆବଶ୍ୟକତା ରହିଛି।

ଦେଶର ୨୧୯ ଜିଲାରେ ପ୍ରାୟ ସବୁବେଳେ ମରୁଡି ଜନିତ ପରିସ୍ଥିତି ସୃଷ୍ଟି ହୋଇ କୃଷି କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି। ସ୍ୱଳ୍ପବୃଷ୍ଟି ଜନିତ ଉଦବେଗଜନକ ପରିସ୍ଥିତିକୁ ଲକ୍ଷ୍ୟ କରି କେନ୍ଦ୍ର ସରକାର ଚଳିତବର୍ଷ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଜଳକ୍ଳିଷ୍ଟ ଅଞ୍ଚଳରେ ଜଳ ସଂରକ୍ଷଣ, ଜଳ ଅମଳ ପ୍ରକଳ୍ପ ଓ ଭୂତଳ ଜଳ ପରିପୁଷ୍ଟିକରଣ ପାଇଁ ଯୋଜନା କରିବାକୁ ନିଷ୍ପତି ନେଇଛନ୍ତି। ସର୍ବଦା ମରୁଡିଗ୍ରସ୍ତ ଜିଲା ଏବଂ ମାତ୍ରାଧିକ ଭୂତଳ ଜଳ ବ୍ୟବହାର କରୁଥିବା ବ୍ଲକଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରି ସ୍ଥିତିରେ ଉନ୍ନତି ଆଣିବା ତଥା ଛୋଟ ଛୋଟ ଜଳ ସଂରକ୍ଷଣ ବ୍ୟବସ୍ଥା ମାଧ୍ୟମରେ ସେଚ ସୁବିଧା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଏହି ଯୋଜନାରେ ଆନ୍ଦ୍ରପ୍ରଦେଶକୁ ୧୬.୮୯ କୋଟି, ତେଲେଙ୍ଗାନାକୁ ୧୩.୨୦କୋଟି, ବିହାରକୁ ୧୭ କୋଟି, ଛତିଶଗଡକୁ ୦.୧୪ କୋଟି, ଗୁଜରାଟକୁ ୫.୪୮ କୋଟି, ହରିୟାନାକୁ ୨୧.୨୧ କୋଟି, ହିମାଞ୍ଚଳ ପ୍ରଦେଶକୁ ୮.୩୮ କୋଟି, ଝାରଖଣ୍ଡକୁ ୧୭.୩୨ କୋଟି, କର୍ଣ୍ଣାଟକକୁ ୪୦.୯୬ କୋଟି, କେରଳକୁ ୮.୩୮ କୋଟି, ମଧ୍ୟପ୍ରଦେଶକୁ ୨୨.୬୫ କୋଟି ଟଙ୍କା ମିଳିବ । ସେହିପରି ମହାରାଷ୍ଟ୍ରକୁ ୨୦.୮୭ କୋଟି, ପଞ୍ଜାବକୁ ୪୬.୩୬ କୋଟି, ରାଜସ୍ଥାନକୁ ୬୯ କୋଟି, ତାମିଲନାଡୁକୁ ୬୪.୪୨ କୋଟି, ଉତ୍ତରାଖଣ୍ଡକୁ ୬.୭୪ କୋଟି, ଉତ୍ତରପ୍ରଦେଶକୁ ୨୬.୦୬ କୋଟି, ଡାମନ ଆଣ୍ଡ ଡିୟୁକୁ ୦.୧୪ କୋଟି ଓ ପଣ୍ଡିଚେରୀକୁ ୦.୮୪ କୋଟି ଟଙ୍କା ମିଳିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story