ମସରତ ଆଲମ ଗିରଫ

ଶ୍ରୀନଗର: ବିଚ୍ଛିନ୍ନତାବାଦୀ ନେତା ମସରତ ଆଲମକୁ ଶୁକ୍ରବାର ଜମ୍ମୁ ଓ କାଶ୍ମୀର ପୁଲିସ୍ ଶ୍ରୀନଗରସ୍ଥିତ ତା’ଘରୁ ଗିରଫ କରିଛି। ଗତ ବୁଧବାର ଏଠାରେ ଆୟୋଜିତ ଏକ ର୍ୟାଲିରେ ମସରତ ପାକିସ୍ତାନୀ ପତାକା ଉଡ଼ାଇବା ସହିତ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ। ଏହା ପରେ ତା’ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ କେନ୍ଦ୍ର ସରକାର ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କ ଉପରେ ଚାପ ପକାଇ ଆସୁଥିଲେ। ଗତକାଲି ନିଜେ ମୁଫତି ମଧ୍ୟ କହିଥିଲେ […]

masrat

masrat

Rakesh Mallick
  • Published: Friday, 17 April 2015
  • Updated: 17 April 2015, 05:03 AM IST

Sports

Latest News

ଶ୍ରୀନଗର: ବିଚ୍ଛିନ୍ନତାବାଦୀ ନେତା ମସରତ ଆଲମକୁ ଶୁକ୍ରବାର ଜମ୍ମୁ ଓ କାଶ୍ମୀର ପୁଲିସ୍ ଶ୍ରୀନଗରସ୍ଥିତ ତା’ଘରୁ ଗିରଫ କରିଛି। ଗତ ବୁଧବାର ଏଠାରେ ଆୟୋଜିତ ଏକ ର୍ୟାଲିରେ ମସରତ ପାକିସ୍ତାନୀ ପତାକା ଉଡ଼ାଇବା ସହିତ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ। ଏହା ପରେ ତା’ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ କେନ୍ଦ୍ର ସରକାର ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କ ଉପରେ ଚାପ ପକାଇ ଆସୁଥିଲେ। ଗତକାଲି ନିଜେ ମୁଫତି ମଧ୍ୟ କହିଥିଲେ ଯେ ଆଇନ ଭାଙ୍ଗିଥିବା ବ୍ୟକ୍ତିଙ୍କ ବିରୋଧରେ ଅବଶ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମସରତ ଗିରଫ ହେବା ପରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଏଭଳି ପ୍ରସଙ୍ଗରେ ଆଦୌ ବୁଝାମଣା କରାଯିବ ନାହିଁ। ଏଠାରେ ପାକିସ୍ତାନୀ ପତାକା ଅବା ପାକିସ୍ତାନ ସପକ୍ଷରେ ସ୍ଲୋଗାନକୁ ବରଦାସ୍ତ କରାଯିବ ନାହିଁ।

ଗୁରୁବାର ମସରତ ଓ ହୁରିୟାତ ନେତା ସୟିଦ ଅଲ୍ଲୀ ଶାହ ଗୀଲାନିଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା। ଶୁକ୍ରବାର ସେମାନେ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲା ଅନ୍ତର୍ଗତ ତ୍ରାଲ ସହରରେ ଏକ ର୍ୟାଲି କାଢ଼ିବାକୁ ଯୋଜନ କରିଥିବା ଯୋଗୁ ସେମାନଙ୍କୁ ଗୃହବନ୍ଦୀ କରାଯାଇଥିଲା। ଏହି ର୍ୟାଲିକୁ ଅନୁମତି ନଦେବା ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟିଦ ରାଜ୍ୟ ପୁଲସକୁ ନିର୍ଦେଶ ଦେଇଥିଲେ।ଏହି ର୍ୟାଲି ଶ୍ରୀନଗରରୁ ବାହାରି ତ୍ରାଲ ପର୍ଯ୍ୟନ୍ତ ଯାଇଥାଆନ୍ତା। ତ୍ରାଲରେ ସେନାର ହାଜତରେ ଜଣେ ଯୁବକଙ୍କ ମୃତୁ୍ୟର ପ୍ରତିବାଦ ଏହି ର୍ୟାଲିର ଆୟୋଜନ କରିଥିଲେ ବିଚ୍ଛିନ୍ନତାବାଦୀ ନେତାମାନେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos