ଭୋଟ ପିଛା ଦେଇଥାନ୍ତେ ୩୦୦ ଟଙ୍କା, ୧.୫ କୋଟି ଜବତ

ଅନ୍ଦିପାଟ୍ଟି: ତାମିଲନାଡୁରେ ଆଜି ଆୟକର ବିଭାଗ ଚଢ଼ଉ କରି ଭୋଟରଙ୍କୁ ଲାଞ୍ଚ ଦେବା ପାଇଁ ରଖାଯାଇଥିବା ୧.୪୮ କୋଟି ଟଙ୍କା ଜବତ କରିଛି। ଏଆଇଏଡିଏମକେର ବିଦ୍ରୋହୀ ନେତା ଟିଟିଭି ଦିନାକରଣଙ୍କ ଏଏମଏମକେର ଜଣେ ବିଧାୟକଙ୍କ ପ୍ରାର୍ଥୀଙ୍କ ଅଫିସରେ ଚଢ଼ଉ କରି ଆୟକର ବିଭାଗ ଏହି ଟଙ୍କା ଜବତ କରିଛି। ଜବତ ଟଙ୍କା ଗୁଡ଼ିକ ଏକ ଏକାଧିକ ପ୍ୟାକେଟ୍‌ରେ ରଖା ଯାଇଥିଲା। ପ୍ରତି ପ୍ୟାକେଟ୍‌ରେ ୩ ଶହ ଟଙ୍କା ରହିଥିଲା। ଏହି ଅନ୍ଦିପାଟ୍ଟି ଆସନରେ ଆସନ୍ତାକାଲି ଉପ ନିର୍ବାଚନ […]

rd

rd

Hemant Lenka
  • Published: Wednesday, 17 April 2019
  • Updated: 17 April 2019, 05:10 PM IST

ଅନ୍ଦିପାଟ୍ଟି: ତାମିଲନାଡୁରେ ଆଜି ଆୟକର ବିଭାଗ ଚଢ଼ଉ କରି ଭୋଟରଙ୍କୁ ଲାଞ୍ଚ ଦେବା ପାଇଁ ରଖାଯାଇଥିବା ୧.୪୮ କୋଟି ଟଙ୍କା ଜବତ କରିଛି। ଏଆଇଏଡିଏମକେର ବିଦ୍ରୋହୀ ନେତା ଟିଟିଭି ଦିନାକରଣଙ୍କ ଏଏମଏମକେର ଜଣେ ବିଧାୟକଙ୍କ ପ୍ରାର୍ଥୀଙ୍କ ଅଫିସରେ ଚଢ଼ଉ କରି ଆୟକର ବିଭାଗ ଏହି ଟଙ୍କା ଜବତ କରିଛି।

ଜବତ ଟଙ୍କା ଗୁଡ଼ିକ ଏକ ଏକାଧିକ ପ୍ୟାକେଟ୍‌ରେ ରଖା ଯାଇଥିଲା। ପ୍ରତି ପ୍ୟାକେଟ୍‌ରେ ୩ ଶହ ଟଙ୍କା ରହିଥିଲା। ଏହି ଅନ୍ଦିପାଟ୍ଟି ଆସନରେ ଆସନ୍ତାକାଲି ଉପ ନିର୍ବାଚନ ହେବାର ରହିଛି। ତେଣୁ ଏହା ପୂର୍ବରୁ ଭୋଟ ପିଛା ଲୋକଙ୍କୁ ୩୦୦ ଟଙ୍କା ଲେଖାଏ ଲାଞ୍ଚ ଦେବାକୁ ଏଭଳି ବ୍ୟବସ୍ଥା କରାଯାଇଥିଲା ବୋଲି କୁହାଯାଉଛି।

ଆୟକର ବିଭାଗର ସୂଚନା ଅନୁଯାୟୀ, ୯୪ଟି ପ୍ୟାକେଟ୍‌ ଜବତ ହୋଇଛି। ପ୍ରତି ପ୍ୟାକେଟ୍‌ ଉପରେ ୱାର୍ଡ ନମ୍ବର ଓ ଭୋଟରଙ୍କ ସଂଖ୍ୟା ରହିଛି। ଏହି ତଥ୍ୟ ପ୍ୟାକେଟ୍‌ ଉପରେ ଲେଖାଯାଇଥିବାରୁ ପ୍ରତି ଭୋଟ୍‌ ପିଛା ୩୦୦ ଟଙ୍କା ଦେବାକୁ ଯୋଜନା ହୋଇଥିବା ଅନୁମାନ କରାଯାଉଛି। ଆଜି ଚଢ଼ଉ ବେଳେ ଏଏମଏମକେର କର୍ମୀମାନେ ବାଧା ସୃଷ୍ଟି କରିଥିଲେ।

କର୍ମୀମାନେ ଚଢ଼ଉରେ ସାମିଲ ହୋଇଥିବା ଆୟକର ବିଭାଗର ଅଧିକାରୀ ଏବଂ ନିର୍ବାଚନ କମିଶନ ଫ୍ଲାଇଂ ସ୍କ୍ୱାଡ୍‌ର କର୍ମଚାରୀଙ୍କୁ ଆକ୍ରମଣ ମଧ୍ୟ କରିଥିଲେ। ଏହାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଏମଏମକେର କର୍ମୀମାନେ ଚଢ଼ଉ ଅଧିକାରୀମାନଙ୍କୁ ବନ୍ଦୀ ମଧ୍ୟ କରିନେଇଥିଲେ।

ଏପରି କି ଜବତ ପ୍ୟାକେଟ୍‌କୁ ସେମାନେ ଛଡ଼ାଇ ନେଇଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ୍‌ ହସ୍ତକ୍ଷେପ କରିବା ସହ ଫାଙ୍କା ଗୁଳି ଚାଳନା କରିବାକୁ କର୍ମୀମାନେ ଅଧିକାରୀମାନଙ୍କୁ ମୁକ୍ତ କରିଥିଲେ। ଏହି ଘଟଣାରେ ପୁଲିସ୍‌ ଏଏମଏମକେର ୪ ଜଣ କର୍ମୀଙ୍କୁ ଅଟକ ରଖିଥିବା ବେଳେ ଏଫ୍‌ଆଇଆର୍‌ରେ ୧୦୦ ଜଣଙ୍କ ନାଁ ଉଲ୍ଲେଖ କରିଛି।

ନିର୍ବାଚନ କମିଶନଙ୍କ ଫ୍ଲାଇଙ୍ଗ ସ୍କ୍ୱାଡ୍‌ ଅନ୍ଦିପାଟ୍ଟିରେ ଥିବା ଏକ ଦୋକାନରେ ପହଞ୍ଚିଥିଲେ। ତେବେ ଅଧିକାରୀମାନଙ୍କୁ ଦେଖିବା କ୍ଷଣି ସେ ଦୋକାନ ବନ୍ଦ କରି ଖସି ଯିବାକୁ ଚେଷ୍ଟା କରିଥିଲେ। ଏହାପରେ ତାଙ୍କଠାରୁ ତଥ୍ୟ ସଂଗ୍ରହ କରି ଏଏମଏମକେର ବିଧାୟକଙ୍କ ପ୍ରାର୍ଥୀଙ୍କ ଠିକଣାରେ ଚଢ଼ଉ ହୋଇଥିଲା। ଗତକାଲି ମଧ୍ୟରାତ୍ରରୁ ଆରମ୍ଭ ହୋଇଥିବା ଛାନଭିନ୍‌ ଆଜି ଭୋର ୫.୩୦ରେ ଶେଷ ହୋଇଥିଲା।

ପୂର୍ବରୁ ଭେଲ୍ଲୋର ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିବା ଜଣେ ନେତାଙ୍କ ଘରୁ ୧୧.୫ କୋଟି ଟଙ୍କା ଜବତ ହେବା ପରେ ଏଠାରେ ଭୋଟ ବାତିଲ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story