ନୂଆଦିଲ୍ଲୀ: ଦେଶରେ ଡାକ୍ତରଙ୍କ ସୁରକ୍ଷା ପାଇଁ ନୂଆ ଆଇନ ଆସିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକ୍ରିୟା ଆରମ୍ଭ କରିଛି। ଏହା ପୂର୍ବରୁ ଏକ ୧୦ ଜଣିଆ କମିଟି ଗଠନ କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଏହି କମିଟି ଡାକ୍ତରଙ୍କ ସୁରକ୍ଷା ନେଇ ଯଦି ଆଇନ ଆସେ, ତା'ହେଲେ ଏହାର ଲାଭ ଏବଂ କ୍ଷତି ବାବଦରେ ସମୀକ୍ଷା କରିବ।
ଗତମାସରେ କୋଲକାତାର ଏନଆରଏସ ମେଡିକାଲ କଲେଜରେ ଡାକ୍ତରମାନେ ରୋଗୀଙ୍କ ସମ୍ପର୍କୀୟଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏହାପରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ଡାକ୍ତରଙ୍କୁ ସୁରକ୍ଷା ପାଇଁ ଆଇନ ପାଇଁ ଦାବି କରି ସାରା ଦେଶରେ ଧାରଣା ଦେଇଥିଲେ। ଏହାକୁ ଘରୋଇ ଡାକ୍ତରଖାନାର ଡାକ୍ତରମାନେ ମଧ୍ୟ ସମର୍ଥନ କରିଥିଲେ।
ଜୁଲାଇ ୫ ତାରିଖରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଦଶଜଣିଆ କମିଟି ଗଠନ କରିଥିଲା। ଏହାପରେ ଆଜି ଗୃହମନ୍ତ୍ରଣାଳୟ ଅଧିକାରୀଙ୍କ ସହିତ ଏହି ୧୦ ଜଣିଆ କମିଟିର ଏକ ବୈଠକ ବସି ପ୍ରସ୍ତାବିତ ଆଇନ ବାବଦରେ ଆଲୋଚନା କରିଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟମନ୍ତ୍ରଣାଳୟର ଏହି ପ୍ରୟାସକୁ ଆଇଏମଏ ସ୍ୱାଗତ କରିଛି।