୧୦ ମାସର ଛୁଆକୁ ଦଳିଦେଲା କାର୍

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ତିଲକ ନଗର ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଜଣେ ୧୦ ମାସର ଶିଶୁକନ୍ୟା ଉପରେ ମରସିଡିଜ ଭେଞ୍ଜ ମାଡ଼ି ଯିବାରୁ ଘଟଣା ସ୍ଥଳରେ ହିଁ ତା’ର ମୃତ୍ୟୁ ଘଟିଛି। ପୁଲିସ୍‌ ଏହି ଘଟଣାରେ ଡ୍ରାଇଭରଙ୍କୁ ଗିରଫ କରିଛି। ୧୦ ମାସର ଶିଶୁକନ୍ୟା ରାଧିକା ତା’ ଘର ସାମ୍ନାରେ ଥିବା ପାର୍କିଂ ଅଞ୍ଚଳରେ ଖେଳୁଥିଲା। ତେବେ କାର ଡ୍ରାଇଭର ୩୧ ବର୍ଷୀୟ ଅଖିଲେଶ ଏହା ଜାଣି ନ ପାରି ବ୍ୟାକ୍‌ ଗିୟର […]

f

Hemant Lenka
  • Published: Monday, 08 June 2020
  • , Updated: 08 June 2020, 04:32 PM IST

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ତିଲକ ନଗର ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଜଣେ ୧୦ ମାସର ଶିଶୁକନ୍ୟା ଉପରେ ମରସିଡିଜ ଭେଞ୍ଜ ମାଡ଼ି ଯିବାରୁ ଘଟଣା ସ୍ଥଳରେ ହିଁ ତା’ର ମୃତ୍ୟୁ ଘଟିଛି। ପୁଲିସ୍‌ ଏହି ଘଟଣାରେ ଡ୍ରାଇଭରଙ୍କୁ ଗିରଫ କରିଛି।

୧୦ ମାସର ଶିଶୁକନ୍ୟା ରାଧିକା ତା’ ଘର ସାମ୍ନାରେ ଥିବା ପାର୍କିଂ ଅଞ୍ଚଳରେ ଖେଳୁଥିଲା। ତେବେ କାର ଡ୍ରାଇଭର ୩୧ ବର୍ଷୀୟ ଅଖିଲେଶ ଏହା ଜାଣି ନ ପାରି ବ୍ୟାକ୍‌ ଗିୟର ପକାଇ ଗାଡ଼ିଟିକୁ ପାର୍କିଂ ଅଞ୍ଚଳକୁ ଖୁବଦ୍ରୁତ ଗତିରେ ନେଇଥିଲେ।

ଏହି ସମୟରେ ହିଁ ରାଧିକା କାର୍‌ ଚକା ତଳେ ଚାପି ହୋଇ ଯାଇଥିଲା। ତା’କୁ ତୁରନ୍ତ ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ତା’କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରାଧିକାର ବାପା ଜଣେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରନ୍ତି।

Related story