ମୁଁ ରାସ୍ତାରେ ଯାଉଥିଲି, ସେ ଲିଫ୍ଟ ଦେବାକୁ କହି ଡାକିଲେ…

ଗ୍ରେଟର ନୋଏଡା: ଥମୁନି ଦୁଷ୍କର୍ମ। ପୁଣି ଜଣେ ୧୦ ବର୍ଷର ନାବାଳିକା ଏହି ଅଭାବନୀୟକାଣ୍ଡର ଶିକାର ହୋଇଥିବା ଅଭିଯୋଗ ଆସିଛି। ଲିଫ୍ଟ ଦେବା ବାହାନାରେ ଜଣେ ୧୦ ବର୍ଷୀୟ ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଯୋଗେଶ କୁମାର ଓରଫ ସୋନୁ। ଗ୍ରେଟର ନୋଏଡାରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ଜଣକ ଗାଜିଆବାଦରେ ରୁହନ୍ତି।

ପୀଡ଼ିତଙ୍କ ପରିବାର ଏନେଇ ଗ୍ରେଟର ନୋଏଡା ନଲେଜପାର୍କ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ୪ ତାରିଖରେ ନାବାଳିକା ଜଣକ ନଲେଜ ପାର୍କ ନିକଟସ୍ଥ ଯମୁନା ଏକ୍ସ୍ରପ୍ରେସ୍‌ୱେରେ ଯାଉଥିବା ବେଳେ ଯୋଗେଶ ତାଙ୍କୁ ଛାଡ଼ିଦେବାକୁ କହି ଡାକିଥିଲେ।

ଏହି ବାହାନାରେ ଯୋଗେଶ ଉକ୍ତ ନାବାଳିକା ସହ ଦୁଷ୍କର୍ମ କରି ତାକୁ ଛାଡ଼ିଦେଇ ଚାଲିଯାଇଥିଲେ। ଆଉ ଗଲାବେଳେ ନାବାଳିକା ହାତରେ ୧୦୦ ଟଙ୍କା ଧରାଇଦେଇ ଘରକୁ ଚାଲିଯିବାକୁ କହିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି।

ନାବାଳିକା ଜଣକ ଘରକୁ ଯାଇ ସବୁ କଥା କହିଥିଲେ। ହେଲେ ଅଭିଯୁକ୍ତ ଜଣକ ଫେରାର ଥିଲେ। ପରେ ପୁଲିସ ଖୋଜାଖୋଜି କରି ତାଙ୍କୁ ଗିରଫ କରିଥିଲା।

ସୌଜନ୍ୟ: ଆଜ୍‌ତକ୍‌

ଆହୁରି ପଢ଼ନ୍ତୁ

ଆରୋଗ୍ୟ ହେଲେ ୧୭୮୫ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଗିରଫ ଲକ୍ଷ୍ମୀକାନ୍ତଙ୍କ ପରିବାରକୁ ଭେଟିଲା ବିଜେପି, ସରକାରୀ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା

ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଶୁଣାଣି ଗୁରୁବାରକୁ ଘୁଞ୍ଚିଲା, ରିୟା ରଖିଲେ ଏମିତି ପକ୍ଷ

ଭୁବନେଶ୍ୱରରୁ ୧୦୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୪୯ ଲୋକାଲ୍‌ କେସ୍‌

କରୋନାରେ ଆକ୍ରାନ୍ତ ରାହତ ଇନ୍ଦୋରୀଙ୍କ ପରଲୋକ

ବେହେରାସାହି ପରେ ଚିନ୍ତା ବଢ଼ାଇଲା ଜାଲୁଆ ସାହି

ଏହି ୧୦ ରାଜ୍ୟ କରୋନାକୁ ହରାଇ ପାରିଲେ ଭାରତ ଜିତିବ ବୋଲି କହିଲେ ମୋଦି

ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଲୋକଙ୍କ ପ୍ରତିବାଦ

‘ମୋ ଭାଇର ଯଦି କିଛି ଭୁଲ ହୋଇଛି, ମୁଖ୍ୟମନ୍ତ୍ରୀ କ୍ଷମା କରି ଦିଅନ୍ତୁ’

ଡବଲ ମର୍ଡଲ; ବଡ଼ଭାଇ, ପୁତୁରାକୁ ମାରି ପାଇଖାନା ଟାଙ୍କିରେ ଫିଙ୍ଗିଦେଲେ

ଭାଇରାଲ ଅଡିଓ ମାମଲା; ରିମାଣ୍ଡରେ ଗଲେ ଲକ୍ଷ୍ମୀକାନ୍ତ, ବିଶ୍ୱଜିତ

୭ ଶିଳ୍ପୀଙ୍କୁ ଧର୍ମପଦ ସମ୍ମାନ, ଆଖି ବୁଜି ସାରିଲେଣି ୩ ଜଣ