ଏନଆରସି ଭୟରେ ଦୁଇ ରାଜ୍ୟରେ ୧୩୧ ଲୋକଙ୍କ ମୃତ୍ୟୁ ଘଟିଛି: ମମତା

ନଦିଆ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ନାଗରିକତା ସଂଶୋଧନ ଆଇନ ଏବଂ ଏନଆରସିକୁ ପ୍ରସଙ୍ଗ କରି କେନ୍ଦ୍ରର ମୋଦି ସରକାର ଏବଂ ବିଜେପି ଉପରେ ବର୍ଷିଛନ୍ତି। ଶାନ୍ତପୂର୍ଣ୍ଣ ଭାବରେ ଆନ୍ଦୋଳନ ହେଉଥିବା ବେଳେ ଗୁଳି ଚଳାଯାଉଛି। ଆସାମରେ ଏନଆରସି ଭୟରେ ୧୦୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ପଶ୍ଚିମବଙ୍ଗରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ମମତା କହିଛନ୍ତି। ଆସାମରେ ଯେଉଁମାନେ ସିଏଏ ଓ ଏନଆରସିକୁ ବିରୋଧ କରୁଥିଲେ ସେମାନଙ୍କୁ ବିଜେପି ଆତଙ୍କିତ କରିବାକୁ […]

mamata-banerjee

Subhransu Sekhar
  • Published: Tuesday, 04 February 2020
  • , Updated: 04 February 2020, 05:39 PM IST

ନଦିଆ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ନାଗରିକତା ସଂଶୋଧନ ଆଇନ ଏବଂ ଏନଆରସିକୁ ପ୍ରସଙ୍ଗ କରି କେନ୍ଦ୍ରର ମୋଦି ସରକାର ଏବଂ ବିଜେପି ଉପରେ ବର୍ଷିଛନ୍ତି। ଶାନ୍ତପୂର୍ଣ୍ଣ ଭାବରେ ଆନ୍ଦୋଳନ ହେଉଥିବା ବେଳେ ଗୁଳି ଚଳାଯାଉଛି। ଆସାମରେ ଏନଆରସି ଭୟରେ ୧୦୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ପଶ୍ଚିମବଙ୍ଗରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ମମତା କହିଛନ୍ତି। ଆସାମରେ ଯେଉଁମାନେ ସିଏଏ ଓ ଏନଆରସିକୁ ବିରୋଧ କରୁଥିଲେ ସେମାନଙ୍କୁ ବିଜେପି ଆତଙ୍କିତ କରିବାକୁ ଚେଷ୍ଟା କରୁଛି ବୋଲି ନଦିଆ ଜିଲ୍ଲାର ଏକ ରାଲିରେ ଯୋଗ ଦେଇ ମମତା ବାନାର୍ଜୀ ଏଭଳି କହିଛନ୍ତି।

ସୂଚନାଯୋଗ୍ୟ, ସିଏଏ ଓ ଏନଆରସିକୁ ନେଇ ମୋଦି ସରକାର ଏବଂ ମମତା ସରକାର ମଧ୍ୟରେ ବିବାଦ ଜାରି ରହିଛି। ଅନ୍ୟପଟେ ରାଜ୍ୟପାଳ ଜଗଦୀପ ଧନଖଡ଼ ମଧ୍ୟ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ଅନେକ ମତ ରଖୁଛନ୍ତି। କେନ୍ଦ୍ରର ଆଇନକୁ ନମାନି ମମତା ସରକାର ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି ବୋଲି ରାଜ୍ୟପାଳ କହିଆସୁଛନ୍ତି।

Related story