ବିଷାକ୍ତ ମଦ ପିଇ ଚାଲିଗଲା ୧୧ ଜଣଙ୍କ ଜୀବନ

ଉଜ୍ଜୟୀନ: ମଧ୍ୟପ୍ରଦେଶର ଉଜ୍ଜୟୀନରେ ବିଷାକ୍ତ ମଦ ପିଇ ଗତକାଲି ରାତି ଓ ଆଜି ମଧ୍ୟରେ ୧୧ ଜଣ ଲୋକଙ୍କ ଜୀବନ ଯାଇଛି। ଘଟଣାକୁ ନେଇ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହେବାରୁ ମଧ୍ୟପ୍ରଦେଶ ସରକାର ଗୃହ ବିଭାଗର ଅତିରିକ୍ତ ସଚିବଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି। ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିବା ଅଧିକାଂଶ ଲୋକ ବାସହୀନ। ସେମାନଙ୍କର ପରିବାରରେ ମଧ୍ୟ କେହି ନାହାନ୍ତି। ସେମାନେ ରାସ୍ତା କଡ଼ରେ ହିଁ […]

h

Hemant Lenka
  • Published: Thursday, 15 October 2020
  • , Updated: 15 October 2020, 06:31 PM IST

ଉଜ୍ଜୟୀନ: ମଧ୍ୟପ୍ରଦେଶର ଉଜ୍ଜୟୀନରେ ବିଷାକ୍ତ ମଦ ପିଇ ଗତକାଲି ରାତି ଓ ଆଜି ମଧ୍ୟରେ ୧୧ ଜଣ ଲୋକଙ୍କ ଜୀବନ ଯାଇଛି। ଘଟଣାକୁ ନେଇ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହେବାରୁ ମଧ୍ୟପ୍ରଦେଶ ସରକାର ଗୃହ ବିଭାଗର ଅତିରିକ୍ତ ସଚିବଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି।

ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିବା ଅଧିକାଂଶ ଲୋକ ବାସହୀନ। ସେମାନଙ୍କର ପରିବାରରେ ମଧ୍ୟ କେହି ନାହାନ୍ତି। ସେମାନେ ରାସ୍ତା କଡ଼ରେ ହିଁ ରହିଥାଆନ୍ତି। ଉଜ୍ଜୟୀନ ରାଜ୍ୟପାଳ ଅଶୀଷ ସିଂହ କହିଛନ୍ତି, ବୁଧବାର ସନ୍ଧ୍ୟାରେ କିଛି ଲୋକ ଅସୁସ୍ଥତା ଅନୁଭବ କରି ବିଭିନ୍ନ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିବା ଜଣାପଡ଼ିଛି।

ହେଲେ ଏହି ବିଷାକ୍ତ ମଦ ଯୋଗାଣ ପଛରେ କୌଣସି ରାକେଟ ସକ୍ରିୟ ରହିଛି କି ନାହିଁ, ତା’ର ତଦନ୍ତ ଏବେ ଉକ୍ତ ୩ ଜଣିଆ ଟିମ୍‌ ପୁଲିସ୍‌ ସହ ମିଶି ଆରମ୍ଭ କରିଛନ୍ତି।

Related story