ବୋଲେରୋକୁ ଧକ୍କା ଦେଲା ମାଲ୍ ବୋଝେଇ ଟ୍ରକ, ୧୧ ମୃତ
ଜୟପୁର: ଏକ ମାଲ୍ ବୋଝେଇ ଟ୍ରକ ଏକ ବୋଲେରୋ କାମ୍ପେରକୁ ଧକ୍କା ଦେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ରାଜସ୍ଥାନର ଯୋଧପୁର ସ୍ଥିତ ଶେରଗଡ଼ ଦେଇ ଯାଇଥିବା ବାଲୋତ୍ରା-ଫାଲୋଦି ଜାତୀୟ ରାଜପଥରେ ଶନିବାର ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ରହିଥିବା ବେଳେ ୪ ଜଣ ପୁରୁଷ ଏବଂ ଜଣେ ଛୋଟ ଛୁଆ ରହିଛି। ଅନ୍ୟ ୩ ଜଣ ଆହତ ହୋଇ ଯୋଧପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
Deeply saddened to learn about tragic accident on Balotra-Phalodi Mega Highway in Shergarh area,#Jodhpur in which 11 people have lost lives. My heartfelt condolences to those who lost their loved ones,may god give them strength to bear this loss. I wish speedy recovery to injured
— Ashok Gehlot (@ashokgehlot51) March 14, 2020
ମୃତକଙ୍କ ମଧ୍ୟରେ ଏକ ନବ ଦମ୍ପତି ମଧ୍ୟ ଅଛନ୍ତି। ଫେବୃଆରୀ ୨୭ରେ ସେମାନଙ୍କର ବାହାଘର ହୋଇଥିଲା। ଏହି ଅବସରରେ ପରିବାର ସହ ବୁଲିବା ପାଇଁ ରାମଦେଓରା ମନ୍ଦିର ଯାଉଥିଲେ।
ଦୁର୍ଘଟଣା ପରେ ଶେରଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ କ୍ରେନ୍ ସାହାଯ୍ୟରେ ମୃତଦେହଗୁଡ଼ିକୁ ଉଦ୍ଧାର କରିଥିଲା। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଏହାକୁ ନେଇ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।