ଖରାରେ ଆନ୍ଧ୍ର ଓ ତେଲେଙ୍ଗାନାରେ ୧୧୧ ଜଣଙ୍କ ମୃତ୍ୟୁ

ହାଇଦ୍ରାବାଦ: ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ତେବେ ପ୍ରାରମ୍ଭରୁ ତାପମାତ୍ରା ଖୁବ୍ ଅଧିକ ରହିଛି। ଅତ୍ୟଧିକ ଖରା ଯୋଗୁଁ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ଗତ କିଛି ଦିନରେ ୧୧୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ତେଲେଙ୍ଗାନାରେ ୬୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ୪୫ ଜଣ ପ୍ରାଣ ହରାଇ ସାରିଲେଣି। ତେଲେଙ୍ଗାନାର ମେହବୁବନଗରରେ ସବୁଠୁ ଅଧିକ ଲୋକ ମରିଥିବା ଖବର ଆସିଛି। ବର୍ତ୍ତମାନ ସୁଦ୍ଧା ସେଠାରେ ୨୮ ଜଣ […]

heat-wave

Rakesh Mallick
  • Published: Friday, 08 April 2016
  • , Updated: 08 April 2016, 07:19 AM IST

ହାଇଦ୍ରାବାଦ: ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ତେବେ ପ୍ରାରମ୍ଭରୁ ତାପମାତ୍ରା ଖୁବ୍ ଅଧିକ ରହିଛି। ଅତ୍ୟଧିକ ଖରା ଯୋଗୁଁ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ଗତ କିଛି ଦିନରେ ୧୧୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ତେଲେଙ୍ଗାନାରେ ୬୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ୪୫ ଜଣ ପ୍ରାଣ ହରାଇ ସାରିଲେଣି। ତେଲେଙ୍ଗାନାର ମେହବୁବନଗରରେ ସବୁଠୁ ଅଧିକ ଲୋକ ମରିଥିବା ଖବର ଆସିଛି। ବର୍ତ୍ତମାନ ସୁଦ୍ଧା ସେଠାରେ ୨୮ ଜଣ ଲୋକ ଖରା ଯୋଗୁଁ ପ୍ରାଣ ହରାଇ ସାରିଲେଣି।

ଗତ ବର୍ଷ ଏହି ଦୁଇ ରାଜ୍ୟରେ ଲୁ ପ୍ରବାହ ଯୋଗୁଁ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା।

ଉତ୍ତର ପ୍ରଦେଶ, ବିହାର ଓ ଓଡ଼ିଶା ଭଳି ରାଜ୍ୟରେ ମଧ୍ୟ ଜୋର୍ ଖରା ହେଉଛି।

Related story