ତିନି ମହଲା କୋଠାରୁ ୧୨ ଲକ୍ଷ ଟଙ୍କାର ମଦ ଜବତ

ପାଟଣା: ମଦ ମୁକ୍ତ ରାଜ୍ୟ ବିହାରରେ ଜଣଙ୍କ ଘରୁ ପୁଲିସ ବିପୁଳ ପରିମାଣରେ ମଦ ଜବତ କରିଛି। ଜବତ ହୋଇଥିବା ମଦର ଦାମ ଏକ ମଦ ଭର୍ତ୍ତି ଦୋକାନର ଦାମ ସହିତ ସମାନ। ବିହାରର ଭୋଜପୁର ଜିଲ୍ଲାରୁ ଏହି ମଦ ଏବଂ ନିଷିଦ୍ଧ ପଦାର୍ଥ ଗଞ୍ଜେଇ ଜବତ କରିଛି ପୁଲିସ। ଭୋଜପୁର ଜିଲ୍ଲା ଏସପି ହର କିଶୋର ରାୟ ଏହି ସୂଚନା ଦେଇଛନ୍ତି। ଚାରପୋଖରୀ ପୁଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି। ଜବତ ହୋଇଥିବା […]

WINE

WINE

Subhransu Sekhar
  • Published: Sunday, 03 January 2021
  • Updated: 03 January 2021, 06:10 PM IST

Sports

Latest News

ପାଟଣା: ମଦ ମୁକ୍ତ ରାଜ୍ୟ ବିହାରରେ ଜଣଙ୍କ ଘରୁ ପୁଲିସ ବିପୁଳ ପରିମାଣରେ ମଦ ଜବତ କରିଛି। ଜବତ ହୋଇଥିବା ମଦର ଦାମ ଏକ ମଦ ଭର୍ତ୍ତି ଦୋକାନର ଦାମ ସହିତ ସମାନ। ବିହାରର ଭୋଜପୁର ଜିଲ୍ଲାରୁ ଏହି ମଦ ଏବଂ ନିଷିଦ୍ଧ ପଦାର୍ଥ ଗଞ୍ଜେଇ ଜବତ କରିଛି ପୁଲିସ। ଭୋଜପୁର ଜିଲ୍ଲା ଏସପି ହର କିଶୋର ରାୟ ଏହି ସୂଚନା ଦେଇଛନ୍ତି। ଚାରପୋଖରୀ ପୁଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି। ଜବତ ହୋଇଥିବା ମଦର ବଜାର ମୂଲ୍ୟ ୧୨ ଲକ୍ଷ ଟଙ୍କା ଏବଂ ଗଞ୍ଜେଇ ମୂଲ୍ୟ ୩୫ ଲକ୍ଷ ଟଙ୍କା ବୋଲି ପୁଲିସ କହିଛି।

ପୁଲିସ ଅଧିକାରୀ ଜଣଙ୍କ କହିଛନ୍ତି, ତିନି ମହଲା କୋଠରୀରେ ରଖାଯାଇଥିବା ମଦ ଏବଂ ନିଷିଦ୍ଧ ପଦାର୍ଥ ବାବଦରେ ସୂଚନା ପାଇ ଏକ ଟିମ୍ ଶନିବାର ସନ୍ଧ୍ୟାରେ ରେଡ୍ କରିଥିଲା। ଏହାପରେ ମାରା ଓରଫ୍ ମଞ୍ଜୁର ଆଲାମ ଏବଂ ଉମାଶଙ୍କର ସିଂ ନାମକ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏହି ଘରଟି ଅମରନ୍ଦ୍ର କୁମାର ସିଂଙ୍କ ନାମରେ ରହିଛି। ସେ ହିଁ ଏହି ବେଆଇନ୍ ମଦ କାରବାରର କିଙ୍ଗପିନ୍ ବୋଲି ଜଣାପଡ଼ିଛି।

ପୁଲିସ ରେଡ୍ କରି ୯୩୭ କିଲୋଗ୍ରାମ ଗଞ୍ଜା, ୧୪୦ଟି ବିଦେଶୀ ମଦ ଜବତ କରିଛି। ଏହାବାଦ୍ ଗୋଟିଏ ମାରୁତି ବ୍ରିଜା, ମାରୁତି ଅଲ୍ଟୋ, ଦୁଇଟି ଆପାଚି ବାଇକ୍, ହିରୋ ପ୍ୟାସନ ପ୍ରୋ ବାଇକ୍, ହିରୋ ସ୍ପ୍ଲେଣ୍ଡର ବାଇକ୍ ଏବଂ ଦୁଇଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos