୪ ମହଲା କୋଠା ଭୁଶୁଡ଼ି ୧୨ ମୃତ, ଏବେ ୪୦ରୁ ଅଧିକ ଲୋକ ଫସିଥିବା ଆଶଙ୍କା

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଜନଗହଳିପୂର୍ଣ୍ଣ ଡୋଙ୍ଗ୍ରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଆଜି ମଧ୍ୟାହ୍ଣ ୧୧.୪୦ରେ ଘଟିଥିବା ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଧ୍ୱଂସାବଶେଷ ତଳୁ ଉଦ୍ଧାରକାରୀ ଦଳ ୭ରୁ ୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ଏବେ ବି ଧ୍ୱଂସାବଶେଷ ତଳେ ୪୦ରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଇଛି। ଦୁର୍ଘଟଣା ସ୍ଥଳଟି ଏକ ଛୋଟିଆ ଗଳିରେ ଥିବାରୁ ଉଦ୍ଧାରକାର୍ଯ୍ୟ […]

wa

wa

Hemant Lenka
  • Published: Tuesday, 16 July 2019
  • Updated: 16 July 2019, 04:50 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଜନଗହଳିପୂର୍ଣ୍ଣ ଡୋଙ୍ଗ୍ରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଆଜି ମଧ୍ୟାହ୍ଣ ୧୧.୪୦ରେ ଘଟିଥିବା ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସେହିପରି ଧ୍ୱଂସାବଶେଷ ତଳୁ ଉଦ୍ଧାରକାରୀ ଦଳ ୭ରୁ ୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ଏବେ ବି ଧ୍ୱଂସାବଶେଷ ତଳେ ୪୦ରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଇଛି। ଦୁର୍ଘଟଣା ସ୍ଥଳଟି ଏକ ଛୋଟିଆ ଗଳିରେ ଥିବାରୁ ଉଦ୍ଧାରକାର୍ଯ୍ୟ ବିଳମ୍ବିତ ହେଉଥିବା ଜଣାପଡ଼ିଛି। ଆହତଙ୍କୁ ଜେଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

୩ଟି ଏନ୍‌ଡିଆରଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଜାରି ରଖିଛନ୍ତି। ସେମାନଙ୍କୁ ସ୍ଥାନୀୟ ପୁଲିସ୍‌ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେଇଛନ୍ତି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହିଛନ୍ତି।

ଡୋଙ୍ଗ୍ରୀର ତାନ୍ଦେଲ ରାସ୍ତାରେ ଥିବା କେସରବାଈ ବିଲଡିଂଟି ଭୁଶୁଡ଼ିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହା ୧୦୦ ବର୍ଷ ତଳର କୋଠା। ଏହି ବିଲଡିଂରେ ୧୫ଟି ପରିବାରର ସଦସ୍ୟମାନେ ରହୁଥିଲେ। ଏବେ ସମସ୍ତ ସଦସ୍ୟ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।

ଉଦ୍ଧାରକାରୀ ଦଳ ସହ ସ୍ଥାନୀୟ ଲୋକମାନେ ମଧ୍ୟ ନିଜ ହାତରେ ଭଗ୍ନସ୍ତୁପ ତଳୁ ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି। ଲୋକମାନେ ମାନବଶୃଙ୍ଖଳ କରି ଯଥା ସମ୍ଭବ ପୀଡ଼ିତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

ଟିଭି ଭିଜୁଆଲ ଅନୁଯାୟୀ, ଧ୍ୱଂସାବଶେଷ ତଳୁ ଜଣେ ଶିଶୁକୁ ଉଦ୍ଧାର କରାଯାଇଛି। ଦୁର୍ଘଟଣା ସ୍ଥଳଟି ଏକ ଛୋଟିଆ ଗଳି ମଧ୍ୟରେ ଥିବାରୁ ଆମ୍ବୁଲାନ୍ସ ମଧ୍ୟ ସେଠାରେ ପହଞ୍ଚି ପାରୁନାହିଁ। ଫଳରେ ଏହା ୫୦ ମିଟର ଦୂରରେ ଛିଡ଼ା ହୋଇ ଆହତମାନେ ସେଠାରେ ପହଞ୍ଚିବା ପରେ ହିଁ ସେମାନଙ୍କୁ ହସ୍ପିଟାଲ ନେଉଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରଥମେ ବଲଡିଂଟି ଥରିବା ଆରମ୍ଭ କରିଥିଲା। ଏହାପରେ ଏହା ଭୁଶୁଡ଼ି ପଡ଼ିଥିଲା। ପ୍ରଥମେ ଲୋକମାନେ ଭୂକମ୍ପ ହେଲା ବୋଲି ଭୟରେ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ।

୨୦୧୭ରୁ ବିଏମସି ସର୍ଭେ କରି ଏହି ଡୋଙ୍ଗ୍ରୀ ସ୍ଥିତ ବିଲଡିଂକୁ ଭାଙ୍ଗିବା ପାଇଁ କହିଥିଲା। ଏ ସଂକ୍ରାନ୍ତ ଏକ ନୋଟିସ୍‌ ୨୦୧୭ ଅଗଷ୍ଟ ୭ ତାରିଖରେ ଏମଏଚ୍‌ଏଡିଏକୁ ଦେଇଥିଲା। ତେବେ ଏହାକୁ ଏମଏଚ୍‌ଏଡିଏ ହେୟ ଜ୍ଞାନ କରିଥିବା ବୋଲି ବିଏମସି କହିଛି।

ଅନ୍ୟପକ୍ଷରେ ମହାରାଷ୍ଟ୍ର ହାଉସିଂ ବୋର୍ଡ ମୁଖ୍ୟ ଉଦୟମ ସାମନ୍ତ ସବୁ ଦୋଷ ଏହାକୁ ନିର୍ମାଣ କରିଥିବା ବିଲଡର ଉପରେ ଲଦି ଦେଇଛନ୍ତି। ଏଥିସହ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି। ସେ କହିଛନ୍ତି, “୨୦୧୨ରେ ଡୋଙ୍ଗ୍ରୀରେ ଥିବା ଏହି ବିଲଡିଂର ମରାମତି କରିବାକୁ ବିଲଡରଙ୍କୁ କୁହାଯାଇଥିଲା। ତେବେ ସେ ଏଯାଏ ଏହାର ତଦାରଖ କରିନାହାନ୍ତି। ଏବେ ଏହାର ତଦନ୍ତ ହେବ।”

ରିପୋର୍ଟ ଲେଖା ହେବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଏହାପୂର୍ବରୁ ଜୁଲାଇ ୨ରେ ମାଲଦାରେ ଲଗାଣ ବର୍ଷା ଯୋଗୁ ଏକ ପାଚେରି ଭୁଶୁଡ଼ି ପଡ଼ିଥିଲେ। ଏଥିରେ ୨୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story