ଲଳିତ-ସୁଷମା ପ୍ରସଙ୍ଗ: ଲୋକସଭା ଦିନକ ପାଇଁ ମୁଲତବି

ନୂଆଦିଲ୍ଲୀ: ଲଳିତ ମୋଦି-ସୁଷମା ସ୍ୱରାଜ ପ୍ରସଙ୍ଗରେ କଂଗ୍ରେସ ନଛୋଡବନ୍ଦା। ଦଳ ତା’ ଜିଦରେ ଅଟଳ ରହିଛି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ସଂସଦକୁ ଚଲାଇବାକୁ ଦେବ ନାହିଁ ବୋଲି କହି ଆସୁଥିବା କଂଗ୍ରେସ ଆଜି ଲଗାତାର ଦ୍ୱିତୀୟ ଦିନ ପାଇଁ ଲୋକସଭାରେ ହୋହାଲ୍ଲା କରିଥିଲା। ଗତକାଲି ଭଳି ଆଜି ବି ଦଳୀୟ ସାଂସଦମାନେ କଳାବ୍ୟାଜ୍ ପିନ୍ଧି  ଗୃହକୁ  ଆସିଥିଲେ। କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧି ମଧ୍ୟ କଳାବ୍ୟାଜ୍ ପିନ୍ଧିଥିଲେ। ୧୧ଟା ବେଳେ […]

parliaments

Rakesh Mallick
  • Published: Thursday, 23 July 2015
  • , Updated: 23 July 2015, 08:21 AM IST

ନୂଆଦିଲ୍ଲୀ: ଲଳିତ ମୋଦି-ସୁଷମା ସ୍ୱରାଜ ପ୍ରସଙ୍ଗରେ କଂଗ୍ରେସ ନଛୋଡବନ୍ଦା। ଦଳ ତା’ ଜିଦରେ ଅଟଳ ରହିଛି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ସଂସଦକୁ ଚଲାଇବାକୁ ଦେବ ନାହିଁ ବୋଲି କହି ଆସୁଥିବା କଂଗ୍ରେସ ଆଜି ଲଗାତାର ଦ୍ୱିତୀୟ ଦିନ ପାଇଁ ଲୋକସଭାରେ ହୋହାଲ୍ଲା କରିଥିଲା। ଗତକାଲି ଭଳି ଆଜି ବି ଦଳୀୟ ସାଂସଦମାନେ କଳାବ୍ୟାଜ୍ ପିନ୍ଧି  ଗୃହକୁ  ଆସିଥିଲେ। କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧି ମଧ୍ୟ କଳାବ୍ୟାଜ୍ ପିନ୍ଧିଥିଲେ। ୧୧ଟା ବେଳେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଦଳୀୟ ସାଂସଦମାନେ ପ୍ଲାକାର୍ଡ ଧରି ହୋହାଲ୍ଲା କରିଥିଲା। ସୁଷମାକ ଇସ୍ତଫା ଦାବି କରିଥିଲେ। ସ୍ଥିତିକୁ ଦେଖି ବାଚସ୍ପତି ସୁମିତ୍ରା ମହାଜନ ଗୃହକୁ ପ୍ରଥମେଦିନ ୧୨ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ୧୨ଟା ବେଳେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସାଂସଦମାନେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ। ବାଚସ୍ପତି ସେମାନଙ୍କୁ ପ୍ଲାକାର୍ଡ ନଦେଖାଇବା ପାଇଁ କହିଥିଲେ। ତେବେ ସେମାନେ ଶୁଣି ନଥିଲେ। ହୋହାଲ୍ଲା ହେବାରୁ ବାଚସ୍ପତି ଦିନକ ପାଇଁ ଗୃହକୁ ମୁଲତବି ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ଗତକାଲି ମଧ୍ୟ ମୁଲତବି ମୁଲତବିରେ  ଶେଷ ହୋଇଯାଇଥିଲା ଗୃହକାର୍ଯ୍ୟ। କୌଣସି ଆଲୋଚନା ହୋଇପାରିନଥିଲା।

ସେହିପରି ରାଜ୍ୟସଭାକୁ ମଧ୍ୟ ଆଜି ଦୁଇ ଦୁଇ ଥର ମୁଲତବି ଘୋଷଣା କରାଯାଇଥିଲା। ଥରେ ଦିନ ୧୨ଟା ପର୍ଯ୍ୟନ୍ତ ଓ ଆଉ ଥରେ ଦିନ ୨ଟା ପର୍ଯ୍ୟନ୍ତ।

Related story