ସ୍ୱଦେଶ ଫେରିଲେ ପାକିସ୍ତାନ ଦୂତାବାସର ୧୪୩ କର୍ମଚାରୀ

ନୂଆଦିଲ୍ଲୀ: ଭାରତର ନିର୍ଦ୍ଦେଶକ୍ରମେ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ଦୂତାବାସର ୧୪୩ ଜଣ କର୍ମଚାରୀ ଆଜି ଇସଲାମାବାଦ ଫେରିଛନ୍ତି। ୱାଘା-ଅଟ୍ଟାରି ବର୍ଡର ଦେଇ ଏହି ପାକିସ୍ତାନ ଅଧିକାରୀମାନେ ସପରିବାର ସହ ଇସଲାମାବଦ ଯାଇଛନ୍ତି। ଗତ ସପ୍ତାହରେ ଭାରତ ସରକାର ପାକିସ୍ତାନ ହାଇକମିଶନଙ୍କୁ କର୍ମଚାରୀଙ୍କ ସଂଖ୍ୟା ୫୦% ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏପରି କି ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ଦୂତାବାସର ୫୦% କର୍ମଚାରୀଙ୍କୁ ମଧ୍ୟ ନୂଆଦିଲ୍ଲୀ ସ୍ୱଦେଶ ଫେରାଇ ଆଣିବ ବୋଲି କହିଥିଲା। ପାକିସ୍ତାନ ହାଇକମିଶନର ଦୁଇ ଜଣ […]

fd

Hemant Lenka
  • Published: Tuesday, 30 June 2020
  • , Updated: 30 June 2020, 08:28 PM IST

ନୂଆଦିଲ୍ଲୀ: ଭାରତର ନିର୍ଦ୍ଦେଶକ୍ରମେ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ଦୂତାବାସର ୧୪୩ ଜଣ କର୍ମଚାରୀ ଆଜି ଇସଲାମାବାଦ ଫେରିଛନ୍ତି। ୱାଘା-ଅଟ୍ଟାରି ବର୍ଡର ଦେଇ ଏହି ପାକିସ୍ତାନ ଅଧିକାରୀମାନେ ସପରିବାର ସହ ଇସଲାମାବଦ ଯାଇଛନ୍ତି। ଗତ ସପ୍ତାହରେ ଭାରତ ସରକାର ପାକିସ୍ତାନ ହାଇକମିଶନଙ୍କୁ କର୍ମଚାରୀଙ୍କ ସଂଖ୍ୟା ୫୦% ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଥିଲା।

ଏପରି କି ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ଦୂତାବାସର ୫୦% କର୍ମଚାରୀଙ୍କୁ ମଧ୍ୟ ନୂଆଦିଲ୍ଲୀ ସ୍ୱଦେଶ ଫେରାଇ ଆଣିବ ବୋଲି କହିଥିଲା।

ପାକିସ୍ତାନ ହାଇକମିଶନର ଦୁଇ ଜଣ ଅଧିକାରୀ ଭାରତରେ ରହି ଗୁଇନ୍ଦାଗିରି କରୁଥିବା ବେଳେ ଧରାପଡ଼ିଥିଲେ। ସେମାନଙ୍କୁ ଭାରତ ତୁରନ୍ତ ପାକିସ୍ତାନ ପଠାଇବାର ବ୍ୟବସ୍ଥା କରିଥିଲା। ଏହାପରେ ହିଁ ଭାରତ ସରକାର ପାକିସ୍ତାନ ହାଇକମିଶନର ୫୦% କର୍ମଚାରୀଙ୍କୁ ହ୍ରାସ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ପ୍ରୋଟୋକଲ ଅଫିସର ଅରୁଣ ପାଲ ସିଂହ କହିଛନ୍ତି, “ଆମ ପାଖରେ ଥିବା ତଥ୍ୟ ଅନୁଯାୟୀ ୧୪୩ ଜଣ ଅଧିକାରୀ ପାକିସ୍ତାନ ଯିବା ପାଇଁ ୱାଘା-ଅଟ୍ଟାରି ସୀମାରେ ପହଞ୍ଚିଥିଲେ। ସେମାନେ ପାକିସ୍ତାନ ନାଗରିକ ଓ ଦିଲ୍ଲୀରେ ସ୍ଥିତ ପାକିସ୍ତାନ ଦୂତାବାସରେ ସେମାନେ କାର୍ଯ୍ୟ କରୁଥିଲେ।”

Related story